
ଭୁବନେଶ୍ଵର: କାଲି ଯାଏଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି । କୁଆପଥର ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରକୁ ଆଲର୍ଟ ଜାରି କରିଛି ବିଭାଗ । ବର୍ଷା ସହ ୫୦ରୁ ୬୦କିମି ବେଗରେ ବୋହିପାରେ ପବନ । ତେବେ ଆସନ୍ତାକାଲିଠୁ କ୍ରମଶଃ କମିବ କାଳବୈଶାଖୀ ପ୍ରଭାବ ବୋଲି କହିଛି ପାଣିପାଗ ବିଭାଗ ।
ବର୍ତମାନ ରାଜ୍ୟରେ ଉପରେ ଦୁଇଟି ଟ୍ରପ ଲାଇନ୍ ନିମ୍ନ ଚାପ ରେଖା ସକ୍ରିୟ ରାହିଛି ଯାହାର ପ୍ରଭାବରେ ବର୍ଷା ହେଉଛି।୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ସୂଚନା ମିଳିଛି।