Sunday, May 19, 2024
HomeSPORTSକ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର; ଆଇପିଏଲ ଖେଳିବେ ଋଷଭ ପନ୍ଥ

କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର; ଆଇପିଏଲ ଖେଳିବେ ଋଷଭ ପନ୍ଥ

ନୂଆଦିଲ୍ଲୀ: କ୍ରିକେଟ୍‌ ପ୍ରେମୀ ଓ ଆଇପିଏଲ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର । ମଇଦାନକୁ ପୁଣି ଓଲ୍ହାଇବେ ଋଷଭ ପନ୍ଥ । ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଫେରିବେ ରିଷଭ l ୧୪ ମାସ ପରେ ପଡ଼ିଆରେ ପୁଣି ଛକା ଚୌକା ମାରିବେ ପନ୍ଥ । ସଡ଼କ ଦୁର୍ଘଟଣା ପରେ ପ୍ରାୟ ୧୪ ମାସ ହେବ କ୍ରିକେଟରୁ ଦୂରେଇ ଅଛନ୍ତି ପନ୍ଥ। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କି ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ପନ୍ଥ ଖେଳିବେ ନା ନାହିଁ।

ତେବେ ଏହାରି ମଧ୍ୟରେ ରିଷଭ ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍‌ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ଆଗାମୀ ଆଇପିଏଲ ସିଜିନ୍‌ରେ ସେ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିପାରିବେ। ତେବେ ବିସିସିଆଇ ପକ୍ଷରୁ ପନ୍ଥ ଫିଟ୍‌ ଘୋଷଣା ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଆଶ୍ୱସ୍ତି ମିଳିଛି।

ସୂଚନାଯୋଗ୍ୟ, ୨୦୨୨ ଡିସେମ୍ବର ୩୦ ତାରିଖରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭୟଙ୍କର କାର ଦୁର୍ଘଟଣା ପରେ ଗୁରୁତର ଆହତ ହୋଇଥିଲେ ପନ୍ତ । ପରେ ଦୀର୍ଘ ୧୪ ମାସ ଧରି ଚିକିତ୍ସା ଏବଂ ବ୍ୟାୟାମ ଆଦି ପରେ ପୂରା ସୁସ୍ଥ ହୋଇଛନ୍ତି ପନ୍ତ । ଦୁର୍ଘଟଣାରୁ ସୁସ୍ଥ ହେବା ପରେ କ୍ରିକେଟ୍‌ ମଇଦାନକୁ ଫେରିବା ପାଇଁ କଠିନ୍ ପରିଶ୍ରମ କରୁଛନ୍ତି ଋଷଭ। ସେ ଏବେ ବେଙ୍ଗାଲୁରୁର ନ୍ୟାସନାଲ୍‌ କ୍ରିକେଟ୍‌ ଏକାଡେମୀ ରହି ଅଭ୍ୟାସ ଜାରି ରଖିଛନ୍ତି । ବିସିସିଆଇର ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଥିଲେ। ତେବେ ଠିକ୍‌ ଆଇପିଏଲ ପୂର୍ବରୁ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ଘୋଷଣା କରିଛି ବିସିସିଆଇ। ଅନ୍ୟପକ୍ଷରେ ଆହତ ଜନିତ ସମସ୍ୟା ଯୋଗୁଁ ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସାମି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments