
ରାଜ୍ୟ ରାଜନୀତିକୁ ବେଶ ସରଗରମ କରିଛି ନାମାଙ୍କନ ପତ୍ର ଦାଖଲ ଘଟଣା ।ପ୍ରାର୍ଥିପତ୍ର ଦାଖଲ କରିବା ନେଇ ବିଜେପିକୁ କଡା ଟାର୍ଗେଟ କରିଛି ବିଜେପି ।ବର୍ତ୍ତମାନ ମମତା ମହନ୍ତଙ୍କ ବିରୁଧରେ ଜଗନ୍ନାଥ ପ୍ରଧାନଙ୍କ ସ୍ବାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଏଥିରୁ ଜଣାପଡିଛି ଯେ ମମତାଙ୍କ ଉପରେ ଖୁସି ନାହାନ୍ତି କିଛି ପଦ୍ମଦଳୀୟ ନେତା । ଅବା ଚାରି ଚାରି ଥର ନିର୍ବାଚନ ଲଢି ସ୍ବଳ୍ପ ଭୋଟରେ ହାରିଥିବା ଜଗା ପ୍ରଧାନଙ୍କ ଉପରେ କିଛି ନେତାଙ୍କ ସ୍ନେହ ରହିଛି । ତେବେ ଅନେକ ଚର୍ଚ୍ଚା ଭିତରେ ଦଳର କିଛି ମୁଖ୍ୟ ବରିଷ୍ଠ ନେତାଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
ଯାହାଙ୍କ ଇଙ୍ଗିତରେ ଏସବୁ ହୋଇଥାଇ ପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କିନ୍ତୁ ଘଟଣା ଯାହା ବି ହେଉ ଜଗା ପ୍ରଧାନଙ୍କ ପ୍ରାର୍ଥୀପତ୍ରର ଦାଖଲ ସମୟରେ ଉପସ୍ଥିତ ଥିବା 10 ନେତାଙ୍କ ଉପରେ ବିଜେପି କାର୍ଯ୍ୟାନୁଷ୍ଠଆନ ନେଇପାରେ ବୋଲି ମଧ୍ୟ ଆଲୋଚନା ଆରମ୍ଭ ହୋଇଛି । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି ।
ଯାହା ଗୋଟେ ପ୍ରକାରର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଘଟଣା ହୋଇଛି । ତେବେ ମମତାଙ୍କ ପରେ ସମାନ ଦଳରୁ ଜଗା ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣାକୁ ନେଇ କଟାକ୍ଷ କରିଛନ୍ତି ଅରୁଣ ସାହୁ । ବିଜେଡି ପକ୍ଷରୁ ଅରୁଣ କହିଛନ୍ତି ଯେ ବିଜେପି ବିଜେଡ଼ିଠାରୁ ଧାର ନେଇଥିବା ପ୍ରାର୍ଥୀଙ୍କୁ ନେଇ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଇଥିଲା ।