
ବିହାର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତାଙ୍କୁ ପୁଣି ଥରେ ଡକାଇଛନ୍ତି। ଏଥି ସହିତ ତାଙ୍କୁ ଜାନୁଆରୀ 5, 2024 ରେ ହାଜର ହେବାକୁ କୁହାଯାଇଛି। ଜମି-ଚାକିରି ସ୍କାମ ମାମଲାରେ ଇଡି ତେଜସ୍ୱୀଙ୍କୁ ଡକାଇଛନ୍ତି।
ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଡିସେମ୍ବର 22 ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ପଚରାଉଚରା ପାଇଁ ଆସିନଥିଲେ। ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ 27 ଡିସେମ୍ବରରେ ଇଡି ଡକାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଜମି ଚାକିରି ମାମଲାର ତଦନ୍ତ କରୁଥିବା ଏଜେନ୍ସି ତେଜସ୍ୱୀଙ୍କୁ ଏକ ନୂଆ ଡାକରା ଦେଇଛନ୍ତି। ତାଙ୍କୁ ଜାନୁଆରୀ ୫ ରେ ଦିଲ୍ଲୀର ଇଡି ମୁଖ୍ୟାଳୟରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। 2004-09 ମଧ୍ୟରେ ରେଳବାଇରେ ଜମି ନେଇ ଲୋକଙ୍କୁ ଚାକିରୀ ଦେବା ପ୍ରସଙ୍ଗରେ ଇଡି ତେଜସ୍ୱୀ ଯାଦବଙ୍କୁ ପଚରାଉଚରା କରିବ।