November 4, 2025

ସବୁଦିନ ସକାଳେ ସେବନ କରନ୍ତୁ ଗୋନ୍ଦ କତିରା, ଚୁଟକିରେ ପେଟ ରୋଗ ହେବ ଶେଷ

ଭୁବନେଶ୍ଵର: ହଜାର ହଜାର ବର୍ଷ ଧରି ଆୟୁବେର୍ଦରେ ଗୋନ୍ଦ କତିରା ବ୍ୟବହୃତ ହୋଇଆସୁଛି । ଗୋନ୍ଦ କତିରାକୁ ଟ୍ରାଗାକାନ୍ଥ ଗମ୍‌ ମଧ୍ୟ କୁହାଯାଏ । ଏହା ବବୁଲ୍‌, କିକର ଏବଂ ନିମ କାଠରୁ ବହାର କରାଯାଏ । ଏହା ସାଧାରଣତଃ ସ୍ଫଟିକ ପରି ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ଭାବରେ ଦେଖାଯାଏ । କିନ୍ତୁ ଯେତେବେଳେ ଆପଣ ଏହାକୁ ପାଣିରେ ଭାଜାଇବେ, ଏହା ନରମ ଜେଲି ପରି ହୋଇଯିବ । ଗୋନ୍ଦ କତିରାରେ ଶୀତଳ ପ୍ରଭାବ ଅଛି, ତେଣୁ ଲୋକମାନେ ଏହାକୁ ଗ୍ରୀଷ୍ମ ଋତୁରେ ବହୁତ ବ୍ୟବହାର କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ପ୍ରୋଟିନ ଏବଂ ଫୋଲିକ୍‌ ଏସିଡ୍‌ ଭଳି ପୁଷ୍ଟିକର ତତ୍ତ୍ୱ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବା ଦ୍ୱାରା କ’ଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ?

ଗୋନ୍ଦ କତିରାରେ ଫଲିକ ଏସିଡ ପରି ଅନେକ ଭିଟାମିନ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଗୋନ୍ଦ କତିରା ଆମ ତ୍ଵଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣ ବୟସ ଠାରୁ ଅଧିକ ବୟସ୍କ ଦେଖା ଯାଉଛନ୍ତି ତେବେ ଆପଣଙ୍କୁ ସବୁ ଦିନ ଗୋନ୍ଦ କତିରା ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଚର୍ମ ସତେଜ ହେବା ସହ ଆପଣ ସୁନ୍ଦର ଦେଖା ଯାଇଥାନ୍ତି । ଏଥିପାଇଁ ଆପଣଙ୍କୁ ରାତିରେ ଗୋନ୍ଦ କତିରା ପାଣିରେ ଭିଜେଇ ଛାଡିବାକୁ ହବ ଆଉ ସକାଳେ ଗରମ କ୍ଷୀର ବା ପାଣିରେ ପକାଇ ମିଶିରି ପକାଇ ଏହାର ସେବନ କରିବାକୁ ପଡିବ । ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରକୁ ପୋଷ୍ଟିକ ତତ୍ଵ ମିଳିଥାଏ । ଯାହା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଶକ୍ତି ମିଳିଥାଏ ।

ଆଜିକାଲିର ଖରାପ ଜୀବନଶୈଳୀ ମଧ୍ୟରେ ଅନେଜ ଲୋକଙ୍କର ପେଟ ଜନିତ ସମସ୍ୟା ଦେଖାଦେଉଛି । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କ ପେଟ ଜନିତ ସମସ୍ୟା ରହିଥାଏ ସେହି ଲୋକଙ୍କ ସ୍ୱାସ୍ଥ୍ୟ ବହୁତ ଅଧିକ ଖରାପ ହୋଇଥାଏ । ଗୋନ୍ଦ କତିରା ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଜନିତ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ । ଏହାକୁ ପାଣିରେ ଭିଜାଇ ସକାଳେ ମିଶାଇ କିଛି ଲେମ୍ବୁ ରସ ଓ କଳା ଲୁଣ ପକାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କ ପେଟ ସଫା ରହିବ, ଆପଣଙ୍କ ଅନ୍ୟ ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହବ ଆଉ ଆପଣଙ୍କ ପେଟ ଖରାପ କେବେ ହବ ନାହିଁ । ଗୋନ୍ଦ କତିରା ପିଉଥିବା ଲୋକଙ୍କ ପାଖରେ ସନଷ୍ଟ୍ରୋକ ହେବାର ଆଶଙ୍କା ବହୁତ କମ୍ ଥାଏ । କାରଣ ଗୋନ୍ଦ କତିରା ସେବନ କରୁଥିବା ବ୍ୟକ୍ତିଙ୍କ ଶରୀରରେ ଜଳୀୟଅଂଶର ଅଭାବ ହୋଇ ନଥାଏ । ଗୋନ୍ଦ କତିରା ହୃଦରୋଗୀ ମାନଙ୍କ ପାଇଁ ବହୁତ ଭଲ ଉପଚାର ଅଟେ ।

ଏଠାରେ ରହିଛି ୭୦୦ ବର୍ଷ ପୁରୁଣା ଛାଡପତ୍ର ମନ୍ଦିର, ଜାଣନ୍ତୁ ଏହା ବିଷୟରେ

ନୂଆଦିଲ୍ଲୀ: କୌଣସି ଦମ୍ପତିଙ୍କ ପାଇଁ ଛାଡପତ୍ର ଏକ ଦୁଃଖର ବିଷୟ । ଛାଡପତ୍ର କ୍ଷେତ୍ରରେ କେବଳ ସ୍ୱାମୀ ସ୍ତ୍ରୀ ଅଲଗା ହୁଅନ୍ତି ନାହିଁ, ଦୁଇ ପରିବାର ମଧ୍ୟ ଅଲଗା ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଯେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ, ସେତେବେଳେ ଛାଡପତ୍ର ହିଁ ଏକମାତ୍ର ବିକଳ୍ପ ହୋଇଥାଏ । ଅନେକ ସମ୍ପ୍ରଦାୟରେ ଛାଡପତ୍ର ଖରାପ ବୋଲି ବିବେଚନା କରାଯାଏ । ଏହା ପରେ ମହିଳାଙ୍କ ପାଇଁ ଜୀବନ ଜିଇଁବା କଷ୍ଟସାଧ୍ୟ ହୋଇଯାଏ । କିନ୍ତୁ ଜାପାନରେ ଏମିତି ଏକ ମନ୍ଦିର ଅଛି, ଯାହା ଛାଡପତ୍ର ପାଇଥିବା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏହାକୁ ପ୍ରତିଷ୍ଠା କରାଯାଇଛି ।

ଜାପାନର କାନାଗାୱା ପ୍ରଦେଶର କାମାକୁର୍ ସହରରେ ରହିଛି ମାଟସୁଗୋକା ଟୋକେଇ-ଜି ମନ୍ଦିର । ଏହା ୬୦୦ ବର୍ଷ ପୁରୁଣା ମନ୍ଦିର । ଏହି ମନ୍ଦିର ଛାଡପତ୍ର ମନ୍ଦିର ଭାବରେ ବେଶ୍ ଜଣାଶୁଣା । ଆପଣ ଭାବୁଥିବେ ଯେ, ଲୋକମାନେ ଏଠାକୁ ଆସି ଛାଡପତ୍ର ନେଇଥାନ୍ତି । କିନ୍ତୁ ତାହା ନୁହେଁ, ଏହି ମନ୍ଦିର ସେହି ସମୟରେ ନିର୍ମିତ ହୋଇଥିଲା ଯେତେବେଳେ ଜାପାନୀ ମହିଳାମାନଙ୍କର ସେମାନଙ୍କର ଅଧିକାର ନ ଥିଲା । ସେମାନେ ଘରୋଇ ହିଂସା ଏବଂ ନିର୍ଯାତନାର ଶିକାର ହେଉଥିଲେ । ଏହି ମନ୍ଦିର ଏପରି ମହିଳାମାନଙ୍କୁ ସମର୍ଥନ କରୁଥିଲା । ସେମାନଙ୍କ ପାଇଁ ଏହା ଦ୍ୱିତୀୟ ପାଲଟିଥିଲା । ଏଠାରେ ନିଜ ଜୀବନ ବିତାଇବାକୁ ସେମାନେ ସକ୍ଷମ ହେଉଛନ୍ତି ।

ବାସ୍ତବରେ ଏହା ଏକ ବୌଦ୍ଧ ମନ୍ଦିର । ଏହା ୧୨୮୫ ମସିହାରେ ବୁଦ୍ଧିଷ୍ଟ ନନ୍ କାକୁସାନ୍ ଶିଡି-ନିଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ୧୧୮୫ ରୁ ୧୩୩୩ ମଧ୍ୟରେ ଜାପାନୀ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା । ସେମାନଙ୍କର ମୌଳିକ ଅଧିକାର ମଧ୍ୟ ନ ଥିଲା । ଏହା ବ୍ୟତୀତ ଅନେକ ସାମାଜିକ ପ୍ରତିବନ୍ଧକ ମଧ୍ୟ ସେମାନଙ୍କ ଉପରେ ଲାଗୁ କରାଯାଇଥିଲା । ଏପରି ପରିସ୍ଥିତିରେ, ଯେଉଁ ମହିଳାମାନେ ନିଜ ବିବାହରେ ଖୁସି ନ ଥିଲେ କିମ୍ବା ଘରୋଇ ହିଂସାର ଶିକାର ହୋଇଥିଲେ ସେମାନେ ଏହି ମନ୍ଦିରରେ ଆସି ରହିଥା’ନ୍ତି । ପରବର୍ତ୍ତୀ ସମୟରେ, ଏହି ମନ୍ଦିର ମଧ୍ୟ ଆନୁଷ୍ଠାନିକ ଭାବରେ ସେହି ମହିଳାମାନଙ୍କୁ ଛାଡପତ୍ର ପ୍ରମାଣପତ୍ର ଦେବା ଆରମ୍ଭ କଲା, ଯାହାଦ୍ୱାରା୍ ସେମାନେ ନିଜ ଜୀବନକୁ ଖୁସିରେ କାଟି ପାରିଲେ । ଏହି ସାର୍ଟିଫିକେଟ୍ ଆଇନଗତ ଭାବରେ ମହିଳାମାନଙ୍କୁ ବିବାହରୁ ସ୍ୱାଧୀନତା ଦେଇଥାଏ । ଆଜି ଏହି ମନ୍ଦିର ମହିଳା ସଶକ୍ତିକରଣର ପ୍ରତୀକ ଭାବରେ ବିବେଚନା କରାଯାଉଛି ।

ସିନ୍ଧୁ ନଦୀ: ପାକିସ୍ତାନର ଜାତୀୟ ନଦୀ ତଥା ଦେଶର ସବୁଠୁ ବଡ ସମ୍ବଳ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ  ଅନୁଷ୍ଠିତ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ କରାଯିବା ଭାରତ ନିଷ୍ପତ୍ତିରେ ପାକିସ୍ତାନ ଆଗାମୀ ଦିନରେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେବ।

ପାକିସ୍ତାନର ଅର୍ଥନୀତିରେ ସିନ୍ଧୁ ନଦୀର ଜଳ ସମ୍ବଳର ବିଶେଷ ଭୂମିକା ରହିଛି । ମୁଖ୍ୟତଃ ପାକିସ୍ତାନର ପଞ୍ଜାବ ଓ ସିନ୍ଧ ଅଞ୍ଚଳ ସିନ୍ଧୁ ନଦୀଦ୍ୱାରା ବିଶେଷ ରୂପେ ଉପକୃତ ହୋଇଥାନ୍ତି । ପଞ୍ଜାବ ଶବ୍ଦର ଅର୍ଥ ହେଲା – “ପାଞ୍ଚ ନଦୀର ଦେଶ” । ଏଠାରେ ପାଞ୍ଚଟି ନଦୀ ହେଲେ ଝେଲମ, ଚେନାବ, ରାୱି, ବେଆସ୍ ଓ ଶତଲେଜ ଯାହା ମିଳିତ ଭାବେ ସିନ୍ଧୁ ନଦୀରେ ନିଷ୍କାସିତ ହୋଇଥାନ୍ତି । ଏତତ୍ ବ୍ୟତୀତ ସିନ୍ଧୁ ନଦୀ ପାକିସ୍ତାନର ବହୁ ଉଦ୍ୟୋଗକୁ ଆବଶ୍ୟକୀୟ ପାଣି ଓ ଅନ୍ୟାନ୍ୟ ସହର ପାଇଁ ଉଦ୍ଦିଷ୍ଟ ପାନୀୟ ଜଳ ଯୋଗାଇଥାଏ ।

ସିନ୍ଧୁ ନଦୀର ମୂଳ ଉତ୍ସ ତିବ୍ବତରେ ରହିଛି । ସେଙ୍ଗେ ଜାଙ୍ଗବୋ ଓ ଗାର୍ ତ୍ସାଙ୍ଗପୋର ସଙ୍ଗମରୁ ସିନ୍ଧୁ ନଦୀର ଆରମ୍ଭ ହୋଇଛି । ଏହି ଦୁଇ ନଦୀ ଗାଂଗଲୋଂଗ କାଂଗ୍ରି ଓ ଗାଂଗଦିସେ ଶାନ୍ ପର୍ବତରେ ପ୍ରବାହିତ ସ୍ରୋତ ଓ ଝରଣାସମୂହରୁ ସୃଷ୍ଟ । ଏହି ସଙ୍ଗମ ପରେ ସିନ୍ଧୁ ନଦୀ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଲଦାଖ ଓ ବାଲ୍‍ଟିସ୍ତାନ ଅତିକ୍ରମ କରିବା ପରେ କାରାକୋରମ୍ ପର୍ବତଶ୍ରେଣୀର ଦକ୍ଷିଣରେ ଗିଲ୍‍ଗିଟ୍ ସହିତ ମିଳିତ ହୋଇଛି ।

ଶ୍ୟୋକ୍, ଶିଗର୍ ଓ ଗିଲି‍ଗିଟ୍ ନଦୀ ମୁଖ୍ୟତଃ ହିମସ୍ରୋତରୁ ସୃଷ୍ଟ ଓ ଏମାନେ ସିନ୍ଧୁ ନଦୀକୁ ନିଜ ଜଳଦ୍ୱାରା ପରିବୃଦ୍ଧ କରିଥାନ୍ତି । ଏହା ପରେ ସିନ୍ଧୁ ନଦୀ ଦକ୍ଷିଣାଭିମୁଖୀ ହୋଇ ପାକିସ୍ତାନର କାଲାବାଗଠାରେ ପଞ୍ଜାବର ସମତଳ ଅଞ୍ଚଳକୁ ପ୍ରବେଶ କରିଛି । ନଙ୍ଗା ପର୍ବତ ନିକଟରେ ସିନ୍ଧୁ ନଦୀରେ ଗଭୀର ଗଣ୍ଡମାନ ରହିଛି ଯାହାର ଗଭୀରତା ୪୨୦୦-୫୨୦୦ମିଟର୍ (୧୫୦୦୦-୧୭୦୦୦ ଫୁଟ୍) । ଏହା ପରେ ସିନ୍ଧୁ ନଦୀ ହଜାରା ନିକଟରେ ଅତି ତୀବ୍ର ଧାରରେ ପ୍ରବାହିତ ହୋଇଛି ଓ ସେଠାରେ ତର୍ବେଲା ନଦୀବନ୍ଧ ନିର୍ମାଣ କରାଯାଇଛି । ଆଟକ୍‍ଠାରେ କାବୁଲ ନଦୀ ସିନ୍ଧୁ ନଦୀ ସହ ମିଳିତ ହୋଇଛି । ଏହା ପରଠାରୁ ସିନ୍ଧୁ ନଦୀ ପଞ୍ଜାବର ସମତଳ ଅଞ୍ଚଳରେ ପ୍ରବାହିତ ।

ପଞ୍ଜାବ ପରେ ପାକିସ୍ତାନର ସିନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେବାବେଳକୁ ସିନ୍ଧୁ ନଦୀ ଅଧିକ ପ୍ରସାରିତ, ବିଖଣ୍ଡିତ ଓ ଧୀର ହୋଇଯାଇଛି । ମିଠାନକୋଟ ନିକଟରେ ପଞ୍ଜନଦ ନଦୀ ସିନ୍ଧୁ ସହିତ ମିଳିତ ହୋଇଛି । ପଞ୍ଜନଦ ସଙ୍ଗମ ପରଠାରୁ ସିନ୍ଧୁ ନଦୀକୁ ଏକଦା ସତନଦ ନଦୀ ବୋଲି ମଧ୍ୟ କୁହାଯାଉଥିଲା (ସିନ୍ଧୁ, ପଞ୍ଜାବର ପାଞ୍ଚ ନଦୀ ଓ କାବୁଲ ନଦୀକୁ ମିଶାଇ ସାତ ନଦୀ) । ଏହା ପରେ ସିନ୍ଧୁ ନଦୀ ଜାମଶୋରୋ ଅତିକ୍ରମ କରି ପାକିସ୍ତାନର ସିନ୍ଧ ଅଞ୍ଚଳର ଥଟ୍ଟାର ଦକ୍ଷିଣକୁ ନିଜର ମୁଖ୍ୟ ତ୍ରିକୋଣଭୂମିରେ ଅନେକ ଶାଖାରେ ବିଖଣ୍ଡିତ ହୋଇଛି ।

ସିନ୍ଧୁ ନଦୀରେ ଜୁଆର ଆସିଲେ ନଦୀ ମୁହାଣରେ ବିପରୀତ ଦିଗରେ ପ୍ରବାହ ଘଟିଥାଏ । ତିବ୍ବତ, ଭାରତ ଓ ପାକିସ୍ତାନରେ ରହିଥିବା ହିମାଳୟ, କାରାକୋରମ ଓ ହିନ୍ଦୁକୁଶର ହିମସ୍ରୋତମାନେ ସିନ୍ଧୁ ନଦୀ ବ୍ୟବସ୍ଥାର ମୁଖ୍ୟ ଉତ୍ସ । ଋତୁଚକ୍ରର ପରିବର୍ତ୍ତନରେ ସିନ୍ଧୁ ନଦୀର ପ୍ରବାହରେ ମଧ୍ୟ ଭିନ୍ନତା ଦେଖାଯାଇଥାଏ । ଶୀତ ଋତୁରେ ନଦୀରେ ପାଣି କମ୍ ଥିବା ବେଳେ ଜୁଲାଇରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ସମୟରେ ନଦୀରେ ପ୍ରଚୁର ବନ୍ୟା ଜଳ ପ୍ରବାହିତ ହୋଇଥାଏ । ପ୍ରାଗୈତିହାସିକ ସମୟରୁ ନଦୀର ଗତିପଥରେ ବାରମ୍ବାର ପରିବର୍ତ୍ତନ ହେବାର ପ୍ରମାଣ ରହିଛି – ଯଥା : ୧୮୧୬ ମସିହାରେ ଏକ ଭୂମିକମ୍ପ ପରେ ବନ୍ନି ତୃଣଭୂମିକୁ ଲାଗି କଚ୍ଛର ଲବଣମରୁକୁ ପ୍ରବାହିତ ହେଉଥିବା ସିନ୍ଧୁ ନଦୀ ସାମାନ୍ୟ ପଶ୍ଚିମାଭିମୁଖୀ ହୋଇ ପ୍ରବାହିତ ହେବାକୁ ଲାଗିଲା ।

ବର୍ତ୍ତମାନ ସମୟରେ ବନ୍ୟାଜଳ ଅଧିକ ହେଲେ ହିଁ ସିନ୍ଧୁ ନଦୀର ଏକ ଅଂଶ କଚ୍ଛ ଲବଣ ମରୁକୁ ପ୍ରବାହିତ ହୋଇଥାଏ । ତିବ୍ବତରେ କୈଳାସ ପର୍ବତ ନିକଟବର୍ତ୍ତୀ ସେଙ୍ଗେ ଖବାବ ସ୍ରୋତକୁ ସିନ୍ଧୁ ନଦୀର ଉତ୍ସ ବୋଲି ପୁରୁଣା ବିଶ୍ୱାସ ରହିଛି । ଏହି ନିକଟରେ ଅନେକ ଝରଣା ଓ ସ୍ରୋତ ଏହା ସହ ମିଳିତ ହୋଇଛନ୍ତି । ଯଦିଓ ଏହି ସ୍ରୋତମାନଙ୍କ ମଧ୍ୟରୁ ଅନେକ ସେଙ୍ଗେ ଖବାବ ସ୍ରୋତଠାରୁ ବଡ଼, କିନ୍ତୁ ଏହି ସ୍ରୋତମାନଙ୍କ ପ୍ରବାହ ହାର ବରଫ ପାଣି ତରଳିବା ଉପରେ ନିର୍ଭରଶୀଳ । ସିନ୍ଧୁ ନଦୀ ସହ ସଙ୍ଗମ ପୂର୍ବରୁ ଜାନ୍‍ସ୍କାର ନଦୀରେ ସିନ୍ଧୁ ନଦୀରୁ ଅଧିକ ପାଣି ପ୍ରବାହିତ ହୋଇଥାଏ ।

