Monday, May 20, 2024
HomeUTKAL PRATIDIN୨୩ ବର୍ଷରେ ପ୍ରଥମ ଥର କ୍ରାସ ହେଲା ବାୟୁସେନା ଯୁଦ୍ଧ ବିମାନ ତେଜସ

୨୩ ବର୍ଷରେ ପ୍ରଥମ ଥର କ୍ରାସ ହେଲା ବାୟୁସେନା ଯୁଦ୍ଧ ବିମାନ ତେଜସ

ଜୈସଲମେର: ପ୍ରଥମ ଥର କ୍ରାସ ହେଲା ଯୁଦ୍ଧ ବିମାନ ତେଜସ l Indian Air Force ଭାରତୀୟ ବାୟୁସେନାର ହାଲୁକା ଯୁଦ୍ଧ ବିମାନ (LCA) ତେଜସ ଆଜି ଏକ ଅପରେଶନ ଟ୍ରେନିଂ ଉଡ଼ାଣ ସମୟରେ ରାଜସ୍ଥାନର ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ପାଇଲଟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ୨୩ ବର୍ଷ ଭିତର ପ୍ରଥମ ଥର ପାଇଁ ଭାରତୀୟ ସେନାର ସେବା ଯୋଗାଇ ଆସୁଥିବା ଲଢ଼ୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ମେଘବାଲ ହଷ୍ଟେଲ ପାଖରେ ପଡିଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ବ୍ୟାପକ ଧୂଆଁ ବ୍ୟାପୀ ଯାଇଥିଲା। ସେହିପରି ସ୍ଥାନୀୟ ବାସୀମାନେ ଭୟଭୀତ ମଧ୍ୟ ହୋଇପଡିଥିଲେ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍‌। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଇଥିବା ଭାରତୀୟ ସେନାର ଏହି ଏୟାରକ୍ରାଫ୍ଟ ଲାଇଟ୍ କମ୍ବାକ୍ଟ ଏୟାରକ୍ରାଫ୍ଟ ତେଜସ୍ ଥିଲା। ଦୁର୍ଘଟଣା ସମୟରେ ଏହା ଅପରେସନାଲ ଟ୍ରେନିଂରେ ରହିଥିଲା। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା। ତା’ର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ବାୟୁସେନା ପକ୍ଷରୁ ଏକ ବିବୃତି ଜାରି କରି ଏହି ଦୁର୍ଘଟଣାର ସୂଚନା ଦିଆଯାଇଛି। ଏହି ବିବ୍ରୁତିରେ କୁହାଯାଇଛି ଯେ ଆଜି ଏକ ତେଜସ୍ ବିମାନ ଜୈସଲମେରରେ ଅପରେସନ୍ ଟ୍ରେନିଂ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ । ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ହେଲା। ତା’ର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାୟରୀ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments