
ଭୁବନେଶ୍ଵର: ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର। ଅପ୍ରେଲ ୨୪ ତାରିଖରେ ମିଳିବ ସୁଭଦ୍ରା ଟଙ୍କା। ଏହି ଦିନ ଷଷ୍ଠ ପର୍ଯ୍ୟୟର ଟଙ୍କା। ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ ଟଙ୍କା। ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା। ୧ ଲକ୍ଷ ୭୦ ହଜାର ପାଇବେ ୨ଟି କିସ୍ତିର ଟଙ୍କା। ଅର୍ଥାତ ଦୁଇଟି କିସ୍ତିର ଟଙ୍କା ୫-୫ ହଜାର୧୦ ହଜାର ଟଙ୍କା ପାଇବେ ଏହି ମହିଳା।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଆସନ୍ତା ଏପ୍ରିଲ ୨୪ରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ । ପୁରୀ ଠାରେ ପଞ୍ଚାୟତିରାଜ୍ ଦିବସ ଅବସରରେ ଏହି ଟଙ୍କା ବାଣ୍ଟିବେ ସରକାର । ଏପ୍ରିଲ ୨୪ ତାରିଖ ଅର୍ଥାତ ଆଉ ମାତ୍ର ୪ ଦିନ ପରେ ହିତାଧୀକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ବାଦ ଥିବା ୧ ଲକ୍ଷ ୭୦ ହାଜର ମହିଳା ଏକା ଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ଟଙ୍କା ୧୦ ହଜାର ଏକାଥରେ ପାଇବେ ହିତାଧିକାରୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାମାନଙ୍କୁ କେବଳ ଟଙ୍କା ମିଳିବ । ଯେଉଁ ମହିଳାମାନେ ମାର୍ଚ୍ଚ ୩୧ ପରେ ଆବେଦନ କରିଥିବେ, ସେମାନଙ୍କୁ ଟଙ୍କା ମିଳିବନି ।