Monday, May 20, 2024
HomeENTERTAINMENTରାକ୍ଷସ ହେବେ ରଣବୀର !

ରାକ୍ଷସ ହେବେ ରଣବୀର !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ରଣବୀର ସିଂ ରାକ୍ଷସ(ଅସ୍ଥାୟୀ ନାମ) ନାମକ ଫିଲ୍ମ ସାଇନ କରିଛନ୍ତି । ପୌରାଣିକ କଥାବସ୍ତୁ ଉପରେ ଏହି ଫିଲ୍ମ ଆଧାରିତ । ସେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ପିଙ୍କଭିଲାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ହନୁମାନ ଫେମ ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଏହାର ନିର୍ଦ୍ଦେଶନା ଦେବେ ।

ରଣବୀରଙ୍କ ପାଇଁ ଏହି ଭୂମିକା ଚ୍ୟାଲେଂଜପୂର୍ଣ୍ଣ ହେବ ବୋଲି ପ୍ରଶାନ୍ତ କହିଛନ୍ତ । ଗତ ବର୍ଷ ରଣବୀରଙ୍କ ରକୀ ଔର ରାନୀଙ୍କ ପ୍ରେମ କାହାନୀ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।

ରଣବୀର ଏବେ ସିଂଘମ ଏଗେନ ଓ ଡନ ୩ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ସୂଚନଯୋଗ୍ୟ, ସେ ଖୁବ ଶୀଘ୍ର ବାପା ହେବାର ସୌଭାଗ୍ୟ ଅର୍ଜନ କରିବାକୁ ଯାଉଛନ୍ତି । ପତ୍ନୀ ଦୀପିକା ପାଦୁକୋନ ଏବେ ଗର୍ଭବତୀ ଅଛନ୍ତି । ଉଭୟ ସୋସିଆଲ ମିଡିଆରେ ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments