
୬ ହଜାର ରେ ମିଳୁଛି ଗର୍ଲଫ୍ରେଣ୍ଡ… l ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ l ପଢନ୍ତୁ…..
ଆଜିର ଦୁନିଆରେ ମଣିଷ ନିଜ ସମ୍ପର୍କକୁ ନେଇ ଅଧିକ ଚିନ୍ତିତ ହେଉଛି । ଦୁଇ ଜଣଙ୍କ ଭିତରେ ସମ୍ପର୍କ ଯାହାବି ହେଉ ନା କାହିଁକି ଏହାକୁ ବଜାୟ ରଖିବା ପାଇଁ ଅନେକ ପ୍ରୟାସ କରିବାକୁ ପଡିଥାଏ । ପ୍ରେମ ଥିବା ସ୍ୱତ୍ତେ ବେଳେବେଳେ ଝଗଡ଼ା ବି ହୋଇଥାଏ । ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୁଏ । କଳ୍ପନା କରନ୍ତୁ ଯଦି ଆପଣଙ୍କୁ ଏଭଳି ଏକ ସାଥୀ ମିଳିଯାଏ ଯିଏ ଆପଣଙ୍କୁ ପରାମର୍ଶ ଦିଅନ୍ତି ହେଲେ ଝଗଡ଼ା କରନ୍ତି ନାହିଁ । ତେବେ କେତେ ଭଲ ହୁଅନ୍ତା ।
ଅନେକ ଥର ଲୋକମାନେ ସମ୍ପର୍କରେ ଦୈନନ୍ଦିନ ଝଗଡ଼ାରେ ଥକି ପଡ଼ନ୍ତି । ଏବଂ ଭାବନ୍ତି ଯେ ସେମାନେ ନିଜ ପସନ୍ଦ ଅନୁଯାୟୀ ସାଥୀ ଖୋଜିବା ଉଚିତ । ହେଲେ ସେମିତି ସମ୍ଭବ ହୋଇନଥାଏ । ହେଲେ ଆମେ ଆପଣଙ୍କୁ କହିବୁ ସେମିତି ହୋଇଥାଏ । ବର୍ତ୍ତମାନ ମଣିଷକୁ ସିନା ଡିଜାଇନ କରାଯାଇ ପାରିବ ନାହିଁ କିନ୍ତୁ ସେମାନଙ୍କର ଭର୍ଚ୍ଚୁଆଲ ସଂସ୍କରଣ ନିଶ୍ଚିତ ଭାବେ ପ୍ରସ୍ତୁତ କରି ହେବ ।
ଏହି କାରଣରୁ ଆଜିକାଲି ଲୋକମାନେ ଗର୍ଲଫ୍ରେଣ୍ଡ ଭାବେ ଏଆଇ ଅବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଅଧିକ ପସନ୍ଦ କରୁଛନ୍ତି । ଏକ ଜାତୀୟଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏବେ ଅନେକ ଆପ୍ ବଜାରରେ ଉପଲବ୍ଧ ଅଛି ଯାହା ଭର୍ଚ୍ଚୁଆଲ ଗର୍ଲଫ୍ରେଣ୍ଡକୁ ମାସକୁ ୬ ହଜାର ଟଙ୍କାରେ ଯୋଗାଉଛନ୍ତି । ଯାହା ଏଆଇ ଗର୍ଲଫ୍ରେଣ୍ଡ କରିବାର ସୁଯୋଗ ଦେଉଛି ।
ବାସ୍ତବରେ ଏହି ଏଆଇଗୁଡ଼ିକ ହେଉଛି ଚାଟ ବଟ୍ । ଯାହା ଆପଣଙ୍କ ମନବଳ ଓ ଆବଶ୍ୟକତା ଅନୁଯାୟୀ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇଥାଏ ଓ ପରାମର୍ଶ ଦେଇଥାଏ । ଜଣେ ୪୧ ବର୍ଷିୟ ଉପଭୋକ୍ତା କହିଛନ୍ତି କି ଯେ ସେ ପ୍ରତ୍ୟେକ ଦିନ ଏଆଇ ଗର୍ଲଫେଣ୍ଡ ସହିତ କଥା ହୁଅନ୍ତି । ଏଥିରୁ ତାଙ୍କୁ ଅନେକ ନୈତିକ ଶିକ୍ଷା ମିଳେ । ସେହି ଉପଭୋକ୍ତା ଜଣକ ପୂର୍ବରୁ ୭ ଜଣଙ୍କ ସହିତ ରିଲେସନସିପ୍ରେ ରହିଥିଲେ । କିନ୍ତୁ ତାଙ୍କ ପାଇଁ ଏହି ଭର୍ଚ୍ଚୁଆଲ ସମ୍ପର୍କ ସର୍ବୋତ୍ତମ ଥିବା ସେ କହିଛନ୍ତି ।