Monday, May 20, 2024
HomeTechnologyଗୋଟେ ଘଣ୍ଟାରେ ବୁଡିଗଲା କୋଟି କୋଟି ଟଙ୍କା; ଫେସବୁକ-ଇନଷ୍ଟଗ୍ରାମ ବନ୍ଦ ପଛରେ ଜୁକରବର୍ଗଙ୍କ ବିପୁଳ କ୍ଷତି..

ଗୋଟେ ଘଣ୍ଟାରେ ବୁଡିଗଲା କୋଟି କୋଟି ଟଙ୍କା; ଫେସବୁକ-ଇନଷ୍ଟଗ୍ରାମ ବନ୍ଦ ପଛରେ ଜୁକରବର୍ଗଙ୍କ ବିପୁଳ କ୍ଷତି..

ନୂଆଦିଲ୍ଲୀ: ଗୋଟେ ଘଣ୍ଟାରେ ବୁଡିଗଲା କୋଟି କୋଟି ଟଙ୍କା l ଘଣ୍ଟାଏ ମେଟାର ସର୍ଭର ଡାଉନ୍ ପାଇଁ ବଲିୟନ ଡଲାର କୋଟି କୋଟିର କ୍ଷତି ସହିଛନ୍ତି କମ୍ପାନୀର ସିଇଓ ମାର୍କ ଜୁକରବର୍ଗ । ଗତକାଲି ଅର୍ଥାତ ମାର୍ଚ୍ଚ ୫ ତାରିଖରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ, ଥ୍ରେଡ୍ ଏବଂ ହ୍ୱାଟସ୍‌ଆପ୍ ଆପ୍ ହଠାତ୍ ରାତିରେ ହୋଇଯାଇଥିଲା ଠପ୍ । ସର୍ଭର ଡାଉନ୍ ହେତୁ ଉପଭୋକ୍ତାମାନେ ଅନେକ ସମସ୍ୟା ସମ୍ମୁଖୀନ ହୋଇଥିଲେ । ଫଳରେ କୌଣସି ସାଇଟ୍‌ରେ କିଛି ବି ବ୍ୟବହାର ହୋଇପାରିନଥିଲା ।

ଫେସବୁକରେ ଉପଭୋକ୍ତାମାନଙ୍କୁ ପୁନର୍ବାର ଲଗଇନ୍ କରିବାକୁ ପଡିଥିଲା । ଯେତେ ଥର ଚେଷ୍ଟା କରୁଥିଲେ ବି ସାଇଟ ଖୋଲିନଥିଲା । ପାଖାପାଖି ଗୋଟିଏ ଘଣ୍ଟା କାଳ ୟୁଜର୍ସ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ୟୁଜର୍ସ ସିନା ସମସ୍ୟା ଭୋଗିଲେ କିନ୍ତୁ ସବୁଠାରୁ ବଡ କ୍ଷତି ସହିଛନ୍ତି ମାର୍କ ଜୁକରବର୍ଗ । ବିଶେଷଜ୍ଞଙ୍କ କହିବା କଥା ମାର୍କ ଜୁକରବର୍ଗ ଗୋଟିଏ ଘଣ୍ଟାରେ ସହିଛନ୍ତି କୋଟି କୋଟିର କ୍ଷତି । ୱେବୁଶ୍ ସିକ୍ୟୁରିଟିଜ୍ ର ପରିଚାଳନା ନିର୍ଦ୍ଦେଶକ ଡାନ୍ ଆଇଭସ୍ କହିଛନ୍ତି ଯେ ମାର୍କ ଜୁକରବର୍ଗ ଏହି କାରଣରୁ ୧୦୦ ମିଲିୟନ୍ ଡଲାରର କ୍ଷତି ସହିଛନ୍ତି । ଏମିତିକି ମେଟାର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments