Wednesday, May 8, 2024
HomeENTERTAINMENTତମନ୍ନା ଭାଟିଆଙ୍କୁ ସାଇବର ସେଲ ର ସମନ୍

ତମନ୍ନା ଭାଟିଆଙ୍କୁ ସାଇବର ସେଲ ର ସମନ୍

ମୁମ୍ବାଇ: ଅଡୁଆରେ ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ମହାରାଷ୍ଟ୍ର ସାଇବର ସେଲ୍ ବଲିଉଡ ଅଭିନେତ୍ରୀଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଭାବେ ପ୍ରସାରଣ କରି କୋଟି କୋଟି ଟଙ୍କା କ୍ଷତି ଘଟାଇବା ଘଟଣାରେ ପଚରାଉଚରା ପାଇଁ ସମନ ଜାରି କରିଛି । ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ ୨୯ରେ ସାଇବେଲ୍ ସେଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।

ସୂଚନା ଅନୁସାରେ, ମନ୍ନା ଭାଟିଆ ଫେୟାରପ୍ଲେକୁ ପ୍ରୋତ୍ସାହିତ କରିଥିଲେ, ସେଥିପାଇଁ ତାଙ୍କୁ ସାକ୍ଷୀ ଭାବରେ ପଚରାଉଚରା ପାଇଁ ଡକାଯାଇଛି। ଏହି ଫେୟାର ପ୍ଲେକୁ ପ୍ରୋତ୍ସାହିତ କରିବା ପାଇଁ କିଏ ତାଙ୍କ ସହ ଯୋଗାଯୋଗ କରିଥିଲେ, ସେ ଏହା କିପରି କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଥିଲା ଏବଂ କିପରି ଦିଆଯାଇଥିଲା । ଯେତେବେଳେ ଭାୟାକମ୍ ଏହାର ଅଭିଯୋଗରେ ଦାବି କରିଛି ଯେ ଫେୟାରପ୍ଲେ ଟାଟା ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ୨୦୨୩କୁ ବେଆଇନ ଭାବେ ପ୍ରସାରଣ କରିଛି ଏବଂ ଏହି କାରଣରୁ ସେମାନଙ୍କୁ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏପର୍ଯ୍ୟନ୍ତି ଏହି ମାମଲାରେ ସାଇବର ସେଲ୍ ରାପର୍ ବାଦଶାହଙ୍କର ବୟାନ ରେକର୍ଡ କରିସାରିଛି ।

ସୂଚନାଯୋଗ୍ୟ ଯେ, ତମନ୍ନାଙ୍କ ପୂର୍ବରୁ ମଙ୍ଗଳବାର ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପଚରା ଉଚରା ପାଇଁ ଡାକିଥିଲା ସାଇବର ସେଲ୍ । କିନ୍ତୁ ସେ ତଦନ୍ତ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇବା ସହ ସେ ମୁମ୍ବାଇ ବାହାରେ ଥିବାରୁ ତଦନ୍ତରେ ସାମିଲ ହୋଇପାରିବେ ନାହିଁ ବୋଲି ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୁହାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments