
ଭୁବନେଶ୍ଵର: ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା । ଏ ନେଇ ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶବଳୀ ପ୍ରସ୍ତୁତ କରୁଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏଯାଏଁ ୯୬ ହାଜର ୪୭୪ ହିତାଧିକରଙ୍କୁ ୪୫ କୋଟି ୬୯ ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି । ଅବଶିଷ୍ଟ ଜମାକରୀଙ୍କୁ ଫେରସ୍ତ ପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଛନ୍ତି । ୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ କରିଥିଲେ କମିଶନ ।
ତେବେ କହିରଖୁଛୁ, ରାଜ୍ୟରେ ୧୬୩ଟି ଚିଟଫଣ୍ଡ ସଂସ୍ଥା ପ୍ରାୟ ୬ ଲକ୍ଷ ଜମାକାରୀଙ୍କଠାରୁ ଟଙ୍କା ଲୁଟିଛନ୍ତି । ସି-ସୋର, ଅର୍ଥତତ୍ତ୍ବ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି କମ୍ପାନୀ ଲୋକଙ୍କୁ ଠକି ସେମାନଙ୍କ ଟଙ୍କା ହଡପ କରିଛନ୍ତି । ସରକାରକୁ ଆସିବା ପରେ ଚିଟଫଣ୍ଡ ଠକେଇ ମାମଲା ୪ ଲକ୍ଷରୁ ଉର୍ଦ୍ଧ ଜମାକାରୀ ଫେରସ୍ତ ପାଇବେ ନିଜର ଜମା ଟଙ୍କା ବୋଲି କହିଥିଲେ ନୂଆ ସରକାର । ଏନେଇ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଦ୍ବ ଟଙ୍କା ଜମାକାରୀଙ୍କୁ ମିଳିବ । ଏଥିରେ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବଟଙ୍କା ପାଇବେ କ୍ଷତିଗ୍ରସ୍ତ । ପୂର୍ବରୁ ହାଇକୋର୍ଟଙ୍କ ଅନୁମତି ପାଇବା ପରେ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ହୋଇଯାଇଛି । ବାକିଙ୍କୁ ଖୁବଶୀଘ୍ର ଟଙ୍କା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।