Sunday, May 19, 2024
HomeNATIONALଘୁଂଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ

ଘୁଂଚିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁଜିସିର ଚେୟାରମ୍ୟାନ୍ ୟୁଜିସି-ନେଟ୍ ପରୀକ୍ଷା ତାରିଖ ପରିବର୍ତ୍ତନ କରିଛନ୍ତି । ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ପରିବର୍ତ୍ତେ ଜୁନ ୧୮ ରେ ଅନୁଷ୍ଠିତ ହେବ। ୟୁଜିସି ଚେୟାରମ୍ୟାନ୍ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି  । ଏ ନେଇ ଖୁବଶୀଘ୍ର ଔପଚାରିକ ବିଜ୍ଞପ୍ତି ଜାରି କରାଯିବ ।

ସୂଚନା ଅନୁଯାୟୀ  ୟୁପିଏସସି-ମେନ୍ସ ପରୀକ୍ଷା ଜୁନ ୧୬ରେ ହେବାକୁ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଅନୁରୋଧକ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଦିଆଯାଇଥିବା ୟୁପିଏସସି ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ ୟୁପିଏସସିର ମେନ୍ସ ପରୀକ୍ଷା ଆସନ୍ତା ମେ ମାସ ୨୬ ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଲୋକସଭା ନିର୍ବାଚନ ପାଇଁ ଏହାକୁ ସ୍ଥଗିତ ରଖି ୟୁପିଏସସି ଏକ ନୂଆ କାର୍ଯ୍ୟସୂଚୀ ଜାରି କରି ପରୀକ୍ଷା ଜୁନ୍ ୧୬, ୨୦୨୪  କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments