
ଭୁବନେଶ୍ଵର: ହଜାର ହଜାର ବର୍ଷ ଧରି ଆୟୁବେର୍ଦରେ ଗୋନ୍ଦ କତିରା ବ୍ୟବହୃତ ହୋଇଆସୁଛି । ଗୋନ୍ଦ କତିରାକୁ ଟ୍ରାଗାକାନ୍ଥ ଗମ୍ ମଧ୍ୟ କୁହାଯାଏ । ଏହା ବବୁଲ୍, କିକର ଏବଂ ନିମ କାଠରୁ ବହାର କରାଯାଏ । ଏହା ସାଧାରଣତଃ ସ୍ଫଟିକ ପରି ଧଳା କିମ୍ବା ହାଲୁକା ହଳଦିଆ ରଙ୍ଗ ଭାବରେ ଦେଖାଯାଏ । କିନ୍ତୁ ଯେତେବେଳେ ଆପଣ ଏହାକୁ ପାଣିରେ ଭାଜାଇବେ, ଏହା ନରମ ଜେଲି ପରି ହୋଇଯିବ । ଗୋନ୍ଦ କତିରାରେ ଶୀତଳ ପ୍ରଭାବ ଅଛି, ତେଣୁ ଲୋକମାନେ ଏହାକୁ ଗ୍ରୀଷ୍ମ ଋତୁରେ ବହୁତ ବ୍ୟବହାର କରନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ପ୍ରୋଟିନ ଏବଂ ଫୋଲିକ୍ ଏସିଡ୍ ଭଳି ପୁଷ୍ଟିକର ତତ୍ତ୍ୱ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ ସେବନ କରିବା ଦ୍ୱାରା କ’ଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ?
ଗୋନ୍ଦ କତିରାରେ ଫଲିକ ଏସିଡ ପରି ଅନେକ ଭିଟାମିନ ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଗୋନ୍ଦ କତିରା ଆମ ତ୍ଵଚା ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଯଦି ଆପଣ ବୟସ ଠାରୁ ଅଧିକ ବୟସ୍କ ଦେଖା ଯାଉଛନ୍ତି ତେବେ ଆପଣଙ୍କୁ ସବୁ ଦିନ ଗୋନ୍ଦ କତିରା ବ୍ୟବହାର କରିବା ଉଚିତ । ଏହା ଦ୍ଵାରା ଆପଣଙ୍କ ଚର୍ମ ସତେଜ ହେବା ସହ ଆପଣ ସୁନ୍ଦର ଦେଖା ଯାଇଥାନ୍ତି । ଏଥିପାଇଁ ଆପଣଙ୍କୁ ରାତିରେ ଗୋନ୍ଦ କତିରା ପାଣିରେ ଭିଜେଇ ଛାଡିବାକୁ ହବ ଆଉ ସକାଳେ ଗରମ କ୍ଷୀର ବା ପାଣିରେ ପକାଇ ମିଶିରି ପକାଇ ଏହାର ସେବନ କରିବାକୁ ପଡିବ । ଏହାର ସେବନ ଦ୍ଵାରା ଆପଣଙ୍କ ଶରୀରକୁ ପୋଷ୍ଟିକ ତତ୍ଵ ମିଳିଥାଏ । ଯାହା ଦ୍ଵାରା ଆମ ଶରୀର ସୁସ୍ଥ ରହିବା ସହ ଶକ୍ତି ମିଳିଥାଏ ।
ଆଜିକାଲିର ଖରାପ ଜୀବନଶୈଳୀ ମଧ୍ୟରେ ଅନେଜ ଲୋକଙ୍କର ପେଟ ଜନିତ ସମସ୍ୟା ଦେଖାଦେଉଛି । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେଉଁ ଲୋକଙ୍କ ପେଟ ଜନିତ ସମସ୍ୟା ରହିଥାଏ ସେହି ଲୋକଙ୍କ ସ୍ୱାସ୍ଥ୍ୟ ବହୁତ ଅଧିକ ଖରାପ ହୋଇଥାଏ । ଗୋନ୍ଦ କତିରା ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଜନିତ ସମସ୍ୟା ମଧ୍ୟ ହ୍ରାସ ପାଇଥାଏ । ଏହାକୁ ପାଣିରେ ଭିଜାଇ ସକାଳେ ମିଶାଇ କିଛି ଲେମ୍ବୁ ରସ ଓ କଳା ଲୁଣ ପକାଇ ସେବନ କରନ୍ତୁ । ଦେଖିବେ ଆପଣଙ୍କ ପେଟ ସଫା ରହିବ, ଆପଣଙ୍କ ଅନ୍ୟ ସବୁ ସମସ୍ୟା ବହୁତ ଶୀଘ୍ର ଦୂର ହବ ଆଉ ଆପଣଙ୍କ ପେଟ ଖରାପ କେବେ ହବ ନାହିଁ । ଗୋନ୍ଦ କତିରା ପିଉଥିବା ଲୋକଙ୍କ ପାଖରେ ସନଷ୍ଟ୍ରୋକ ହେବାର ଆଶଙ୍କା ବହୁତ କମ୍ ଥାଏ । କାରଣ ଗୋନ୍ଦ କତିରା ସେବନ କରୁଥିବା ବ୍ୟକ୍ତିଙ୍କ ଶରୀରରେ ଜଳୀୟଅଂଶର ଅଭାବ ହୋଇ ନଥାଏ । ଗୋନ୍ଦ କତିରା ହୃଦରୋଗୀ ମାନଙ୍କ ପାଇଁ ବହୁତ ଭଲ ଉପଚାର ଅଟେ ।