
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର, ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଛି ଭାରତୀୟ ସେନା । ଗତ ରାତି ୧ଟା ୫ରୁ ୧ଟା ୩୦ରେ ମଧ୍ୟରେ ଲକ୍ଷ୍ୟଭେଦି ଆକ୍ରମଣ କରିଥିଲା ଭାରତ । ସଠିକ୍ ଗୁଇନ୍ଦା ସୂଚନା ଅନୁସାରେ ହୋଇଥିଲା ଅପରେସନ୍ । ଆଉ ଏହି ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା ହୋଇଯାଇଛି । ପରିବାରର ୧୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ‘ଅପରେସନ ସିନ୍ଦୂର’ରେ ପରିବାରର ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମାସୁଦ ଆଜହରର ପରିବାର ନିପାନ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ହେଉଛି ମାସୁଦ ।
ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ୯ଟି ସ୍ଥାନରେ ୨୧ଟି ଆତଙ୍କବାଦୀ ଆଡ୍ଡା ଉପରେ ବୋମା ବର୍ଷଣ କରିଥିଲା । ଏଥିରେ ଅନେକ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆତଙ୍କବାଦୀଙ୍କ ତାଲିମ ଶିବିର, ସେମାନଙ୍କ ଘର ଏବଂ ମୁଖ୍ୟାଳୟ ଧ୍ୱଂସ ହୋଇଛି । ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର । ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ଭିଣେଇ ମଧ୍ୟ ସାମିଲ ଥିବା କୁହାଯାଉଛି।
୨୦୧୯ ମସିହାରେ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ଜାତିସଂଘ ସୁରକ୍ଷା ପରିଷଦ। ସେ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ତାଲିମ ଦେଉଛି। ନିଜର ସଂଗଠନକୁ ବିସ୍ତାର କରିବା ପାଇଁ ନୂତନ ମଦ୍ରାସା ଖୋଲିବାକୁ ଯୋଜନା କରୁଛି। ମାସୁଦ ଆଝାରଙ୍କ ନେତୃତ୍ୱରେ ଜୈଶ-ଏ-ମହମ୍ମଦ ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୦୦ ମସିହାରେ ଜମ୍ମୁ-କାଶ୍ମୀର ବିଧାନସଭା ଉପରେ ଆକ୍ରମଣ, ୨୦୧୬ ମସିହାରେ ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଭଳି ଅନେକ ବଡ଼ ଆତଙ୍କବାଦୀ ଘଟଣା ଘଟାଇଥିଲା।