November 3, 2025

‘ଅପରେସନ ସିନ୍ଦୂର’ରେ ସଫା ହୋଇଗଲା ମାସୁଦ ଆଜହରର ପୁରା ପରିବାର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର, ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛି ଭାରତୀୟ ସେନା । ଗତ ରାତି ୧ଟା ୫ରୁ ୧ଟା ୩୦ରେ ମଧ୍ୟରେ ଲକ୍ଷ୍ୟଭେଦି ଆକ୍ରମଣ କରିଥିଲା ଭାରତ । ସଠିକ୍ ଗୁଇନ୍ଦା ସୂଚନା ଅନୁସାରେ ହୋଇଥିଲା ଅପରେସନ୍ । ଆଉ ଏହି ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା ହୋଇଯାଇଛି । ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ‘ଅପରେସନ ସିନ୍ଦୂର’ରେ ପରିବାରର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମାସୁଦ ଆଜହରର ପରିବାର ନିପାନ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ମାସୁଦ ।

ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍‌ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ୨୧ଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଥିଲା । ଏଥିରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆତଙ୍କବାଦୀଙ୍କ ତାଲିମ ଶିବିର, ସେମାନଙ୍କ ଘର ଏବଂ ମୁଖ୍ୟାଳୟ ଧ୍ୱଂସ ହୋଇଛି । ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର । ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ଭିଣେଇ ମଧ୍ୟ ସାମିଲ ଥିବା କୁହାଯାଉଛି।

୨୦୧୯ ମସିହାରେ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ଜାତିସଂଘ ସୁରକ୍ଷା ପରିଷଦ। ସେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି। ନିଜର ସଂଗଠନକୁ ବିସ୍ତାର କରିବା ପାଇଁ ନୂତନ ମଦ୍ରାସା ଖୋଲିବାକୁ ଯୋଜନା କରୁଛି। ମାସୁଦ ଆଝାରଙ୍କ ନେତୃତ୍ୱରେ ଜୈଶ-ଏ-ମହମ୍ମଦ ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୦୦ ମସିହାରେ ଜମ୍ମୁ-କାଶ୍ମୀର ବିଧାନସଭା ଉପରେ ଆକ୍ରମଣ, ୨୦୧୬ ମସିହାରେ ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଭଳି ଅନେକ ବଡ଼ ଆତଙ୍କବାଦୀ ଘଟଣା ଘଟାଇଥିଲା।

ଘରକୁ ଦୁର୍ଦ୍ଦଶା ଟାଣି ଆଣେ ଏହି ଗଛ, ଜାଣନ୍ତୁ…

ଭୁବନେଶ୍ଵର: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ।

କୋଳି ଗଛ

ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ ଯେଉଁ ଘରେ ଏକ କୋଳି ଗଛ ଅଛି, ସେଠାରେ ମା ଲକ୍ଷ୍ମୀଙ୍କ ବାସ କରନ୍ତି ନାହିଁ।

ଖଜୁରୀ ଗଛ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଖଜୁରୀ ଗଛ ଲଗାନ୍ତୁ ନାହିଁ। ଖଜୁରୀ ଗଛ ଲଗାଇବା ଦ୍ୱାରା ଦାରିଦ୍ର୍ୟତା ଆଣିଥାଏ। ଆପଣଙ୍କର ଆର୍ଥିକ ଅସୁବିଧା ଘରେ ଲାଗି ରହିଥାଏ। ଏହା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।

ବାଉଁଶ ଗଛ

ବାଉଁଶ ଗଛ ବହୁତ ଉପଯୋଗୀ, ହେଲେ ବାସ୍ତୁ ବିଜ୍ଞାନ ଅନୁଯାୟୀ, ବାଉଁଶ ଗଛ କେବେ ଘରେ ଲଗାଯିବା ଉଚିତ୍ ନୁହେଁ। ବାଉଁଶ ଗଛ ମଧ୍ୟ ଘରେ ଅସୁବିଧା ଆଣିଥାଏ। ହିନ୍ଦୁ ଧର୍ମରେ ବାଉଁଶକୁ ମୃତ୍ୟୁ ସମୟରେ ବ୍ୟବହାର କରାଯାଇଥାଏ।

ବୋନସାଇ ଉଦ୍ଭିଦ

ପ୍ରାୟତଃ ଲୋକମାନେ ଘରର ସାଜସଜ୍ଜାରେ ବନସାଇ ଉଦ୍ଭିଦ ବ୍ୟବହାର କରନ୍ତି। ହେଲେ ବାସ୍ତୁ ଶାସ୍ତ୍ରବିତଙ୍କ ଅନୁସାରେ ଏହା ଠିକ ନୁହେଁ। କାରଣ ଏହା ଦ୍ବାରା ଘରେ ବହୁ ଅଶାନ୍ତି ସୃଷ୍ଟି ହୋଇଥାଏ।  ପରିବାର ସଦସ୍ୟଙ୍କ ମଧ୍ୟରେ କଳି ଝଗଡା ମଧ୍ୟ ସୃଷ୍ଟି ହୋଇଥାଏ।

ତେନ୍ତୁଳି ଗଛ

ବାସ୍ତୁ ବିଜ୍ଞାନ ଅନୁଯାୟୀ, ଘରେ ତେନ୍ତୁଳି ଗଛ ଲଗାଇବା ଦ୍ବାରା ଲୋକଙ୍କ ମଧ୍ୟରେ ଦୁଃଖ ଦାରିଦ୍ରତା ସୃଷ୍ଟି କରିଥାଏ। ଏହା ସହିତ ତେନ୍ତୁଳି ଗଛ ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଏହା ସହିତ ଏହା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

