
ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ କ୍ରୋଧ ଏବଂ କାଶ୍ମୀର ରାସ୍ତାରେ ଶୋକର ପରିବେଶ ସୃଷ୍ଟି ହୋଇଛି। ଗୁଜବକୁ ରୋକିବା ପାଇଁ, କିଛି ଅଞ୍ଚଳରେ ଇଣ୍ଟର୍ନେଟ୍ ସ୍ପିଡ୍ ହ୍ରାସ କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସାଧାରଣତଃ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ଼ରେ ପରିପୂର୍ଣ୍ଣ ଲାଲ ଚୌକ ଆଜି ଜନଶୂନ୍ୟ ହୋଇପଡ଼ିଛି। ପହଲଗାମ ଆକ୍ରମଣରେ ମୃତ୍ୟୁ ପାଇଁ ସମଗ୍ର କାଶ୍ମୀର ଶୋକ କରୁଛି। ଭାରତୀୟ ସେନା ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱ ବିଷୟରେ ଅନେକ କାହାଣୀ ଶୁଣିଥିବେ, କିନ୍ତୁ ଆଜି ଏପରି ଏକ କାହାଣୀ ବିଷୟରେ କହିବୁ, ଯାହା ଆପଣଙ୍କୁ ଚକିତ କରିପାରେ । ଡିସେମ୍ବର ୧୯୭୧ ରେ ଏହି ଘଟଣା ଘଟିଥିଲା ଯେତେବେଳେ ଭାରତୀୟ ସେନା ବାଂଲାଦେଶର ମୁକ୍ତି ପାଇଁ ପାକିସ୍ତାନ ସହିତ ଲଢ଼ୁଥିଲେ । ଯୁଦ୍ଧ ସମୟରେ ଭାରତୀୟ ସେନା ଶହ ଶହ କଣ୍ଡୋମ ନିର୍ଦ୍ଦେଶ ଦେଇ ମାଇନ୍ସ ବ୍ୟବହାର କରି ପାକିସ୍ତାନୀ ଜାହାଜ ଉପରେ ଆକ୍ରମଣ କରି ବାଂଲାଦେଶକୁ ସଫଳତାର ସହ ମୁକ୍ତ କରିଥିଲା । ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ …
୧୯୭୧ରେ ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତୀୟ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ପୂର୍ବ ପାକିସ୍ତାନ ଲୋପ ପାଇଥିଲା। ଏବଂ ସାରା ଦେଶର ନକ୍ସାରେ ବାଂଲାଦେଶ ନାମକ ନୂଆ ଦେଶ ଜନ୍ମ ନେଇଥିଲା। ସେହି ଯୁଦ୍ଧରେ ଆମ ଭାରତର ୩ ସେନା ଜଳ,ସ୍ଥଳ ଓ ଆକାଶ ବାହିନୀ ବୀରତ୍ୱର ଏକ ନୂଆ ଗାଥା ଲେଖିଥିଲେ। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ସେନା ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କଣ୍ଡୋମ୍ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ସେହି ଯୁଦ୍ଧରେ ଭାଗ ନେଇଥିବା ଜଣେ କ୍ୟାପଟେନ ଯିଏ କି ପରବର୍ତ୍ତୀ ସମୟରେ ସେନାରୁ ଅବସର ନେଇଥିଲେ। ତାଙ୍କର କହିବା ଅନୁସାରେ ଭାରତ ସେତେବେଳେ ପୂର୍ବ ପାକିସ୍ତାନ ବିରୋଧରେ ଯୁଦ୍ଧ ଅଭିଯାନ ଆରମ୍ଭ କରିସାରିଥିଲା। କାରଣ ବଙ୍ଗୋଭାସୀ ପୂର୍ବ ପାକିସ୍ଥାନରେ ସେତେବେଳକୁ ପାକିସ୍ଥାନ ଠାରୁ ଅଲଗା ହେବାର ଆନ୍ଦୋଳନ ଜୋର୍ ଧରିଥିବା ବେଳେ ପାକିସ୍ଥାନୀ ସେନା ଏହି ଆନ୍ଦୋଳନକୁ ଚପେଇବା ପାଇଁ ସେଠାରେ ବର୍ବର ଅତ୍ୟାଚାର ଚଳାଇଥିଲା।