ଯଦି ଆପଣଙ୍କ ଖାଦ୍ୟରୁ ଚୁଟି ବାହାରେ ତେବେ ଜାଣିରଖନ୍ତୁ ଏହି କଥା, ନଚେତ୍…

ଭୁବନେଶ୍ଵର: ଖାଦ୍ୟରୁ କେଶ ବାହାରିବା ଏକ ସାମାନ୍ୟ କଥା । ହେଲେ କଣ ଆପଣ ଜାଣନ୍ତି କି ଯଦି ଏହି କେଶ ଆପଣଙ୍କ ଖାଦ୍ୟରୁ ଲଗାତାର ବାହାରୁଛି ତେବେ ଏହା କଣର ସଂକେତ ଦେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟରୁ ବାରମ୍ବାର କେଶ ବାହାରିବାକୁ ଅଶୁଭ ବୋଲି ମନେ କରାଯାଏ । କେହି କେହି ଏହାକୁ ଦାରିଦ୍ର୍ୟର କାରଣ କହିଥାନ୍ତି ତ ଆଉ କେହି ଏହାକୁ ଏକ ବଡ଼ ବିପଦର କାରଣ ମନେ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଖାଦ୍ୟରେ ବାରମ୍ବାର କେଶ ବାହାରିବା କାହାକୁ ଦର୍ଶାଇଥିବା ଜାଣିବା ।

ମାନ୍ୟତା ଅନୁସାରେ, ଯଦି ବାରମ୍ବାର ଖାଇବାରୁ ଚୁଟି ବାହାରୁଛି ତେବେ ଏହା କୌଣସି ଗୋଟିଏ ଖରାପ ସଂକେତ ହୋଇପାରେ l ଏହାଦ୍ୱାରା ଜୀବନ ରେ କୌଣସି ଗୋଟିଏ ବଡ ବିଘ୍ନ ଆସିବାର ସମ୍ଭାବନା ରହିଥାଏ , ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ଅଟେ l ଯେଉଁ ଖାଦ୍ୟରେ ବାରମ୍ବାର କେଶ ବାହାରୁଛି ତାହାକୁ ସେବନ କରିବା ଉଚିତ୍ ନୁହେଁ । ଏହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟ ଖରାପ୍ ହୋଇପାରେ ।

ଖାଦ୍ୟରୁ କେଶ ବାହାରିବାର ଅନେକ ସଂକେତ ହୋଇପାରେ ପିତୃ ଦୋଷ ଅର୍ଥାତ୍ ଆପଣଙ୍କର ପିତୃ ପୁରୁଷ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଯାହା ଭଲ ନୁହେଁ । ଏହାର କାରଣ ଏପରି ବି ହୋଇପାରେ କି ଆପଣଙ୍କ ଜାତକରେ ରାହୁ ଙ୍କର ଖରାପ୍ ପ୍ରଭାବ ପଡ଼ିବାକୁ ଯାଉଛି । ତେଣୁ କରି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଏମିତି ମଧ୍ୟ ହୋଇ ପାରେ କି ଆପଣ ବଡ ବିଘ୍ନରେ ପଡ଼ିବାକୁ ଯାଉଛନ୍ତି ।

ଭାରତ ପାକିସ୍ତାନ ଯୁଦ୍ଧ ହେଲେ ବଢିପାରେ ଏହି ସବୁ ସାମଗ୍ରୀର ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ପହଲଗାମ ଆତଙ୍କବାଦୀ ହମଲା । ୨୮ଜଣଙ୍କ ଜୀବନ ନେଇଛନ୍ତି ନୃଶଂସ ଆତଙ୍କୀ । କାଶ୍ମୀର ରାଜନୀତି ସହ ଆଦୌ ସଂପର୍କ ନଥିବା ଲୋକଙ୍କୁ ଏଥର ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ତେବେ ଆତଙ୍କବାଦୀଙ୍କ ଏହି ସଂହାରଲୀଳା ପରେ ମୁହାଁମୁହିଁ ସ୍ଥିତିରେ ଏବେ ଭାରତ-ପାକିସ୍ତାନ। ପାକିସ୍ତାନକୁ ପାନେ ଦେବାକୁ ବଳ ଲଗାଇଛି ଭାରତ। ପହଲଗାମରେ ବର୍ବୋରଚିତ ଆକ୍ରମଣ ପରେ ବଡ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ। ପ୍ରଥମେ ନିଆଁ ପାଣି ବନ୍ଦ କରି ପାକିସ୍ତାନକୁ ପଙ୍ଗୁ କରିବ ଭାରତ। ଆଉ ଲୋକ ସଂପର୍କ ଛିନ୍ନ କରାଯିବ ପରେ ହୋଇପାରେ ସାମରିକ ଆକ୍ସନ। ଭାରତ ବଡ଼ ପଦକ୍ଷେପ ନେଇ ସମସ୍ତ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ୭୨ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ୍‌ ଲଗାଇଛି ଭାରତ। ମାନେ ରକ୍ତ ଓ ପାଣି ଗୋଟିଏ ସମୟରେ ବୋହିବ ନାହିଁ ବୋଲି ଚେତାଇ ଦେଇଛି ଭାରତ ।

ଅନ୍ୟପଟେ ଏହି ଆକ୍ରମଣ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଭିଆଇଛି ବୋଲି ସ୍ବୀକାର କରିଛି। ତେବେ ଏହି ଆକ୍ରମଣ ପରେ ଜମ୍ମୁ ଓ କଶ୍ମୀରରୁ ପର୍ଯ୍ୟଟକମାନେ ଫେରୁଥିବାରୁ ବିମାନ ଭଡା ଅସ୍ଥାୟୀ ବୃଦ୍ଧି ଦେଖାଦେଇଛି। ସରକାର ବିମାନ ସେବା ମୂଲ୍ୟ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି। ତଥାପି, ସୀମାରେ ବଢୁଥିବା ଉତ୍ତେଜନା ଓ ବାଣିଜ୍ୟ ବାଧା ଯୋଗୁ ଇନ୍ଧନ ଓ ପରିବହନ ଖର୍ଚ୍ଚ ବିପାରେ, ଯାହା ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ ଯୁଦ୍ଧ ପାଇଁ ଅର୍ଥନୈତିକ ଅସ୍ଥିରତା ଏବଂ ମୂଲ୍ୟ ବୃଦ୍ଧିର ଆଶଙ୍କା ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଭାରତ ପାକିସ୍ତାନରୁ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ କରୁଛି। ଯାହା ଗ୍ରାହକଙ୍କୁ ଗୁରୁତର ଭାବରେ ପ୍ରଭାବିତବି କରିବାର ସମ୍ଭାବନା ଅଛି।

ପାକିସ୍ତାନ ଭାରତକୁ ଶୁଖିଲା ଫଳର ଏକ ପ୍ରମୁଖ ରପ୍ତାନିକାରୀ। ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଯୋଗୁଁ ଶୁଖିଲା ଫଳ ଯଥେଷ୍ଟ ମହଙ୍ଗା ହୋଇପାରେ। ଭାରତରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ରକ ଲୁଣର ଯୋଗାଣ ପାକିସ୍ତାନରୁ ହୋଇଥାଏ। ବାଣିଜ୍ୟ ବନ୍ଦ ହେବା ସହିତ ମୂଲ୍ୟ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା କରାଯାଉଛି। ସେହିପରି ଭାରତ ପାକିସ୍ତାନରୁ ଫଳ, ସିମେଣ୍ଟ, ମୁଲତାନି ମାଟି, ଇସ୍ପାତ ଏବଂ ଚମଡା ସାମଗ୍ରୀ ମଧ୍ୟ ଆଣେ। ଏସବୁ ଏବେ ମହଙ୍ଗା ହୋଇପାରେବୋଲି କୁହାଯାଉଛି।