କାହିଁକି ନାଁ ହେଲା ‘ଅପରେସନ୍ ସିନ୍ଦୂର’, କିଏ କରିଥିଲେ ନାମକରଣ

ନୂଆଦିଲ୍ଲୀ: ସଧବା ମଥାର ସିନ୍ଦୂର ପୋଛିଥିଲେ ଆତଙ୍କୀ। ଆଉ ଆଜି ସିନ୍ଦୂରର ବଦଲା ନେଲା ଅପରେସନ ‘ସିନ୍ଦୂର’ । ପହଲଗାମ ଆତଙ୍କବାଦୀଙ୍କ ନରସଂହାରର ବଦଲା ନେଇଛି ଭାରତୀୟ ସେନାର ଅପରେସନ ସିନ୍ଦୂର। ପହଲଗାମ ଆକ୍ରମଣର ୧୫ଦିନ ପରେ ପ୍ରତିଶୋଧ ନେଇଛି ଭାରତ । ଗତ ୨ ଦିନ ଧରି ମକ୍‌ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ରାତି ଅଧିଆ କରିଛି ଅପରେସନ୍ । ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଛି ଭାରତ। ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେରେ ବଡ଼ଧରଣର ଆକ୍ରମଣ କରିଛି।

ବୁଧବାର ରାତି ୧ଟା ୧୫ରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରମୁଖ ୯ଟି ଆତଙ୍କବାଦୀ କେନ୍ଦ୍ର ଧ୍ବଂସ କରିଦେଇଛି। ଆତଙ୍କବାଦୀ ଓ ଏହାର ସମର୍ଥକଙ୍କୁ ମାଟିରେ ମିଶାଇ ଦେଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପାକିସ୍ତାନର କୌଣସି ସାମରିକ ଠିକଣାରେ ଆକ୍ରମଣ କରାଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏହା ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକର ସ୍ମୃତିକୁ ତାଜା କରିଛି । ସେତେବେଳେ ମଧ୍ୟ ଭାରତ ଆତଙ୍କବାଦ ବିରୁଦ୍ଧରେ ସମାନ ଭାବେ ଅଚାନକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥର ଭାରତ ପାକିସ୍ତାନର ୪ଟି ସ୍ଥାନ ଏବଂ ପିଓକେର ୫ଟି ସ୍ଥାନକୁ ଟାର୍ଗେଟ କରିଛି । ଏଥିରେ ପିଓକେର ଚାରୋଟି ସ୍ଥାନ ଅନ୍ତର୍ଭୁକ୍ତ, ଯାହା ଆତଙ୍କବାଦୀଙ୍କ ଭାରତରେ ପ୍ରବେଶ ପାଇଁ ମୁଖ୍ୟ ପ୍ରବେଶ ପଥ ।

୨୨ ଏପ୍ରିଲ୍, ୨୦୨୫ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର କଡା ଜବାବ ଥିଲା, ଯେଉଁଥିରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ । ଏହି ଆକ୍ରମଣରେ କେବଳ ପୁରୁଷ ମାନଙ୍କୁ ଟାର୍ଗେଟ କରାଯାଇଥିଲା । ଯେଉଁଥିପାଇଁ ଅନେକ ବିବାହିତ ମହିଳା ନିଜ ସିନ୍ଦୁର ହରାଇଥିଲେ ଯାହାକୁ ରକ୍ଷା କରିବା ପାଇଁ ଏହାକୁ ଅପରେସନ ସିନ୍ଦୁର ନାମ ଦିଆଯାଇଥିଲା । “ସିନ୍ଦୁର” ନାମ ଆକ୍ରମଣର ସାଂସ୍କୃତିକ ଏବଂ ଭାବପ୍ରବଣ ପ୍ରତିଧ୍ୱନିତ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ବିଶେଷକରି ପୀଡିତମାନଙ୍କ ମଧ୍ୟରୁ କିଛି ନବବିବାହିତ ଦମ୍ପତିଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥିଲା । ଆତଙ୍କବାଦୀମାନେ ଯେଉଁଭଳି ଭାବରେ ସାଧାରଣ ମହିଳାଙ୍କ ସୁହାଗକୁ ଧ୍ୱଂସ କଲେ ତାହାର ବଦଲା ନେଇଛି ଭାରତ । ଏହା ଏକ ପ୍ରତୀକାତ୍ମକ ପ୍ରତିଶୋଧ ଏବଂ ଚେତାବନୀ ମଧ୍ୟ । ଏକ ଶକ୍ତିଶାଳୀ ସାଂସ୍କୃତିକ ଏବଂ ଭାବପ୍ରବଣ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ “ଅପରେସନ୍ ସିନ୍ଦୂର” ନାମ ବଛାଯାଇଥିଲା । ଯାହା କେବଳ ଶତ୍ରୁ ପାଇଁ ଏକ ଚେତାବନୀ ନୁହେଁ ବରଂ ଭାରତୀୟ ମହିଳାଙ୍କ ବୀରତ୍ୱ, ତ୍ୟାଗ ଓ ଯନ୍ତ୍ରଣାର ପ୍ରତୀକ। 

ସବୁଠୁ ବଡ କଥା ହେଲା ଅପରେସନ ସିନ୍ଦୂର ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଆଯାଇଥିବା ନେଇ ସୂଚନା ମିଳୁଛି । ପହଲାଗାମରେ ଆକ୍ରମଣ ପରେ ଦିନ ରାତି ଏନେଇ ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଘନଘନ ବୈଠକ କରି ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ । ଗତ ୧୬ ଏପ୍ରିଲରେ ବିବାହ କରିଥିବା ଗୁରୁଗ୍ରାମର ହିମାଂଶୀ ନରୱାଲ ତାଙ୍କ ସ୍ୱାମୀ ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ସହ ହନିମୁନରେ ଯାଇଥିଲେ। ଆତଙ୍କବାଦୀମାନେ ଧର୍ମ ପଚାରି ବିନୟଙ୍କୁ ଗୁଳି କରିଥିଲେ। ହିମାଂଶୀ କହିଥିଲେ, “ମୁଁ ମଥାରେ ସିନ୍ଦୂର ଭରି ଘରେ ବିଦା ହୋଇଥିଲି । କିନ୍ତୁ ମୋଠାରୁ ସବୁକିଛି ଛଡ଼ାଇ ନିଆଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣରେ ଅଞ୍ଜଳିଙ୍କ ସ୍ୱାମୀ ବିବେକ ଠାକୁର ଓ ସ୍ନେହାଙ୍କ ସ୍ୱାମୀ ଅମିତ ପାଟିଲ ମଧ୍ୟ ସହିଦ ହୋଇଥିଲେ। ସ୍ନେହାର କରୁଣ ଚିତ୍କାର ଥିଲା, “ଆତଙ୍କବାଦୀମାନେ ଆମଠାରୁ ସବୁକିଛି ଛଡ଼ାଇ ନେଇଗଲେ।”

ପହଲଗାମ୍ ଆକ୍ରମଣର ୧୫ ଦିନ ପରେ ପ୍ରତିଶୋଧ ନେଲା ଭାରତ, ହେଲା ‘ଅପରେସନ୍ ସିନ୍ଦୁର’

ନୂଆଦିଲ୍ଲୀ: ଭାରତୀୟ ସେନା ଦେଇଛି କଡା ଜବାବ୍ । ଏପ୍ରିଲ୍ ୨୨ ତାରିଖରେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଯାଇଛି ୨୭ ହିନ୍ଦୁଙ୍କ ଜୀବନ । ବ୍ୟସ୍ତବହୁଳ ଜୀବନରୁ ଟିକେ ଅବକାଶ ନେଇ ମନ ଫୂର୍ତ୍ତି କରିବାକୁ ପହଲଗାମ୍ ଯାଇଥିବା ଭାରତୀୟଙ୍କୁ ଗୁଳିବିଦ୍ଧ କରିଦେଇଗଲେ ଟିଆରଏଫର ଆତଙ୍କୀ । ଆଉ ପହଲଗାମ୍ ଆକ୍ରମଣର ୧୫ ଦିନ ପରେ ପ୍ରତିଶୋଧ ନେଇଛି ଭାରତ ।

ପହଲଗାମ ଆକ୍ରମଣର ଜବାବରେ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ରାତି ୧ଟା ୪୪ ମିନିଟରେ ଏହି ଆକ୍ରମଣ କରାଯାଇଥିଲା। ଏହି ସମୟରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବାର ଜଣାପଡିଛି। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଭାବେ ଏହି ଅଭିଯାନ ଉପରେ ନଜର ରଖିଥିଲେ।  ପାକିସ୍ତାନ ଏବଂ ପିଓକେରେ ଥିବା ଘାଟି ଉପରେ ଭାରତ ଆକ୍ରମଣ କରିଥିଲା ​​ଯେଉଁଠାରୁ ଆତଙ୍କବାଦୀମାନେ ଆକ୍ରମଣର ଯୋଜନା କରିବା ସହିତ ସେହି ସ୍ଥାନରୁ ନିର୍ଦ୍ଦେଶ ଦିଆଯାଉଥିଲା।

‘ଅପରେସନ୍ ସିନ୍ଦୁର’ କୋଡନାମରେ ରାତାରାତି ଆକ୍ରମଣରେ ମୋଟ ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଭାରତ କହିଛି, “ଆମର କାର୍ଯ୍ୟଗୁଡ଼ିକୁ ଆତଙ୍କବାଦୀ ସ୍ଥାନଗୁଡିକର ଉପରେ କେନ୍ଦ୍ରିତ ଥିଲା। ଏଥିରେ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନାହିଁ। ଲକ୍ଷ୍ୟ ଚୟନ ଏବଂ କାର୍ଯ୍ୟାନ୍ୱୟନ ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମତା ପ୍ରଦର୍ଶନ କରିଛି। ଏହି କାର୍ଯ୍ୟାନୁଷ୍ଠାନ ପହଲଗାମ ଆକ୍ରମଣ ପ୍ରତି ଭାରତର ପ୍ରତିକ୍ରିୟାର ପର୍ଯ୍ୟାୟ ୧ ର ଏକ ଅଂଶ ଥିଲା, ଏବଂ ପାକିସ୍ତାନର ପ୍ରତିଶୋଧ ଆଧାରରେ ଆହୁରି ଅନେକ ପଦକ୍ଷେପ ନିଆଯିବ। ପ୍ରତିଶୋଧ ସ୍ୱରୂପ, ପାକିସ୍ତାନ ନିୟନ୍ତ୍ରଣ ରେଖା ପାଖରେ ଥିବା ଭାରତୀୟ ଗ୍ରାମଗୁଡ଼ିକ ଉପରେ ସୀମାପାର ଗୁଳିମାଡ଼ ଏବଂ ତୋପ ମାଡ଼ କରିଥିଲା। ଏଥିରେ ତିନି ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି।

ପାକିସ୍ତାନର ଡିଜି ଆଇଏସ୍ପିଆର, ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି ଯେ ଭାରତ କୋଟଲି, ମୁରିଦକେ, ବାହାୱାଲପୁର, ଚକ୍ ଆମରୁ, ଭୀମବର, ଗୁଲପୁର, ସିଆଲକୋଟ ଏବଂ ମୁଜାଫରାବାଦର ଦୁଇଟି ସ୍ଥାନରେ ଆକ୍ରମଣ କରିଥିଲା। ସିଆଲକୋଟ, ବାହାୱାଲପୁର, ଚକ୍ ଆମରୁ ଏବଂ ମୁରିଦକେ ଅନ୍ତର୍ଜାତୀୟ ସୀମା ଆରପଟେ ଏବଂ ବାକି ସମସ୍ତ POK ରେ ନିୟନ୍ତ୍ରଣ ରେଖା ଆରପଟେ ଅବସ୍ଥିତ। ମୁରିଦକେ ହେଉଛି ହାଫିଜ୍ ସଇଦ ଦ୍ୱାରା ପରିଚାଳିତ ଲସ୍କର-ଏ-ତୈବାର ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟାଳୟ, ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶର ବହଲୱାପୁର ହେଉଛି ମାସୁଦ ଆଝାର ଦ୍ୱାରା ପରିଚାଳିତ ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, “ଭାରତ ଦ୍ୱାରା ଲଗାଯାଇଥିବା ଏହି ଯୁଦ୍ଧ କାର୍ଯ୍ୟର ଜୋରଦାର ଜବାବ ଦେବାର ପାକିସ୍ତାନର ସମ୍ପୂର୍ଣ୍ଣ ଅଧିକାର ଅଛି, ଏବଂ ଜୋରଦାର ଜବାବ ଦିଆଯାଉଛି।

କାହିଁକି ହାତ ବେକରେ ପିନ୍ଧନ୍ତି ତୁଳସୀ ମାଳ, ଜାଣନ୍ତୁ କଣ ରହିଛି କାରଣ…

ଭୁବନେଶ୍ଵର: ଆଜିକାଲି ପ୍ରତ୍ୟେକ ଘରେ ତୁଳସୀ ଗଛ ଦେଖିବାକୁ ମିଳେ। ପରିବାରରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ତୁଲସୀଙ୍କୁ ପୂଜା କରାଯାଏ। ସେହିପରି ତୁଲସୀ ମାଳା ପିନ୍ଧିବା ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯଦି ଭଗବାନ ବିଷ୍ଣୁ ଏବଂ କୃଷ୍ଣଙ୍କ ଭକ୍ତମାନେ ତୁଳସୀ ମାଳ ପିନ୍ଧନ୍ତି, ତେବେ ସେମାନେ ବହୁତ ଲାଭ ପାଆନ୍ତି।

ବେକରେ ତୁଳସୀ ମାଳ ପିନ୍ଧିବା ଦ୍ୱାରା ଜୀବଶକ୍ତି ବୃଦ୍ଧି ପାଇଥାଏ, ଅନେକ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଏହାକୁ ବେକରେ ପିନ୍ଧିବା ଦ୍ୱାରା ଶରୀରକୁ ସଫା, ରୋଗମୁକ୍ତ ଏବଂ ସ୍ବାତିକ ହୋଇଥାଏ। ତୁଳସୀ ମାଳ ସହିତ ଭଗବାନଙ୍କ ନାମ ଜପ କରିବା ଏବଂ ଏହାକୁ ବେକରେ ପିନ୍ଧିବା ଆବଶ୍ୟକୀୟ ଆକ୍ୟୁପ୍ରେସର ପଏଣ୍ଟ ଉପରେ ଚାପ ପକାଇଥାଏ, ଯାହା ମାନସିକ ଉତ୍ତେଜନାକୁ ଉପକାର କରିଥାଏ, ସଂକ୍ରାମକ ରୋଗରୁ ରକ୍ଷା କରିଥାଏ। ଶରୀର-ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଦୀର୍ଘାୟୁ କରିବାରେ ସାହାଯ୍ୟ କରେ।

କେବଳ ଏତିକି ନୁହେଁ, ତୁଳସୀ ମାଳ ପିନ୍ଧିବା ଶରୀରରେ ବୈଦ୍ୟୁତିକ ଶକ୍ତି ପ୍ରବାହକୁ ବଢାଇଥାଏ ଏବଂ ଜୀବକୋଷର ଶକ୍ତି ଧାରଣ କରିବାର କ୍ଷମତା ବୃଦ୍ଧି କରାଇଥାଏ। ଗଳାରେ ତୁଲସୀ ମାଳା ପିନ୍ଧିବା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୁଏ ଯାହା ରକ୍ତ ସଞ୍ଚାଳନକୁ ବନ୍ଦ କରେ ନାହିଁ। ବେକରେ ତୁଲସୀ ମାଳ ପିନ୍ଧିବା ଶବ୍ଦର ସନ୍ତୁଳନ ସୃଷ୍ଟି କରେ ଏବଂ ଏହା ସହିତ ହୃଦୟରେ ଘୁରି ବୁଲୁଥିବା ତୁଲସୀ ମାଳା ହୃଦୟ ଏବଂ ଫୁସଫୁସକୁ ରୋଗରୁ ରକ୍ଷା କରିଥାଏ।

ଗ୍ରୀଷ୍ମଋତୁରେ ମୁଣ୍ଡବିନ୍ଧା ଦୁର କରେ ପିଆଜ, ଜାଣନ୍ତୁ ସ୍ଵାସ୍ଥ୍ୟଗତ ଫାଇଦା

ଭୁବନେଶ୍ଵର: ପିଆଜ ଏପରି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହା ପ୍ରତ୍ୟେକ ଘରେ ଘରେ ଉପଲବ୍ଧ। ଏହାକୁ ସାଲାଡ,ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ଜାଣନ୍ତୁ ପିଆଜର ସ୍ୱାସ୍ଥ୍ୟ ଉପକାରୀ କି କି ଗୁଣ ରହିଛି। ବାସ୍ତବରେ ଏଥିରେ ଥିବା ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏହାକୁ ସ୍ୱତନ୍ତ୍ର କରିଥାଏ । ପିଆଜ ହେଉଛି ଔଷଧୀୟ ଗୁଣର ଏକ ଖଣି । ଆୟୁର୍ବେଦ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାଏଟିସିଆନ୍ ପର୍ୟ୍ୟନ୍ତ ସମସ୍ତେ ନିଜ ଖାଦ୍ୟରେ ପିଆଜ ସାମିଲ କରିବାକୁ ପରାମର୍ଶ ଦିଅନ୍ତି । ବିଶେଷ କରି ଗ୍ରୀଷ୍ମଋତୁରେ ମୁଣ୍ଡବିନ୍ଧା, ପାଟି ଘା ’ହେଲେ ମଧ୍ୟ ଏହା ବେଶ ଉପକାରୀ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ହଜମ ଶକ୍ତି ବୃଦ୍ଧି, ହୃଦୟ ଏବଂ କିଡନୀ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।

ପିଆଜରେ କ୍ୟାଲୋରୀ କମ୍ ଏବଂ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟରେ ପୋଷକ ତତ୍ତ୍ୱରେ ଭରପୂର । କେବଳ ଭିଟାମିନ୍ ବିଷୟରେ କହିବାକୁ ଗଲେ ଏଥିରେ ଭିଟାମିନ୍ ସି ଥାଏ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡାଣ୍ଟ, ଏହା ରୋଗ ପ୍ରତିରୋଧକ ଶକ୍ତି ସଠିକ ରଖେ। କ୍ଷତିଗ୍ରସ୍ତ ଟିସୁ ମରାମତି କରିବାରେ ସହାୟକ ହୋଇଥାଏ। କର୍କଟ ରୋଗକୁ ଦୂରେଇ ରଖିଥାଏ। ପିଆଜରେ ଥିବା ପୋଷକ ତତ୍ତ୍ୱ ହଜମ କ୍ରିୟା ପାଇଁ ଖୁବ ଲାଭଦାୟକ। ପିଆଜ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପିଆଜରେ ଥିବା ଲାଭଦାୟକ ବ୍ୟାକ୍ଟେରିୟା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଏଥିରେ କ୍ୟାଲସିୟମ ରହିଛି। ଯାହା ହାଡକୁ ସୁସ୍ଥ ରଖିବାରେ ସହାୟକ ହେବା ସହ ହାଡକୁ ମଜଭୂତ କରିଥାଏ।

ପିଆଜ ପୋଟାସିୟମ ପରି ଖଣିଜ ପଦାର୍ଥର ଏକ ଉତ୍କୃଷ୍ଟ ଉତ୍ସ । ଏହାର ସେବନ ଦ୍ୱାରା  ଆମର ବୃକକ୍‍ ଭଲ ଭାବେ କାମ କରେ, ଏହା ବ୍ୟତୀତ, ଯେତେବେଳେ ଆମେ କୌଣସି କାର୍ୟ୍ୟ କରୁ, ଏହା ସେହି ସମୟରେ ମାଂସପେଶୀର କାର୍ୟ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ରକ୍ତରେ କୋଲେଷ୍ଟେରୋଲ୍‍କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହାସହ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ହୃଦୟ ଜନିତ ସମସ୍ୟାରୁ ଦୂରେଇ ରଖିଥାଏ। ପିଆଜର ସେବନ କରିବା ଦ୍ୱାରା ସତେଜ ଅନୁଭବ କରିଥାଆନ୍ତି। ଏହାସହ ରକ୍ତରେ ଶର୍କରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଓଡିଶାରେ ହେବ ମକଡ୍ରିଲ୍, କାଲିଠୁ ଆରମ୍ଭ ହେବ, ସପ୍ତାହେ ଚାଲିବ

ଭୁବନେଶ୍ଵର: ଆସନ୍ତାକାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍‌, ୧୨ଟି ସ୍ଥାନରେ କରାଯିବ ମକଡ୍ରିଲ୍‌ । ମକଡ୍ରିଲ୍‌ ନେଇ ଅଗ୍ନିଶମ ଡିଜିଙ୍କ ପ୍ରତିକ୍ରିୟା । କାଲି ଉପକୂଳ ଓ ନିର୍ଦ୍ଦିଷ୍ଟ ସହରାଞ୍ଚଳରେ ହେବ ମକଡ୍ରିଲ୍‌ । କାଲିଠୁ ଆରମ୍ଭ ହେବ, ସପ୍ତାହେ ଚାଲିବ । ସତର୍କ କରିବା ସହ ୫ ମିନିଟ୍ ବାଜିବ ସାଇରନ୍ । ସମସ୍ତେ ଭାଗ ନେବାକୁ ଅପିଲ୍ କଲେ ଅଗ୍ନିଶମ ଡିଜି । 

ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ମକଡ୍ରିଲ । ଶତ୍ରୁବିମାନ ଆକ୍ରମଣ କଲେ କିଭଳି ପ୍ରସ୍ତୁତ ରହିବାକୁ ହେବ ଜଣାଇ ଦିଆଯିବ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ। ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ । ଦେଶରେ ଚିହ୍ନଟ ୨୫୯ ସିଭିଲ ଡିଫେନ୍ସ ଜିଲ୍ଲାଗୁଡିକରେ ହେବ ମକ ଡ୍ରିଲ୍ । ସେଥିରୁ ଓଡ଼ିଶାର ୧୨ଟି ଜିଲ୍ଲା ରହିଛି । କ୍ୟାଟାଗୋରୀ ୧ରେ ତାଳଚେର ରହିଛି । କ୍ୟାଟାଗୋରୀ ଦୁଇରେ ଅଛି ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦୀପ ଓ ରାଉରକେଲା । କ୍ୟାଟାଗୋରୀ ଥ୍ରୀରେ ରହିଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ।ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ । 

‘ମୁଁ ସୁସ୍ଥ ଅଛି’, ହଜିବା ଖବର ଜଣାପଡିବା ପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ରେନ ଭିତରୁ ହଜିଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାୟବ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଶନିବାର ରାତିରେ ଟ୍ରେନରେ ଚଢିଥିବା ବେଳେ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଲେ । ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ସେ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ମିଳିଲେ । କେନ୍ଦ୍ରମନ୍ତ୍ରୀଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା । 

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଗୋଣ୍ଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିଲେ। ସେ ଶନିବାର ରାତିରେ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ବାହାରିଥିଲେ। ରବିବାର ସକାଳେ ଦମୋହରେ ତାଙ୍କର ବର୍ଥ ଖାଲି ପଡ଼ିଥିଲା। ଏହି ଘଟଣାଟି ଉତ୍ତେଜନା ସୃଷ୍ଟି କରିଥିଲା। ପରେ ରେଳବାଇ ତୁରନ୍ତ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ପ୍ରାୟ ୩ ଘଣ୍ଟା ଧରି ସନ୍ଧାନ ଜାରି ରହିଲା। ଏହା ପରେ ମନ୍ତ୍ରୀ ୧୬୨ କିଲୋମିଟର ଦୂର ସିହୋରା ଷ୍ଟେସନରୁ ଉଦ୍ଧାର ହେଲେ। ସେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ B3ରେ ୫୭ ନମ୍ବର ବର୍ଥରେ ଥିଲେ। ତେବେ ମନ୍ତ୍ରୀ ଭୋର ୩:୪୫ ରେ ଦାମୋହ ଷ୍ଟେସନରେ ଓହ୍ଲାଇଥିଲେ। ସେହି ସମୟରେ ତାଙ୍କର ସୁଗାର ସ୍ତର ହ୍ରାସ ପାଇଥିଲା। ଅଚାନକ ତାଙ୍କ ଟ୍ରେନ୍ ଛାଡିବାକୁ ଲାଗିଲା ଏବଂ ସେ ସେଥିରେ ଚଢ଼ିବାକୁ ଯାଇ ତାଙ୍କ ଗଡ଼ ଖସିଗଲା ଏବଂ ସେ ଆହତ ହୋଇପଡିଲେ। ସେ ଆଉ ଟ୍ରେନ ଚଢିପାରିନଥିଲେ। ଠିକ୍ ସେହି ସମୟରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଲା। ମନ୍ତ୍ରୀ ସେଥିରେ ବସିଗଲେ।

ଅନ୍ୟପଟେ ଏହି ନିଖୋଜ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସ ଏବଂ ଫେସବୁକରେ ପୋଷ୍ଟ କରି ସେ କହିଛନ୍ତି, ମୁଁ ସୁସ୍ଥ ଅଛି। ମୋ ସ୍ବାସ୍ଥ୍ୟକୁ ନେଇ ହୋଇଥିବା ଗୁଜବ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଭ୍ରମାତ୍ମକ। ମୁଁ ସମସ୍ତଙ୍କୁ ସତ୍ୟ ଆଧାରିତ ତଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରୁଛି ଏବଂ ମୁଁ ମୋ କାମ ପ୍ରତି ପୂରାପୂରି ସମର୍ପିତ ଅଛି…’ କହି ଚଳନ୍ତା ଟ୍ରେନରୁ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଜୁଏଲ ଓରାମ।

ଅଲୌକିକ ବାବା ଅମରନାଥ, ବରଫାବୃତ ଲିଙ୍ଗକୁ ନେଇ ଚମତ୍କାର ଅନୁଭୂତି !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ । ବରଫ ଲିଙ୍ଗ ଦର୍ଶନ କରବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ ପାଖାପାଖି ୭ ଫୁଟ ଉଚ୍ଚ ରହିଛି ।

ଅମରନାଥ ଗୁମ୍ଫାର ରହସ୍ୟ

ଅମରନାଥ ଗୁମ୍ଫା କାଶ୍ମୀରର ବରଫ ପାହାଡ଼ ମଝିରେ ରହିଛି । ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅମରନାଥ ଏକ ପ୍ରମୁଖ ତୀର୍ଥସ୍ଥଳୀ । ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କୁ ଦେଖିବା ପାଇଁ ଅମରନାଥ ଯାତ୍ରା କରିଥାନ୍ତି । କେବଳ ହିନ୍ଦୁ ଧର୍ମର ଲୋକ ନୁହେଁ ବରଂ ମୁସଲିମ ସମ୍ପ୍ରଦାୟର ଲୋକ ମାନେ ମଧ୍ୟ ଅମରନାଥ ଯାତ୍ରା ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ମୁସଲିମ ସମୁଦାୟ ନା କେବଳ ଏହି ଯାତ୍ରାରେ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କୁ ସାହାର୍ଯ୍ୟ କରିଥାନ୍ତି ବରଂ ଏମାନଙ୍କ ସୁରକ୍ଷାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏପରିକି ଅମରନାଥ ଯାତ୍ରା ସହିତ ଜଡ଼ିତ କିଛି ଲୋକକଥାରେ ମଧ୍ୟ ମୁସଲିମ ମାନଙ୍କ ବିଷୟରେ ଅନେକ ଥର କୁହାଯାଇଛି ।

ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାକୁ ବୁଟା ମାଲିକ ନାମକ ଏକ ମୁସଲିମ ବ୍ୟକ୍ତି ଖୋଜି ବାହାର କରିଥିଲେ । ବୁଟା ମାଲିକ ପ୍ରତିଦିନ ନିଜର ଛେଳି, ମେଣ୍ଢା ଅମରନାଥ ଗୁମ୍ଫା ନିକଟରେ ଥିବା ପାହାଡ଼ ପାଖରେ ଚରାଉଥିଲେ । କିନ୍ତୁ ହଠାତ୍ ତାଙ୍କର ଜଣେ ସାଧୁଙ୍କ ସହ ଭେଟ ହୋଇଥିଲା । ସାଧୁ ଜଣକ ତାଙ୍କୁ ଏକ କୋଇଲା ଭର୍ତ୍ତି ବ୍ୟାଗ ଦେଇଥିଲେ । ଯାହାକୁ ବୁଟା ନିଜ ଘରେ ଖୋଲିବା ପରେ ତାହା ସୁନା ମୁଦ୍ରା ବୋଲି ଜାଣିବାକୁ ପାଇଥିଲେ । ଏହାପରେ ବୁଟା ମାଲିକ ସାଧୁଙ୍କୁ ଧନ୍ୟବାଦ ଦେବାକୁ ଗୁମ୍ଫା ନିକଟରେ ପହଞ୍ଚିଥିଲେ ସାଧୁଙ୍କର ଦର୍ଶନ ପାଇନଥିଲେ । ତେଣୁ ବୁଟା ମାଲିକ ଗୁମ୍ଫା ଭିତରେ ସାଧୁ ଥିବା ଭାବି ଭିତରକୁ ଯିବା ପରେ ବରଫର ଶିବଲିଙ୍ଗ ଦେଖିବାକୁ ପାଇଥିଲେ । ଯାହା ଗୁମ୍ଫା ମଧ୍ୟରେ ଚମକୁଥିଲା । ଗୁମ୍ଫାରୁ ଫେରି ବରଫର ଶିବଲିଙ୍ଗ କଥା ଗାଁ ଲୋକଙ୍କୁ କହିଥିଲେ ବୁଟା ମାଲିକ । ତେବେ କିଛି ଦିନ ପରେ ପୁଣିଥରେ ବରଫର ଶିବ ଲିଙ୍ଗଟି ଉଭେଇ ଯାଇଥିଲା । ଏହି ଘଟଣାର ଠିକ୍ ତିନି ବର୍ଷ ପରେ ଆରମ୍ଭ ହୋଇଥିଲା ପ୍ରଥମ ଅମରନାଥ ଯାତ୍ରା । ସେବେଠାରୁ ଅମରନାଥ ଯାତ୍ରା ଚାଲି ଆସୁଛି ।

ଏବେ ମଧ୍ୟ ବୁଟା ମାଲିକଙ୍କ ବଂଶଜ ଏହି ଗୁମ୍ଫା ଓ ଶିବଲିଙ୍ଗର ରକ୍ଷାଣବେକ୍ଷଣ କରୁଛନ୍ତି । ସେହିଭଳି କାଶ୍ମୀରର ଆକବର କୁହାଯାଉଥିବା ଜୈନୁଲ ଆବାଦିନ ମଧ୍ୟ ଅମରନାଥ ଯାତ୍ରା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । କାଶ୍ମୀରର ସୁଲତାନ ଥିବା ବେଳେ ଜୈନୁଲ ଆବାଦିନ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ । ହିନ୍ଦୁ ମାନଙ୍କର ମନ୍ଦିରର ପୁନଃନିର୍ମାଣ, ଗାଇ ମାନଙ୍କର ସୁରକ୍ଷା ପ୍ରତି ବେଶ ଯତ୍ନବାନ ଥିଲେ ଜୈନୁଲ । ଏପରିକି ହିନ୍ଦୁ ଧର୍ମଗ୍ରନ୍ଥକୁ ମଧ୍ୟ ପାର୍ସୀ ଭାଷାରେ ଅନୁବାଦ କରିଥିଲେ ଜୈନୁଲ । ଏହାଛଡ଼ା ଅନେକଥର ଅମରନାଥ ଯାତ୍ରାର ବନ୍ଦବୋସ୍ତ କରିଥିଲେ ଜୈନୁଲ । ଅନ୍ୟ ଏକ ଲୋକକଥା ଅନୁଯାୟୀ, ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି । ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ତେବେ ପାହାଡ଼ ଭିତରେ ଶିବଙ୍କ ପ୍ରତିମୂର୍ତ୍ତି ଆର୍ବିଭାବ ହେବା ପଛରେ ଅନେକ କାହାଣୀ ରହିଛି ।

ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ତେଣୁ ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଅମର ମନ୍ତ୍ର ବା ଅମରକଥା ଶୁଣିବା ପାଇଁ କାହାକୁ ଅନୁମତି ମିଳିନଥିଲା । ତେଣୁ ଭଗବାନ ଶିବ ମା’ ପାର୍ବତୀଙ୍କୁ ଅମରକଥା ଶୁଣାଇବା ସମୟରେ ସବୁକିଛି ତ୍ୟାଗ କରି ଆସିଥିଲେ । ଯେପରିକି କେହି ଅମର ମନ୍ତ୍ର ଶୁଣି ଅମର ନ ହୋଇ ଯାଉ । ଅମରନାଥ ଗୁମ୍ଫାରୁ ପାଖାପାଖି ୯୬ କିଲୋମିଟର ପଛକୁ ପହଲଗାମ ଭଳି ଏକ ଏଭଳି ଗ୍ରାମ ରହିଛି ଯେଉଁଠାରେ ଭଗବାନ ଶିବ ରହିବା ସହ ବିଶ୍ରାମ କରିଥିଲେ । ଅମର ମନ୍ତ୍ର ଶୁଣାଇବା ପୂର୍ବରୁ ଭଗବାନ ଶିବ ମଝି ରାସ୍ତାରେ ନନ୍ଦୀ ଷଣ୍ଢକୁ ଛାଡ଼ି ଦେଇଥିଲେ । ଏହାପରେ ଶେଷନାଗ ଝିଲ୍ଲୀ ନିକଟରେ ଗଳାରୁ ସାପ ମଧ୍ୟ ବାହାର କରି ଦେଇଥିଲେ । ପୁତ୍ର ଗଣେଶକୁ ମହାଗୁଣାସ ପାହାଡ଼ ଉପରେ ଛାଡ଼ି ଦେଇଥିଲେ । ଏହାପରେ ପଞ୍ଚ ତରଣୀ ପୁଷ୍କରଣୀ ନିକଟରେ ପହଞ୍ଚି ପାଞ୍ଚ ତତ୍ୱକୁ ମଧ୍ୟ ତ୍ୟାଗ କରି୍ଥିଲେ ।

କୁହାଯାଏ, ଯେବେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଉଥିଲେ ସେତେବେଳେ ତାଙ୍କ ବ୍ୟତୀତ ଏକ ପାରା ଯୋଡ଼ି ମଧ୍ୟ ଉକ୍ତ ଗୁମ୍ଫାରେ ବାସ କରୁଥିଲେ । ମାତା ପାର୍ବତୀଙ୍କୁ ଶିବ ଅମର ମନ୍ତ୍ର ଶୁଣାଉଥିବା ବେଳେ ପାରା ଦୁଇଟି ମଧ୍ୟ ଅମରମନ୍ତ୍ର ଶୁଣି ନେଇଥିଲେ । ଅମର ମନ୍ତ୍ର ଶୁଶିବା ପରେ ଦୁଇଟି ପାରା ସବୁଦିନ ପାଇଁ ଅମର ହୋଇଗଲେ । ଆଜି ପର୍ୟ୍ୟନ୍ତ ଏହି ଦୁଇ ପାରାଙ୍କୁ ଅମରନାଥ ଗୁମ୍ଫାରେ ଦେଖିବାକୁ ମିଳେ । ଅମରନାଥ ଗୁମ୍ଫାର ଚାରି ପାଶ୍ୱର୍ ତରଳ ବରଫରେ ଆଚ୍ଛାଦିତ । କିନ୍ତୁ ଗୁମ୍ଫା ଭି୍ତରେ ଥିବା ଶିବଲିଙ୍ଗ କଠିନ ବରଫରେ ଆର୍ବିଭାବ ହୋଇଥାନ୍ତି । ଏହା କିପରି ପାହାଡ଼ ମଧ୍ୟରେ ଆର୍ବିଭାବ ହୁଏ ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି ।ଅମରନାଥ ଗୁମ୍ଫାରେ ଶିବଲିଙ୍ଗ ନିକଟରୁ ପାଣି ବୋହି ଯାଇଥାଏ । କିନ୍ତୁ ଏହି ପାଣି କେଉଁଠୁ ଆସୁଛି ତାହାର ପତ୍ତା କେହି ପାଇ ନାହାନ୍ତି । ଅମରନାଥ ଗୁମ୍ଫା ଓ ବାବା ବର୍ଫାନୀଙ୍କୁ ନେଇ ଏମିତି ଅନେକ ରହସ୍ୟମୟ କାହାଣୀ ରହିଛି ଯାହା ଲୋକ ମାନଙ୍କୁ ଏଠାକୁ ଆସିବାକୁ ବାଧ୍ୟ କରିଥାଏ ।

ଏହି ଦିନରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଦର୍ଶନ ଦେବେ ବାବା ବର୍ଫାନି

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ମହାଦେବ । ବରଫ ଲିଙ୍ଗ ଦର୍ଶନ କରବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । କିନ୍ତୁ ଏହା ପୂର୍ବରୁ ଅମରନାଥ ଶିବଲିଙ୍ଗର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଚଳିତବର୍ଷର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଏଥିରେ ବରଫରେ ନିର୍ମିତ ସ୍ବୟମ୍ଭୁ ଶିବଲିଙ୍ଗର ଅଦ୍ଭୁତ ଏବଂ ଅଲୌକିକ ରୂପ ଦେଖିବାକୁ ମିଳିଛି । ଏହି ଶିବଲିଙ୍ଗ ପାଖାପାଖି ୭ ଫୁଟ ଉଚ୍ଚ ରହିଛି ।

କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସ୍ଥିତି ପବିତ୍ର ଅମରନାଥ ଗୁମ୍ଫାର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ଶିବଲିଙ୍ଗର ନିର୍ମାଣ ପ୍ରାକୃତିକ ଭାବେ ବରଫରେ ହୋଇଛି । ଯାହାହ ଶିବଭକ୍ତଙ୍କ ପାଇଁ ଏକ ଚମତ୍କାର ଅନୁଭୂତି ।ଗତକାଲି ଜମ୍ମୁ କଶ୍ମୀରର ଉପରାଜ୍ୟପାଳନ ମନୋଜ ସିହ୍ନା ଶ୍ରୀନଗରର ପନ୍ଥା ଛକରେ ଅମରନାଥ ଯାତ୍ରା ଟ୍ରାଞ୍ଜିଟ କ୍ୟାମ୍ପ ଯାଇ ଯାତ୍ରା ପାଇଁ ହେବାକୁ ଥିବା ପ୍ରସ୍ତୁତି ସମୀକ୍ଷା କରିଥିଲେ । ପହଲଗାମ ଆକ୍ରମଣ ପରେ ଅମରନାଥ ଯାତ୍ରା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହରେ କିଛି ମଧ୍ୟ ଫରକ ପଡିନାହିଁ । ଏପର୍ଯ୍ୟନ୍ତ ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିସାରିଲେଣି । ଗତବର୍ଷ ତୁଳନାରେ ଚଳିତବର୍ଷ ଅନେକ ଗୁଣା ବରଫବୃତ୍ତ ହୋଇଛି । ଏଯାଏଁ ରାସ୍ତାରେ ୧୦ରୁ ୨୦ ଫୁଟ ଉଚ୍ଚତା ଯାଏଁ ବରଫ ରହିଛି । ପଞ୍ଜିତରଣୀ ଏବଂ ଶେଷନାଗରେ ଅଧିକ ବରଫ ରହିଛି । 

ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ପଞ୍ଜୀକରଣ, କ୍ୟାମ୍ପିଂ ସୁବିଧା, ଚିକିତ୍ସା ସୁବିଧା, ଟ୍ରାକ୍ ଅପଗ୍ରେଡ୍, ବିଦ୍ୟୁତ, ଜଳ ଯୋଗାଣ ଏବଂ ମୋବାଇଲ ଫୋନ୍ ବ୍ୟବହାର ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ RFID କାର୍ଡ ଦିଆଯିବ ବୋଲି ଆଶା କରାଯାଉଛି । ଯାହା ଦ୍ବାରା ଯାତ୍ରା ସମୟରେ ସେମାନେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜଣାପଡିବ । ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ସମ୍ବନ୍ଧରେ ଚିନ୍ତାଧାରାକୁ କମ୍ କରିବା ପାଇଁ ମନ୍ଦିର ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।

ଯାତ୍ରା ସମୟରେ କଣ କରିବେ ?

  • ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜମ୍ମୁ କାଶ୍ମୀରର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ସେମାନଙ୍କର RFID କାର୍ଡ ସଂଗ୍ରହ କରିବା ଜରୁରୀ ।
  • SASB ଦ୍ବାରା ଜାରି କରାଯାଇଥିବା RFID କାର୍ଡ ଯାତ୍ରା ସମୟରେ ପିନ୍ଧିବା ଉଚିତ ।
  • ଆରାମଦାୟକ ପୋଷାକ ଏବଂ ଟ୍ରେକିଂ ଜୋତା ପିନ୍ଧନ୍ତୁ ।
  • ଯାତ୍ରା ସମୟରେ ସମୟ ନିଅନ୍ତୁ ଓ ସୁରକ୍ଷିତ ଭାବେ ଧିରେ ଧିରେ ଯାତ୍ରା କରନ୍ତୁ ।
  • ହାଇଡ୍ରେଟେଡ୍ ରହିବା ପାଇଁ ପର୍ଯ୍ୟାପ୍ତ ଜଳ ପିଅନ୍ତୁ ।
  • ଯାତ୍ରା ସମୟରେ ଯଦି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଚିକିତ୍ସା ପାଇଁ ଯୋଗାଯୋଗ କରିବେ ।
  • ଟ୍ରେକିଂ ସମୟରେ ବିଶ୍ରାମ ନିଅନ୍ତୁ, କିଛି ସମୟ ପରେ ଯାତ୍ରା କରନ୍ତୁ ।

ଯାତ୍ରା ସମୟରେ କଣ କରିବେନି ? :

  • ଟ୍ରେକିଂ ସମୟରେ ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ ।
  • କ୍ୟାଫିନ ଥିବା ପାନୀୟ ପିଅନ୍ତୁ ନାହିଁ ।
  • ମନ୍ଦିରରେ ପହଞ୍ଚିବା ପାଇଁ ସଟକର୍ଟ ରାସ୍ତା ଆପଣାନ୍ତୁ ନାହିଁ ।