ବର୍ତ୍ତମାନର ବାଂଲାଦେଶ ଯିଏ କି ସେତେବେଳେ ପୂର୍ବ ପାକିସ୍ତାନ ଥିଲା ସେଠାରେ ଅଧିକ ନଦୀ,ନାଳ ଭରା ଅଞ୍ଚଳ ରହିଥିଲା। ଏଭଳି ନଦୀ ନାଳ ଭରା ସନ୍ତସନ୍ତିଆ ଅଞ୍ଚଳରେ ପଶି ଆଗକୁ ବଢୁଥିବା ବେଳେ ରାଇଫଲରେ କେମିତି ପାଣି କାଦୁଅ ପସିବନି ତାହା ଚିନ୍ତାର କାରଣ ହେଇଥିଲା। ରାଇଫଲକୁ ଶୁଖିଲା ରଖିବା ପାଇଁ ତା ଦେହରେ ଗାମୁଛା ବନ୍ଧା ଯାଇଥିଲା। ରାଇଫଲ ନଳୀରେ ଗାମୁଛାକୁ ଭର୍ତ୍ତି କରାଯାଉଥିଲା ଯେମିତିକି ତା ଭିତରେ ଆଉ କାଦୁଅ ପସି ପାରିବନି। କିନ୍ତୁ ଏଭଳି ପ୍ରୟାସ ବିଫଳ ହେଇଥିଲା। ଆଉ ଏହି ସମସ୍ୟାର ସମାଧାନ ପାଇଁ ଆଉ ଏକ ଉପାୟ କିଛି ଯବାନଙ୍କ ମୁଣ୍ଡକୁ ଆସିଥିଲା। ଏହି କଣ୍ଡୋମ ଦ୍ୱାରା ରାଇଫଲ ନଳୀର ମୁହଁକୁ ଟାଇଟ୍ କରି ବନ୍ଧ କରିଦେଲେ ଆଉ ଭିତରକୁ ପାଣି ପସିବନି ବୋଲି ଚିନ୍ତା କରାଗଲା। ଆଉ କଣ୍ଡୋମ ବ୍ଯବହାର କରି ରାଇଫଲକୁ ଶୁଖିଲା ରଖିବା ପାଇଁ ଆଲୋଚନା ପରେ ଏହାକୁ ପରୀକ୍ଷା ମୂଳକ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତି ନିଆଗଲା। ଏହାପରେ ଭାରତୀୟ ସେନା ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର କଣ୍ଡୋମ କିଣିବା ପାଇଁ ଅର୍ଡର ଦିଆଯାଇଥିଲା। ଆଉ ଶେଷରେ ଏହି ପରୀକ୍ଷଣ ସଫଳ ମଧ୍ୟ ହେଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେତେବେଳେ ସ୍ଥଳସେନା ଭଳି ନୌସେନା ମଧ୍ୟ କଣ୍ଡୋମ୍ ବ୍ୟବହାର କରିଥିଲା। ୧୯୭୧ ଯୁଦ୍ଧରେ ଚିତ୍ରଗଙ୍ଗ ବନ୍ଦରକୁ ଭାରତୀୟ ନୌସେନା ଘେରାଉ କରିନେଲା।
ପାକିସ୍ଥାନୀ ଜାହାଜ ଗୁଡ଼ିକୁ ଟାର୍ଗେଟ କରିବା ପାଇଁ ନୌସେନା ପକ୍ଷରୁ ସେମାନଙ୍କୁ ଲିପବେଟ ମାଇଣ୍ଡ ଦ୍ଵାରା ଯୋଜନା ପ୍ରସ୍ତୁତ ହେଲା। ତେଣୁ ଏଭଳି ସ୍ଥିତିରେ ଆମ ସ୍ଥଳସେନା ଭଳି ନୌସେନା ମଧ୍ୟ କଣ୍ଡୋମ୍ ବ୍ୟବହାରକୁ ଆପଣାଇଥିଲା। କଣ୍ଡୋମ୍ ଦ୍ୱାରା ଲିପବେଟ ମାଇଣ୍ଡକୁ ୱାଟରପୂର୍ପ କରାଗଲା। ତେବେ ୧୯୭୧ ଯୁଦ୍ଧରେ କଣ୍ଡୋମର ଏପରି ବ୍ୟବହାର ସମ୍ପର୍କରେ ଯଦିଓ ବହୁତ୍ ଅଧିକ ଖବର ସାମ୍ନାକୁ ଆସିନାହିଁ ତଥାପି ସେହି ଯୁଦ୍ଧରେ ଭାଗ ନେଇଥିବା କିଛି ସେନାଧିକାରୀଙ୍କ ଠାରୁ ବୟାନ ସଂଗ୍ରହ କରାଯାଇ କିଛି ଜାତୀୟ ଗଣମାଧ୍ୟମ ଏ ସମ୍ପର୍କରେ ଖବରକୁ ସାମ୍ନାକୁ ଆଣିବାରେ ସହାୟକ ହେଇଛନ୍ତି।