କାହାଣୀ ୧୯୭୧ ଯୁଦ୍ଧର: ଯୁଦ୍ଧ ବେଳେ ଭାରତୀୟ ସେନା ମଗାଇଥିଲା ହଜାର ହଜାର କଣ୍ଡୋମ

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧ ଏବଂ କାଶ୍ମୀର ରାସ୍ତାରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଗୁଜବକୁ ରୋକିବା ପାଇଁ, କିଛି ଅଞ୍ଚଳରେ ଇଣ୍ଟର୍‌ନେଟ୍ ସ୍ପିଡ୍ ହ୍ରାସ କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସାଧାରଣତଃ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ରେ ପରିପୂର୍ଣ୍ଣ ଲାଲ ଚୌକ ଆଜି ଜନଶୂନ୍ୟ ହୋଇପଡ଼ିଛି। ପହଲଗାମ ଆକ୍ରମଣରେ ମୃତ୍ୟୁ ପାଇଁ ସମଗ୍ର କାଶ୍ମୀର ଶୋକ କରୁଛି। ଭାରତୀୟ ସେନା ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱ ବିଷୟରେ ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଆଜି ଏପରି ଏକ କାହାଣୀ ବିଷୟରେ କହିବୁ, ଯାହା ଆପଣଙ୍କୁ ଚକିତ କରିପାରେ । ଡିସେମ୍ବର ୧୯୭୧ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଭାରତୀୟ ସେନା ବାଂଲାଦେଶର ମୁକ୍ତି ପାଇଁ ପାକିସ୍ତାନ ସହିତ ଲଢ଼ୁଥିଲେ । ଯୁଦ୍ଧ ସମୟରେ ଭାରତୀୟ ସେନା ଶହ ଶହ କଣ୍ଡୋମ ନିର୍ଦ୍ଦେଶ ଦେଇ ମାଇନ୍ସ ବ୍ୟବହାର କରି ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରି ବାଂଲାଦେଶକୁ ସଫଳତାର ସହ ମୁକ୍ତ କରିଥିଲା । ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ …

୧୯୭୧ରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତୀୟ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ପୂର୍ବ ପାକିସ୍ତାନ ଲୋପ ପାଇଥିଲା। ଏବଂ ସାରା ଦେଶର ନକ୍ସାରେ ବାଂଲାଦେଶ ନାମକ ନୂଆ ଦେଶ ଜନ୍ମ ନେଇଥିଲା। ସେହି ଯୁଦ୍ଧରେ ଆମ ଭାରତର ୩ ସେନା ଜଳ,ସ୍ଥଳ ଓ ଆକାଶ ବାହିନୀ ବୀରତ୍ୱର ଏକ ନୂଆ ଗାଥା ଲେଖିଥିଲେ। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନା ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କଣ୍ଡୋମ୍ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ସେହି ଯୁଦ୍ଧରେ ଭାଗ ନେଇଥିବା ଜଣେ କ୍ୟାପଟେନ ଯିଏ କି ପରବର୍ତ୍ତୀ ସମୟରେ ସେନାରୁ ଅବସର ନେଇଥିଲେ। ତାଙ୍କର କହିବା ଅନୁସାରେ ଭାରତ ସେତେବେଳେ ପୂର୍ବ ପାକିସ୍ତାନ ବିରୋଧରେ ଯୁଦ୍ଧ ଅଭିଯାନ ଆରମ୍ଭ କରିସାରିଥିଲା। କାରଣ ବଙ୍ଗୋଭାସୀ ପୂର୍ବ ପାକିସ୍ଥାନରେ ସେତେବେଳକୁ ପାକିସ୍ଥାନ ଠାରୁ ଅଲଗା ହେବାର ଆନ୍ଦୋଳନ ଜୋର୍ ଧରିଥିବା ବେଳେ ପାକିସ୍ଥାନୀ ସେନା ଏହି ଆନ୍ଦୋଳନକୁ ଚପେଇବା ପାଇଁ ସେଠାରେ ବର୍ବର ଅତ୍ୟାଚାର ଚଳାଇଥିଲା। 

ବର୍ତ୍ତମାନର ବାଂଲାଦେଶ ଯିଏ କି ସେତେବେଳେ ପୂର୍ବ ପାକିସ୍ତାନ ଥିଲା ସେଠାରେ ଅଧିକ ନଦୀ,ନାଳ ଭରା ଅଞ୍ଚଳ ରହିଥିଲା। ଏଭଳି ନଦୀ ନାଳ ଭରା ସନ୍ତସନ୍ତିଆ ଅଞ୍ଚଳରେ ପଶି ଆଗକୁ ବଢୁଥିବା ବେଳେ ରାଇଫଲରେ କେମିତି ପାଣି କାଦୁଅ ପସିବନି ତାହା ଚିନ୍ତାର କାରଣ ହେଇଥିଲା। ରାଇଫଲକୁ ଶୁଖିଲା ରଖିବା ପାଇଁ ତା ଦେହରେ ଗାମୁଛା ବନ୍ଧା ଯାଇଥିଲା। ରାଇଫଲ ନଳୀରେ ଗାମୁଛାକୁ ଭର୍ତ୍ତି କରାଯାଉଥିଲା ଯେମିତିକି ତା ଭିତରେ ଆଉ କାଦୁଅ ପସି ପାରିବନି। କିନ୍ତୁ ଏଭଳି ପ୍ରୟାସ ବିଫଳ ହେଇଥିଲା।  ଆଉ ଏହି ସମସ୍ୟାର ସମାଧାନ ପାଇଁ ଆଉ ଏକ ଉପାୟ କିଛି ଯବାନଙ୍କ ମୁଣ୍ଡକୁ ଆସିଥିଲା। ଏହି କଣ୍ଡୋମ ଦ୍ୱାରା ରାଇଫଲ ନଳୀର ମୁହଁକୁ ଟାଇଟ୍ କରି ବନ୍ଧ କରିଦେଲେ ଆଉ ଭିତରକୁ ପାଣି ପସିବନି ବୋଲି ଚିନ୍ତା କରାଗଲା। ଆଉ କଣ୍ଡୋମ ବ୍ଯବହାର କରି ରାଇଫଲକୁ ଶୁଖିଲା ରଖିବା ପାଇଁ ଆଲୋଚନା ପରେ ଏହାକୁ ପରୀକ୍ଷା ମୂଳକ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତି ନିଆଗଲା। ଏହାପରେ ଭାରତୀୟ ସେନା ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କଣ୍ଡୋମ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ଆଉ ଶେଷରେ ଏହି ପରୀକ୍ଷଣ ସଫଳ ମଧ୍ୟ ହେଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତେବେଳେ ସ୍ଥଳସେନା ଭଳି ନୌସେନା ମଧ୍ୟ କଣ୍ଡୋମ୍ ବ୍ୟବହାର କରିଥିଲା। ୧୯୭୧ ଯୁଦ୍ଧରେ ଚିତ୍ରଗଙ୍ଗ ବନ୍ଦରକୁ ଭାରତୀୟ ନୌସେନା ଘେରାଉ କରିନେଲା। 

ପାକିସ୍ଥାନୀ ଜାହାଜ ଗୁଡ଼ିକୁ ଟାର୍ଗେଟ କରିବା ପାଇଁ ନୌସେନା ପକ୍ଷରୁ ସେମାନଙ୍କୁ ଲିପବେଟ ମାଇଣ୍ଡ ଦ୍ଵାରା ଯୋଜନା ପ୍ରସ୍ତୁତ ହେଲା। ତେଣୁ ଏଭଳି ସ୍ଥିତିରେ ଆମ ସ୍ଥଳସେନା ଭଳି ନୌସେନା ମଧ୍ୟ କଣ୍ଡୋମ୍ ବ୍ୟବହାରକୁ ଆପଣାଇଥିଲା। କଣ୍ଡୋମ୍ ଦ୍ୱାରା ଲିପବେଟ ମାଇଣ୍ଡକୁ ୱାଟରପୂର୍ପ କରାଗଲା। ତେବେ ୧୯୭୧ ଯୁଦ୍ଧରେ କଣ୍ଡୋମର ଏପରି ବ୍ୟବହାର ସମ୍ପର୍କରେ ଯଦିଓ ବହୁତ୍ ଅଧିକ ଖବର ସାମ୍ନାକୁ ଆସିନାହିଁ ତଥାପି ସେହି ଯୁଦ୍ଧରେ ଭାଗ ନେଇଥିବା କିଛି ସେନାଧିକାରୀଙ୍କ ଠାରୁ ବୟାନ ସଂଗ୍ରହ କରାଯାଇ କିଛି ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ଖବରକୁ ସାମ୍ନାକୁ ଆଣିବାରେ ସହାୟକ ହେଇଛନ୍ତି।

ଅଭିନେତା ଅନୁଭବଙ୍କୁ ମିଳିଲା ଆଶ୍ଵସ୍ତି, ବର୍ଷାଙ୍କୁ ଦେବେନି କ୍ଷତିପୂରଣ

କଟକ: ବର୍ଷା-ଅନୁଭବଙ୍କ ବିବାଦ ମାମଲା। ବର୍ଷାଙ୍କୁ କ୍ଷତିପୂରଣ ଦେବେନି ଅନୁଭବ। କଟକ ଏମଏଫସି କୋର୍ଟଙ୍କ ରାୟ, ବର୍ଷାଙ୍କୁ ଭରଣପୋଷଣ ଅର୍ଥ ଦେବେନି ଅନୁଭବ। ପାରିବାରିକ ହିଂସା ନେଇ ମାମଲା କରିଥିଲେ ବର୍ଷା। ପାରିବାରିକ ହିଂସାର କୌଣସି ପ୍ରମାଣ ପାଇଲେନି କୋର୍ଟ। କୋର୍ଟଙ୍କ ଏହି ରାୟ ପରେ ଏବେ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। 

ସୂଚନାଯୋଗ୍ୟ, ଓଲିଉଡ୍ର ଚର୍ଚ୍ଚିତ ଯୋଡି଼ ଥିଲେ ବର୍ଷା ଅନୁଭବ। ଅବଶ୍ୟ ଦୁହିଁଙ୍କର ଏବେ ଛାଡପତ୍ର ହୋଇସାରିଛି। ବର୍ଷା ନିଜ ଜୀବନରେ ଆଗକୁ ବଢିଥିବା ବେଳେ ଅନୁଭବ ମଧ୍ୟ ଲେଖିକା ତଥା ସାମ୍ବାଦିକା ଜାଗ୍ରୃତି ଦ୍ବିତୀୟଙ୍କୁ ବିବାହ କରିଛନ୍ତି। ଗତ କିଛି ବର୍ଷ ହେବ ବର୍ଷା ଅନୁଭବଙ୍କ ପାରିବାରିକ ବିବାଦ ବେଶ୍ ଚର୍ଚ୍ଚାରେ ଥିଲା। ୨୦୨୨ ମସିହାରେ ବର୍ଷା ଅଭିନେତା ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଶାଶୁଘରେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ବର୍ଷା ନିଜ ଅଭିଯୋଗରେ ଦର୍ଶାଇଥିଲେ । 

ଏନେଇ ଏକ ମାମଲା କଟକ ଜେଏମଏଫସି କୋର୍ଟରେ ରୁଜୁ କରାଯାଇଥିଲା। ଏଥିରେ ବର୍ଷା ନିଜର ସୁରକ୍ଷା ଓ ଭରଣପୋଷଣ ଦାବି କରିଥିଲେ। ହେଲେ ଏହି ମାମଲାର ଶୁଣାଣୀ ପୂର୍ବରୁ କୋର୍ଟ ପାରିବାରିକ ହିଂସାର କୌଣସି ପ୍ରମାଣ ପତ୍ର ପାଇ ନଥିଲେ। ଫଳରେ ବର୍ଷାଙ୍କୁ ଭରଣ ପୋଷଣ ପାଇଁ ଅନୁଭବ କୌଣସି ଟଙ୍କା ଦେବେ ନାହିଁ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ରେ ଅନୁଭବଙ୍କ ସହ ତାଙ୍କ ପୂରା ପରିବାରକୁ ଆଶ୍ବସ୍ତି ମିଳିଛି। 

ଘରେ ଲଗାନ୍ତୁ ଏହି ଗଛ, ଦୂର ହେବ ସମସ୍ତ ବାସ୍ତୁ ଦୋଷ

ଭୁବନେଶ୍ଵର: ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଗଛ ଅଛି ଯାହାକୁ ଘରେ ଲାଗାଇଲେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ କୃପା ଘର ପରିବାର ଉପରେ ସଦା ସର୍ବଦା ରହିଥାଏ । ମା’ଙ୍କ ଆଶୀର୍ବାଦରୁ ଘରେ କଦାପି ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ । ଆସନ୍ତୁ ଜାଣିବା ବାସ୍ତୁ ଅନୁସାରେ ଘରେ କେଉଁ ଗଛ ଲଗାଇବେ…

ଧଳା ଅରଖ:

ଏହି ବୃକ୍ଷ କେବଳ ଧାର୍ମିକ ନୁହେଁ ଆୟୁର୍ବେଦିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହାକୁ ଘରେ କିମ୍ବା କର୍ମକ୍ଷେତ୍ରରେ ଲଗାଇବା ଦ୍ୱାରା ଆର୍ଥିକ ସମୃଦ୍ଧି ଆସିଥାଏ । ପରିବାରରେ ସୁଖ ଏବଂ ଶାନ୍ତି ରହିଥାଏ ।

ଅଶ୍ବଗନ୍ଧା:

ଏହା ଏକ ଆୟୁର୍ବେଦିକ ବୃକ୍ଷ । ଏହି ଗଛକୁ ଅନେକ ପ୍ରକାର ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଏହା ବ୍ୟତୀତ, ଏହି ଗଛ ପରିବାରରେ ଧନ, ସୁଖ ଏବଂ ସମୃଦ୍ଧତା ବୃଦ୍ଧିରେ ଅତ୍ୟନ୍ତ ସହାୟକ ହୁଏ ।

ଗଙ୍ଗଶିଉଳି (ଶେଫାଳୀ):

ହିନ୍ଦୁ ଧର୍ମରେ ପାରିଜାତ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଗଙ୍ଗଶିଉଳି ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତି ପ୍ରିୟ ଫୁଲ । ଏହି ଗଛ ନକାରାତ୍ମକ ଶକ୍ତିକୁ ଘରେ ସକରାତ୍ମକ ଶକ୍ତିରେ ପରିଣତ କରେ । ଗଙ୍ଗଶିଉଳି ଫୁଲର ସୁଗନ୍ଧରେ ମନରେ ସୁଖ ଭରିଦିଏ । ଦୀପାବଳିରେ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଏହି ଗଛ ଲଗାନ୍ତୁ । ଏହାଦାରା ପରିବାର ସଦସ୍ୟଙ୍କ ଅଗ୍ରଗତି ହୋଇଥାଏ ।

ଅଁଳା:

ଅଁଳା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ବରଂ ଧାର୍ମିକ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଶାସ୍ତ୍ରରେ ଅଁଳା ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ବାସ ଅନୁଯାୟୀ, ଅଁଳା ଗଛରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରନ୍ତି । ଯଦି ଦୀପାବଳିରେ ଏହି ଗଛକୁ ଆଣି ଘର ପାଖରେ ଲଗାଯାଏ ତେବେ ଏହା ଘରୁ ଆର୍ଥିକ ସମସ୍ୟା ଦୂର କରିବା ସହ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ ।

ମନି ପ୍ଲାଣ୍ଟ:

ଏହି ଗଛର ନାମରୁ ଏହା ସ୍ପଷ୍ଟ ହେଉଛି ଯେ ଏହା ଧନର ଗଛ । ବିଶ୍ବାସ କରାଯାଏ ଯେ, ଏହି ଗଛକୁ ଦୀପାବଳିରେ ଘରେ ଲଗାଇବା ଦ୍ବାରା ଘରେ ଧନକୁ ଧନର ଆଗମନ ହୋଇଥାଏ । ଘରେ ଆର୍ଥିକ ସ୍ଥିରତା ରୁହେ । ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଏହି ଗଛ ଘର ପରିସର ବାୟୁକୁ ସଫା ରଖିଥାଏ ।

ଶାମୀ ପ୍ଲାଣ୍ଟ:

ହିନ୍ଦୁ ଧର୍ମରେ ଶାମି ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାକୁ ନିୟମିତ ପୂଜା କରିବା ଦ୍ବାରା ପରିବାରରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଘରେ ସକରାତ୍ମକ ପ୍ରଭାବ ବଢ଼ାଏ ।

ପୁଣି ଫେରୁଛି ପୁରୁଣା ଦିନ, ଖରା ଆସିବା ମାତ୍ରେ ଖୋଜା ପଡୁଛି ମାଟି ସୁରେଇ

ଭୁବନେଶ୍ଵର: ଦିନକୁ ଦିନ ବଢୁଛି ତାତି। ସହରର ତାପମାତ୍ରା ୪୦ ଡିଗ୍ରୀକୁ ଛୁଇଁଲାଣି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଦେଖିବାକୁ ମିଳୁଛି। ଜନସାଧାରଣ ପ୍ରବଳ ଗରମରେ ଶୀତଳ ପାନୀୟ ଜଳ ପାଇଁ ଫ୍ରିଜ୍ ଓ ୱାଟର୍ ଚିଲର୍ ଉପରେ ନିର୍ଭର କରୁଥିବା ବେଳେ ସହରର ନିମ୍ନ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ପାରମ୍ପାରିକ ମାଟି ପାତ୍ର ଉପରେ ନିର୍ଭର କରୁଛନ୍ତି। ତେଣୁ ସହରରେ ମାଟିରେ ନିର୍ମିତ ସୁରେଇ ଓ ମାଠିଆ ଆଦି ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହାଛଡ଼ା କଲିକତି ମାଟି ହାଣ୍ଡିର ଆଦର  ଗ୍ରାହକଙ୍କ ମଧ୍ୟରେ ବେଶ୍ ରହିଛି। ସହରର ବିଭିନ୍ନ ସ୍ଥାନରେ ଥିବା ହାଣ୍ଡି ମାଠିଆ ଦୋକାନରେ ମାଟି ପାତ୍ର ସବୁ ବିକ୍ରି ହେଉଛି।

ମୁଣ୍ଡଫଟା ଖରା ଓ ଅସହ୍ୟ ଗରମ ସମୟରେ ମନ ଖୋଜି ଥାଏ ଟିକେ ଥଣ୍ଡା ପାଣି । କେବଳ ଫ୍ରିଜ ପାଣି ନୁହେଁ ଏବେ ଗରମ ଦିନରେ ଖୋଜା ପଡୁଛି ମାଟି ସୁରେଇ ପାଣି । ଆଜିବି ମାଟି ସୁରେଇର ଚାହିଦା ରହିଛି । ଲୋକଙ୍କ ଆଧୁନିକତା ଛାପ ମଧ୍ୟରେ ଯଦିଓ କିଛି ଲୋକ ମାଟି ପାତ୍ର ବ୍ୟବହାର କରୁନାହାନ୍ତି । କିନ୍ତୁ ଏବେବି ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ଲୋକ ମାଟି ସୁରେଇ ପସନ୍ଦ କରିଥାନ୍ତି । ପୂର୍ବରୁ ଘରେ ଘରେ ମାଟି ପାତ୍ରରେ ପାଣି ରଖିବା ଏକ ସାଧାରଣ କଥା ଥିଲା । କିନ୍ତୁ ଆଜି ଦିନରେ ଫ୍ରିଜ୍ ଓ ଆକ୍ୱାଗାର୍ଡ ସହ ଅନେକ ଲୋକ ମାଟି ପାତ୍ରକୁ ଅପାଣାଉଛନ୍ତି । ଯାହା ଗରମ ସମୟରେ ପାଣି ପାଇବା ଏକ ପ୍ରକାରର ଅମୃତ ସେବନ ଭଳି ଅନୁଭବ ହେଇଥାଏ । ଆଉ ଏବେ ଖରାଦିନ ଚାଲିଥିବା ବେଳେ ମାଟି ସୁରେଇର ମଧ୍ୟ ଚାହିଦା ବଢ଼ିଛି ।

ଏନେଇ ବେପାରିଙ୍କ କହିବା ଅନୁସାରେ, ଦିନକୁ ଦିନ ମାଟି ପାତ୍ରର ଚାହିଦା ବୃଦ୍ଧି ପାଉଛି । କିନ୍ତୁ ଏପଟେ ମାଟି ସମସ୍ୟା ରହିଛି । ଅନେକ ସମୟରେ ମାଟି ପାତ୍ର ପ୍ରସ୍ତୁତ କରାଯାଉଥିବା ମାଟି ମିଳିବା କଷ୍ଟକର ହୋଇପଡୁଛି । ଘରେ ଘରେ ଫ୍ରିଜ ଏବଂ ଆକ୍ୱାଗାର୍ଡ ରହିଥିଲେ ମଧ୍ୟ ମାଟି ପାତ୍ରକୁ ଅଧିକ ପସନ୍ଦ କରୁଛନ୍ତି । ଏଥିରୁ ପାଣି ପାଇବା ଦ୍ଵାରା ଅନେକ ସମୟରେ ନିରୋଗ ହେବାର ସମ୍ଭାବନା ରହିଥାଏ । ବିଶେଷ ଭାବରେ ମାଟି ସୂରେଇ, ଜଗ, ମାଟି ପାଣି ବୋତଲ ଆଦି ପ୍ରସ୍ତୁତ କରି ରଖାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ବିକ୍ରି କରାଯାଉଛି ।

ପ୍ରଥମେ ଚିକିଟା ମାଟିକୁ ସ୍ୱଳ୍ପ ବାଲି ମିଶାଇ ଚକଟାଯାଇ ପାଗ କରାଯାଏ। ତା’ପରେ କୁମ୍ଭାର ଚକରେ ମାଟି ପିଣ୍ଡୁଳାକୁ ଥୋଇ ବିଭିନ୍ନ ଆକୃତିର ସାମଗ୍ରୀ ପ୍ରସ୍ତୁତ କରାଯାଇଥାଏ। ଏହାପରେ ପ୍ରସ୍ତୁତ ହୋଇଥିବା କଞ୍ଚା ମାଟିର ପାତ୍ରକୁ ଉଆ ଭାଟିରେ ରଖାଯାଇ କାଠ ଦ୍ୱାରା ପୋଡ଼ାଯାଇ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ। ସାଧାରଣତଃ ମାଟିର ଧର୍ମ ହେଉଛି ଜୀବାଣୁ ନଷ୍ଟ କରିବା। ପୋଡ଼ା ମାଟି ପାତ୍ରରେ ଜଳ ରଖିଲେ ତାହା ବିଶୁଦ୍ଧ ହୋଇଥାଏ ଏବଂ ଥଣ୍ଡା ମଧ୍ୟ ରହିଥାଏ। ଖରାଦିନେ ମାଟି ପାତ୍ରରେ ପାଣି ପିଇବା ଚାହିଦା ସେଥିଲାଗି ବୃଦ୍ଧି ପାଇଛି। ତେଣୁ ଜନସାଧାରଣ ମାଠିଆ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

ସ୍ଵାସ୍ଥ୍ୟ ପାଇଁ ଜରୁରୀ ଗୋଲାପ ଚା’, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି

ଭୁବନେଶ୍ଵର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ଏହି ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ସମ୍ଭବ ନୁହେଁ । କିନ୍ତୁ ଏହି ମାନସିକ ଚାପ ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହାକୁ କମ୍ କରିବାକୁ ହେଲେ ଖାଦ୍ୟଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ବିଶେଷଜ୍ଞଙ୍କ ଅନୁସାରେ, ଗୋଲାପ ପାଖୁଡାର ଚା’ ସେବନ କଲେ ଏହି ଚାପ କେତେକାଂଶରେ କମ୍ ହୋଇପାରେ । ଗୋଲାପ ପାଖୁଡାରେ ଭରପୂର ଭିଟାମିନ ଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏଥିରେ ଥିବା ଭିଟାମିନ ସି, ଫେନୋଲିକ ଯୌଗିକ, କ୍ୟାରୋଟିନାଏଡ, ଟୋକୋଫେରୋଲ, ବାୟୋଫ୍ଲାଭୋନଏଡ, ଟାନିନ୍, ପେକଟିନ ଭଳି ତତ୍ତ୍ବ ରହିଛି, ଯାହା ମାନସିକ ଚାପ ହ୍ରାସ କରିବାରେ ପ୍ରଭାବଶାଳୀ । ଏନେଇ ନ୍ୟାସଲାନ ଲାଇବ୍ରେରୀ ଅଫ ମେଡିସିନ ବିଶେଷଜ୍ଞର ଏକ ଟିମ୍ ଜଣାଇଛନ୍ତି ।

ଗୋଲାପ ପାଖୁଡାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରରେ ଫ୍ରି ରାଡିକଲ୍ସ ହଟାଇବାରେ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଗୋଲାପ ପାଖୁଡାରେ ଫ୍ଲାବୋନଏଡ ଥାଏ । ଏହା ସ୍ନାୟୁପ୍ରଣାଳୀ କାର୍ଯ୍ୟକାରିତାରେ ସୁଧାର ଆଣେ । ପ୍ରତିଦିନ ଏକରୁ ଦୁଇ କପ ଗୋଲାପ ଚା ପିଇଲେ ହଜମ ପ୍ରକ୍ରିୟା ଠିକ୍ ରହେ । ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ । ଗୋଲାପ ଚା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି କରିଥାଏ । ଅତିରିକ୍ତ ଚର୍ବି କମାଇବାରେ ସାହାଯ୍ୟ କରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଚା ହରମୋନ ସନ୍ତୁଳନ ମଧ୍ୟ ବଜାର ରଖେ । ଗୋଲାପ ଚାରେ କମ୍ କ୍ୟାଲୋରୀ ଥାଏ ଯାହାକି ଓଜନ ନିୟନ୍ତ୍ରଣ ପାଇଁ ଲାଭଦାୟକ । ଏଥିରେ ଥିବା ଭିଟାମିନ ଓ ଫାଇବର ଭୋକ ନିୟନ୍ତ୍ରଣ କରିଥାଏ । ଅର୍ଥାତ୍ ଅଧିକ ସମୟ ଯାଏଁ ଭୋକ ଲାଗେନି । ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହେବା ଯୋଗୁଁ ଜଙ୍କଫୁଡ ଓ ଅଏଲି ଫୁଡ ଖାଇବାର ଇଚ୍ଛା କମିଯାଏ । ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଗୋଲାପ ଚା’ ।

ଆବଶ୍ୟକୀୟ ସାମଗ୍ରୀ

କ୍ଷୀର ୩ କପ୍, ଚା’ ପତି ୩ ଚାମଚ, ଚିନି ୩ ଚାମଚ, ଗୁଜୁରାତି ୩ଟି, ଅନାସି ଫୁଲ ଗୋଟିଏ, କାଜୁ ୧୦ଟି, ବାଦାମ ୧୦ଟି, ଗୋପାଲ ପାଖୁଡା ପେଷ୍ଟ ଦୁଇ ଚାମଚ, ପାଣି ୨ କପ୍ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ପୂର୍ବରୁ ପାଣି ଭିଜା ଯାଇଥିବା କାଜୁ ଓ ପିସ୍ତାବଦାମକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ । ଏବେ ଗ୍ୟାସରେ ଏକ ପାତ୍ର ବସାଇ ଦୁଇ ଗ୍ଲାସ ପାଣି ଗରମ କରନ୍ତୁ । ଏଥିରେ ଚା’ ପତି, ଗୋଲାପ ପାଖୁଡା ପେଷ୍ଟ, ଗୁଜୁରାତି ମିଶାଇ ଭଲ ଭାବେ ଫୁଟାନ୍ତୁ । ଏହି କାଢାକୁ ଏକ ପାତ୍ରକୁ ଛାଣି ରଖନ୍ତୁ । ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । ଏଥିରେ ଚିନି ମିଶାନ୍ତୁ । କ୍ଷୀର ଫୁଟିଲେ ଏଥିରେ କାଜୁ ବାଦାମ ପେଷ୍ଟ ମିଶାଇ ଭଲ ଭାବେ ଗୋଳାନ୍ତୁ । ଆଉ ୨-୩ ମିନିଟ୍ କ୍ଷୀର ଫୁଟିଲା ପରେ ଏଥିରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାଢା ମିଶାଇ ଗୋଳାନ୍ତୁ ଏବଂ ୫ ମିନିଟ୍ ଫୁଟିବାକୁ ଛାଡନ୍ତୁ ।  ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୋଲାପ ଚା’ । ଏକ ଗ୍ଲାସରେ ଏହି ଚା’କୁ ଛାଣି ପିଅନ୍ତୁ ।