Monday, May 20, 2024
HomeJOBSକେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫୭୬୮ ପଦ ପୂରଣ ପାଇଁ ବିଜ୍ଞପ୍ତି

କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫୭୬୮ ପଦ ପୂରଣ ପାଇଁ ବିଜ୍ଞପ୍ତି

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୭୫,୭୬୮ଟି ପଦ ପୂରଣ ପାଇଁ ଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଏସଏସବି, ଆଇଟିବିପି, ଏଆର ଓ ଏସଏସଏଫରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ନଭେମ୍ବର ମାସ ୨୪ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ଡିସେମ୍ବର ମାସ ୨୮ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଡିସେମ୍ବର ମାସ ୨୮ ତାରିଖ ସୁଦ୍ଧା ସେମାନଙ୍କର ଅଫଲାଇନ୍ ଚାଲାଣ ଜେନେରେଟ୍ କରିପାରିବେ । ୨୯ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଅନଲାଇନ୍ ପେମେଣ୍ଟ ଦାଖଲ କରିବେ । ୨୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ବ୍ୟାଙ୍କର କାର୍ଯ୍ୟ ସମୟ ମଧ୍ୟରେ ଚାଲାଣ ପେମେଣ୍ଟ କରିପାରିବେ । ଆସନ୍ତା ବର୍ଷ ଫେବୃଆରୀ ମାସରେ କମ୍ପ୍ୟୁଟର ବେସଡ ପରୀକ୍ଷା ଆୟୋଜିତ ହେବ ।

ଅନଲାଇନ୍ ଆବେଦନ ଲିଙ୍କ: https://ssc.nic.in/Portal/Apply

ନୋଟିଫିକେସନ ଲିଙ୍କ: https://drive.google.com/file/d/1mVwUTB0DkYJGwXGdbidwnotdTq4-5BOW/view?pli=1

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments