
ମୁମ୍ବାଇ : ବଲିଉଡର ଦବାଙ୍ଗ ଖାନ ରୂପେ ପରିଚିତ ସଲମାନ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଏବେ ଚର୍ଚ୍ଚା ରେ ଅଛନ୍ତି । ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ପୁଣି ଥରେ ସୁପରଷ୍ଟାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଲମାନ ଖାନଙ୍କ ବିରୋଧରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଷ୍ଟରେ ସୋମି ଅଲି ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।
ସୋମି ଅଲି ସଲମାନଙ୍କ ବିଷୟରେ ପ୍ରକାଶ କଲେ ଆଶ୍ଚର୍ଯ୍ୟଜନକ ତଥ୍ୟ :
ସେ ଲେଖିଛନ୍ତି, ‘ସଲମାନ ଖାନ, ତୁମେ ମୋ ଠାରୁ ସବୁକିଛି ଛଡ଼ାଇ ନେଇଛ। ତୁମେ ତୁମ ବାପାଙ୍କ ପରି, ଯିଏ ତୁମ ମା’ଙ୍କୁ ବହୁ ବର୍ଷ ଧରି ଦୁର୍ବ୍ୟବହାର କରିଥିଲା ଏବଂ ତୁମେ କେବଳ ଦେଖିଲ l ଏହା ଅତ୍ୟନ୍ତ ଦୁଃଖଦାୟକ l ପୁଅ ଭାବରେ, ତୁମେ ତୁମ ମାତାଙ୍କୁ ମଧ୍ୟ ସାହାଯ୍ୟ କରିନାହଁ ଏବଂ ତୁମ ପିତାଙ୍କୁ ତୁମର ଆଦର୍ଶ ବୋଲି ଭାବୁଥିଲ’ l
କ୍ୟାଟ୍ରିନାଙ୍କ ବିଷୟରେ ମଧ୍ୟ କହିଲେ ସୋମି :
ଏହା ବ୍ୟତୀତ ସୋମି ସଲମାନ ଖାନଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ମଧ୍ୟ କହିଛନ୍ତି। ସେ ଲେଖିଛନ୍ତି, ‘ତୁମେ ତୁମର ସମସ୍ତ ଗର୍ଲଫ୍ରେଣ୍ଡଙ୍କୁ ପିଟୁଥିଲ। ମୁଁ ମଧ୍ୟ ଥରେ କ୍ୟାଟ୍ରିନା କୈଫଙ୍କଠାରୁ ଏକ କଲ ପାଇଲି l ମୁଁ ମୋର ଆତ୍ମଜୀବନୀରେ ଏହି ସବୁ ଜିନିଷ ଲେଖିବି l ଏହା ବ୍ୟତୀତ ସୋମି ସଲମାନଙ୍କୁ ଅଶିକ୍ଷିତ ଏବଂ ମୂର୍ଖ ବୋଲି ମଧ୍ୟ କହିଛନ୍ତି । ସୋମି ଆହୁରି ଲେଖିଛନ୍ତି ଯେ ‘ବୃଦ୍ଧ, ତୁମର ସମୟ ଶେଷ ହେବାକୁ ଯାଉଛି। ଆଲ୍ଲା ତୁମକୁ ଘୃଣା କରନ୍ତି l ଆପଣ 17 ବର୍ଷର ଝିଅ ର ଶାନ୍ତି ଛଡ଼ାଇ ନେଇଛନ୍ତି l
ସଲମାନ-ସୋମିଙ୍କ ସମ୍ପର୍କ ବେଶୀ ଦିନ ରହିଲା ନାହିଁ :
ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ସୋମି ଅଲି ସଲମାନ ଖାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ସୂତ୍ରରୁ ପ୍ରକାଶ ଯେ ଏକ ସମୟରେ ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ଏବଂ ସଲମାନ ଖାନ ପରସ୍ପରକୁ ଡେଟ କରୁଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ଦୁହିଁଙ୍କ ସମ୍ପର୍କ ଭାଙ୍ଗିଗଲା l ଏତେ ବର୍ଷ ପରେ ମଧ୍ୟ ସୋମି ଅଲି ଏହି ବ୍ରେକଅପ୍ ରୁ ଓହରି ପାରିନାହାଁନ୍ତି ଏବଂ ବର୍ତ୍ତମାନ ସମୟକ୍ରମେ ସେ ସୁପରଷ୍ଟାରଙ୍କୁ ଦାୟୀ କରୁଛନ୍ତି l
