November 1, 2025

ବିନା ଜିମରେ କମାନ୍ତୁ ଓଜନ, ଜାଣନ୍ତୁ କିଛି ଘରୋଇ ଟିପ୍ସ

ଭୁବନେଶ୍ଵର: ଓଜନ କମ୍ କରିବା ଆଜିର ସମୟରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ନିଜକୁ ଫିଟ୍ ଓ ଫାଇନ୍ ରଖିବା ପାଇଁ ଲୋକମାନେ କେତେ କଣ ସବୁ ତରିକାକୁ ଆପଣାଉଛନ୍ତି । ଯେମିତିକି ଡାଏଟିଂ, ଯୋଗ, ଜିମ୍ ଆଦି। କିନ୍ତୁ ଏତେ ସବୁ କରିବା ପରେ ମଧ୍ୟ ବେଳେବେଳେ ସଠିକ୍ ରେଜଲ୍ଟ ମିଳି ପାରିନଥାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ବିଷୟରେ କହିବୁ ଯାହା ଦ୍ବାରା ଆପଣଙ୍କ ବେଲି ଫ୍ୟାଟ୍ ଗୋଟେ ସପ୍ତାହ ମଧ୍ୟରେ କମ ହେବା ସହ ଶରୀର ଫିଟ୍ ଆଣ୍ଡ ଫାଇନ୍ ରହିବ। ତେବେ ଆସନ୍ତୁ ଜାଣିବା ଗରମ ପାଣି ସହ ମହୁ ଏବଂ ଲେମ୍ବୁ- ଲେମ୍ବରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ।

ତେବେ ସକାଳୁ ଖାଲି ପେଟରେ ହାଲକା ଗରମ ପାଣି ସହ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ବାରା ବେଲି ଫ୍ୟାଟ୍ କମ ହୋଇଥାଏ। ଏହା ସହ ଆମର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଖାଲି ଏତିକି ନୁହେଁ ପ୍ରତିଦିନ ଏହାକୁ ପିଇବା ଦ୍ବାରା ତ୍ବଚା ମଧ୍ୟ ଗ୍ଲୋ କରିଥାଏ। ଆମର ପ୍ରତିଦିନ ଖାଦ୍ୟରେରେ ଜିରା ବ୍ୟବହାର କରାଯାଏ। ତେବେ ପ୍ରତିଦିନ ଖାଲି ପେଟରେ ସକାଳୁ ଜିରା ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଜିରା ପାଣି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ଏହା ସହ ଶ୍ୱାସକ୍ରିୟା କାଶ ଏବଂ ଆଲର୍ଜି ଭଳି ରୋଗ ଦୂର କରିବାରେ ସହାୟକ ମଧ୍ୟ ହୋଇଥାଏ। ପାନ ମଧୁରୀରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ସକାଳୁ ପାନ ମଧୁରୀ ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଯାହା ଦ୍ବାରା ଖାଦ୍ୟ ସହଜରେ ହଜମ ହୁଏ ଏବଂ ଭୋକ ମଧ୍ୟ ଦୀର୍ଘ ସମୟ ପର୍ଯନ୍ତ ଲାଗେ ନାହିଁ।

ଅଁଳା ଜୁସକୁ ସକାଳୁ ଗରମ ପାଣି ସହ ପିଇବା ଦ୍ୱାରା ଓଜନ କମ୍ ହ୍ରାସ ହୋଇଥାଏ। ଶରୀରରେ ଏହା ବ୍ୟାଡ୍ କୋଲେଷ୍ଟ୍ରଲ ହ୍ରାସ କରିଥାଏ। ଏହାସହିତ ଶରୀରକୁ ଶକ୍ତି ମିଳିଥାଏ, କେଶ ଏବଂ ଆଖି ପାଇଁ ବେଶ୍ ଉପଯୋଗୀ ହୋଇଥାଏ। ସକାଳୁ ଖାଲି ପେଟରେ ଅଦା ପାଣି ପିଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ। ଏହା ସହ ଶରୀରରେ ଇନସୁଲିସୁଲିନ୍ କ୍ଷମତା ବଢ଼ାଇଥାଏ ଏବଂ ରକ୍ତରେ ସୁଗାର ଲେବଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଆପଲ ସାଇଡ୍ ଭିନେଗାର ଓଜନ ହ୍ରାସ କମାଇବାରେ ଅନେକ ସାହଯ୍ୟ କରିଥାଏ। ଆପଲ ସାଇଡ୍ ଭିନେଗାରରେ ଆକ୍ଟିକ୍ ଏସିଡ୍ ରହିଛି ଯାହା ଧୀରେ ଧୀରେ ଶରୀରରେ ଫ୍ୟାଟ୍ କମାଇବା ସହ ଇନସୁଲିନ୍ ଲିଭେଲକୁ କମ୍ କରିଥାଏ। ଭେଜିଟେବୁଲ ଜୁସ୍ ଓଜନ ହ୍ରାସ କରାଇବାରେ ଅନେକ ସହାୟକ ହୋଇଥାଏ। ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲକୁ ଜାଳିବା ସହ ଫ୍ୟାଟ୍ କମାଇବାରେ ସାହାଯ୍ୟ ହୋଇଥାଏ।

ମନ୍ଦିର ଭିତରକୁ ପ୍ରବେଶ କରୁ କରୁ କାହିଁକି ଭକ୍ତମାନେ ବଜାନ୍ତି ଘଣ୍ଟି, ଜାଣନ୍ତୁ…

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ପୂଜା ସମୟରେ ଘଣ୍ଟିବଜାଇବା ଏକ ବିଶେଷ ମହତ୍ତ୍ୱ ରଖେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ମନ୍ଦିର ଦ୍ୱାରରେ ଘଣ୍ଟି ବନ୍ଧାଯାଇଥାଏ । ଯାହାକୁ ଭକ୍ତ ମାନେ ପ୍ରଥମେ ବଜାଇବା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥାଆନ୍ତି । ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ ଘଣ୍ଟି ବନ୍ଧାଯିବାର କାରଣ କଣ ? ଚାଲନ୍ତୁ ଜାଣିବା ସେହି ବିଷୟରେ। ଘଣ୍ଟି ହେଉଛି ମଙ୍ଗଳ ଧ୍ୱନି ର ପ୍ରତୀକ I ପୂଜା ପୂର୍ବରୁ ଘଣ୍ଟି ବଜାଇବା ସକରାତ୍ମକ ଶକ୍ତି ପ୍ରଦାନ କରିଥାଏ ଏବଂ ଆଖପାଖର ପରିବେଶକୁ ଶୁଦ୍ଧ କରିଥାଏ।

ଘରେ କିମ୍ବା ମନ୍ଦିରରେ ପୂଜା କରିବା ସମୟରେ ଘଣ୍ଟି ବଜାଇବା ପରିବେଶରେ ଥିବା ମାଇକ୍ରୋ ଅଣୁଜୀବ ଏବଂ ଜୀବାଣୁ ନଷ୍ଟ କରିଥାଏ ଏବଂ ନକାରାତ୍ମକ ଶକ୍ତି ମଧ୍ୟ ଦୂର କରିଥାଏ । ଦେବା ଦେବୀ ଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଘଣ୍ଟି ଶବ୍ଧ ଦ୍ୱରା ମନ ଭକ୍ତି ଭାବରେ ପୂର୍ଣ୍ଣ ହେଇଥାଏ I ଏହା ର ଶବ୍ଧ ଦ୍ୱାରା ଅନ୍ୟ ସମସ୍ତ ଦିଗରୁ ନଜର ହଟିଯାଇ ମନ ଭିତରେ କେବଳ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଇଥାଏ I ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ସେଠାରେ ସ୍ଥାପିତ ଦେବାଦାବୀଙ୍କର ମୂର୍ତ୍ତିରେ ଚେତନା ଜାଗ୍ରତ ହୁଏ। କୁହାଯାଏ ଏହା ପରେ ପୂଜା ଅତ୍ୟନ୍ତ ପ୍ରଭାବଶାଳୀ ହୁଏ ଏବଂ ଭଗବାନ ଆପଣଙ୍କ ପ୍ରାର୍ଥନା ଶୁଣନ୍ତି। ଘଣ୍ଟି ବଜାଇବା ଅର୍ଥ ଭଗବାନଙ୍କ ଆଗରେ ଆପଣଙ୍କ ଉପସ୍ଥିତି।

ଘଣ୍ଟି ବଜାଇବା ଦ୍ୱାରା ଦେବାଦାବୀ ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି। କୁହାଯାଏ ଭଗବାନଙ୍କୁ ଘଣ୍ଟି, ଶଙ୍ଖ ଆଦି ଶବ୍ଦ ଅତ୍ୟନ୍ତ ପ୍ରିୟ। ଘଣ୍ଟିର ଶବ୍ଦ ପରିବେଶରେ ଶୁଦ୍ଧତା ଆଣିଥାଏ। ଘଣ୍ଟିକୁ ବ୍ରହ୍ମାଣ୍ଡର ସୃଷ୍ଟି ସମୟରେ ପ୍ରକାଶିତ ଧ୍ୱନିର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଘଣ୍ଟି ବଜାଇ ଦ୍ୱାରା ଶୁଭ କାର୍ଯ୍ୟ ଆରମ୍ଭ ହୁଏ, ତେବେ ଈଶ୍ୱରଙ୍କ ଆଶୀର୍ବାଦ ନିଶ୍ଚିତ ଭାବରେ ପ୍ରାପ୍ତ ହୁଏ। ବୈଜ୍ଞାନିକଙ୍କ ମତାନୁସାରେ, ଘଣ୍ଟି ବଜାଇବା ଦ୍ୱାରା ପରିବେଶରେ ଏକ କମ୍ପନ ସୃଷ୍ଟି ହୁଏ। ବାୟୁମଣ୍ଡଳରେ ଏହି କମ୍ପନର ସଂପ୍ରସାରଣ ହେତୁ ଜୀବାଣୁ ଏପରିକି ମାଇକ୍ରୋ ଅଣୁଜୀବ ଇତ୍ୟାଦି ନଷ୍ଟ ହୋଇଯାଆନ୍ତି। ବାୟୁମଣ୍ଡଳ ଶୁଦ୍ଧ ହୋଇଥାଏ। ସେସବୁ ସ୍ଥାନରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

ଯେଉଁ ସ୍ଥାନଗୁଡ଼ିକରେ ଘଣ୍ଟି ନିୟମିତ ବାଜିଥାଏ ସେଠାରେ ସକରାତ୍ମକ ଶକ୍ତିର ପ୍ରଭାବ ବେଶୀ ରହିଥାଏ ଏବଂ ନକାରାତ୍ମକତା ଦୂର ହୋଇଥାଏ। ଏହା ସହିତ ଘଣ୍ଟିର ଶବ୍ଦ, ମଣିଷର ମନ ଉପରେ ମଧ୍ୟ ବହୁତ ଗଭୀର ପ୍ରଭାବ ପକାଇଥାଏ। ଘଣ୍ଟି ଶଦ୍ଦ ଶାନ୍ତିର ଏକ ଅନୁଭବ ଦେଇଥାଏ, ଯାହା ଚାପ ସ୍ତରକୁ ବହୁ ପରିମାଣରେ ହ୍ରାସ କରିଥାଏ। ଏହି କାରଣରୁ, ଲୋକମାନେ ଘରର କବାଟ ଏବଂ ଝରକା ଉପରେ ଫେଙ୍ଗସୁଇ ଘଣ୍ଟି ମଧ୍ୟ ସ୍ଥାପନ କରନ୍ତି। ଯାହା ଦ୍ବାରା ଏହାର ଶବ୍ଦଠାରୁ ନକାରାତ୍ମକ ଶକ୍ତି ଦୂରରେ ରହିଥାଏ ଏବଂ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ।

ବିଶ୍ବର ପ୍ରଥମ ମୋବାଇଲ ଫୋନର ଓଜନ ଥିଲା ଏତିକି କିଲୋଗ୍ରାମ, ଜାଣନ୍ତୁ ବିଶେଷତ୍ବ

ନୂଆଦିଲ୍ଲୀ: ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ପୂର୍ବକାଳରେ ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ ଚଳାଉଥିଲେ। ମୋବାଇଲ ଫୋନ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟେଲିକମ ବଜାରରେ ପରିଣତ ହୋଇଛି। ତେବେ କହିରଖୁଛୁ ଯେ, ଦୁନିଆର ପ୍ରଥମ ମୋବାଇଲ୍ ଫୋନ୍ ଥିଲା ମୋଟରୋଲା ‘ଡାୟନା ଟିଏସି ୮୦୦୦ ଏକ୍ସ’ । ଯାହା ୧୮୯୩ ମସିହାରେ ଲଞ୍ଚ କରାଯାଇଥିଲା । ଏହା ବିଶ୍ଵର ପ୍ରଥମ ବ୍ୟବସାୟିକ ଭାବରେ ଉପଲବ୍ଧ ମୋବାଇଲ୍ ଫୋନ ଥିଲା । ଯୋଗାଯୋଗରେ ଏହି ଫୋନ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ‘ଡାୟନା ଟିଏସି ୮୦୦୦ ଏକ୍ସ’ ମାର୍ଟିନ୍ କୁପରଙ୍କ ଦ୍ଵାରା ଡିଜାଇନ୍ କରାଯାଇଥିଲା । ଯିଏ ମୋବାଇଲ୍ ଫୋନର ପିତା ଭାବରେ ଜଣାଶୁଣା ।

ମାର୍ଟିନ୍ କୁପର୍ ଯେଉଁ କମ୍ପାନୀ ପାଇଁ ଏହି ମୋବାଇଲ୍ ତିଆରି କରିଥିଲା ତାହା ହେଉଛି ମୋଟରୋଲା । ଏହି କମ୍ପାନୀ ଆଜି ମଧ୍ୟ ନିଜର ସ୍ମାର୍ଟଫୋନ ତିଆରି କରୁଛି । ‘ଡାୟନା ଟିଏସି ୮୦୦୦ ଏକ୍ସ’ ଏକ ବୃହତ ଏବଂ ଭାରୀ ଉପକରଣ ଥିଲା । ଯାହାର ଓଜନ ପ୍ରାୟ ୨.୫ ପାଉଣ୍ଡ (୧.୧ କିଲୋଗ୍ରାମ ) ଥିଲା । ଏହାର ଏକ ମୋନୋକ୍ରୋମ୍ ଡିସପ୍ଲେ ଥିଲା । ତେବେ ଏହି ଫୋନରେ କେବଳ କଲ୍ କରିବା ଏବଂ ରିସିଭ୍ କରିବା ପରି କାମ କରିହେଉଥିଲା । ଏହି ଫୋନର ମୂଲ୍ୟ ଲଞ୍ଚ ସମୟରେ ପ୍ରାୟ ୩,୯୯୫ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୩୦,୮୯୬ ଟଙ୍କା) ଥିଲା । ଯାହା ୧୯୮୦ ଦଶକ ଆରମ୍ଭରେ ବହୁମୁଲ୍ୟ ଥିଲା । ଏହି ଉପକରଣ ପ୍ରଥମେ ଯୁକ୍ତରାଷ୍ଟ୍ରରେ ଉପଲବ୍ଧ ଥିଲା । କିନ୍ତୁ ପରେ ଅନ୍ୟ ଦେଶରେ ମଧ୍ୟ ଲଞ୍ଚ କରାଯାଇଥିଲା ।

‘ଡାୟନା ଟିଏସି ୮୦୦୦ ଏକ୍ସ’ର ସୀମା ପ୍ରାୟ ୩୦ ମାଇଲ୍ (୪୮ କିମି) ଥିଲା । ଏହି ମୋଟରଲା ‘ଡାୟନା ଟିଏସି’ ଫୋନର ଲମ୍ବା ୧୦ ଇଞ୍ଚ ରହିଥିଲା। ଫୋନର ବ୍ୟାଟେରିକୁ ଥରେ ଚାର୍ଜ କଲେ ୨୦ ମିନିଟ ପର୍ଯ୍ୟନ୍ତ ଚାଲୁଥିଲା। ତେବେ ପୂର୍ବ ମୋବାଇଲ୍ ଫୋନ ତୁଳନାରେ ଏକ ମହତ୍ଵପୁର୍ଣ୍ଣ ଉନ୍ନତି ଯାହା ଏକ ଯାନ କିମ୍ବା ଷ୍ଟେସନାରୀ ବେସ୍ ଷ୍ଟେସନ୍ ସହିତ ସଂଯୁକ୍ତ ଥିଲା । ୧୯୮୭ ମସିହାରେ ପ୍ରସ୍ତୁତ ହୋଇଥିବା ଏକ ଚଳଚ୍ଚିତ୍ର “ୱାଲ୍ ଷ୍ଟ୍ରିଟ୍”ରେ ମାଇକେଲ୍ ଗପଲାସ୍ ଦ୍ଵାରା ‘ଡାୟନା ଟିଏସି ୮୦୦୦ ଏକ୍ସ’ ବ୍ୟବହୃତ ହୋଇଥିଲା । ତେବେ ପ୍ରଥମ ପୋର୍ଟେବଲ୍ ଫୋନ ଥିଲା ‘ଡାୟନା ଟିଏସି ୮୦୦୦ ଏକ୍ସ’ । ଯାହା ୧୯୮୧ରେ ପରିଚିତ ହୋଇଥିଲା ।

କମ୍ପାନୀର ପୂର୍ବ ଉପାଧ୍ୟକ୍ଷ ଓ ଡିବିଜନ ମ୍ୟାନେଜର ମାର୍ଟିନ କୁପର ୯୫୨ ମସିହାରେ ମୋଟରଲା କମ୍ପାନୀରେ ଯୋଗ ଦେବାପରେ ଆରମ୍ଭ କରିଥିଲେ ଏହି ଫୋନର ଡିଜାଇନ୍ କରିବା । କୁପର ନିୟୁର୍କର ହିଲଟନ ହୋଟେଲରେ ଦୁନିଆର ପ୍ରଥମ ମୋବାଇଲ ଫୋନରେ କଥା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ। ଏଠାରୁ ହିଁ ଆରମ୍ଭ ହୋଇଯାଇଥିଲା ଯୋଗାଯୋଗ ସ୍ଥାପନ କରିବାର ନୂତନ ଯୁଗ।

ସେହିପରି ୧୯୯୫ ରେ ଜୁଲାଇ ୩୧ରେ ଭାରତରେ ମୋବାଇଲର ମୂଳଦୁଆ ପକାଯାଇଥିଲା । ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ତତ୍କାଳୀନ କେନ୍ଦ୍ର ଟେଲିକମ ମନ୍ତ୍ରୀ ସୁଖ ରାମଙ୍କୁ ପ୍ରଥମ ମୋବାଇଲରେ ଫୋନ୍‌ କରିଥିଲେ। ସେଦିନ ମୋବାଇଲରୁ ଭାରତରେ ପ୍ରଥମ କଲ କରାଯାଇଥିଲା। ସେହି ସମୟରେ, ବାହାରକୁ ଯାଉଥିବା କଲ ସହିତ ଆସୁଥିବା କଲ ପାଇଁ ମଧ୍ୟ ଟଙ୍କା ଦେବାକୁ ପଡୁଥିଲା। ଭାରତର ପ୍ରଥମ ମୋବାଇଲ ଅପରେଟର କମ୍ପାନୀ ଥିଲା ମୋଦୀ ଟେଲଷ୍ଟ୍ରା। ଏହି ନେଟୱାର୍କରେ ପ୍ରଥମ ମୋବାଇଲ କଲ କରାଯାଇଥିଲା। ଏହା ମୋଦି ଗ୍ରୁପ ଅଫ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆର ଟେଲଷ୍ଟ୍ରାର ମିଳିତ ଉଦ୍ୟମରେ ସମ୍ଭବ ହୋଇପାରିଥିଲା। ଏହି କମ୍ପାନୀ ୮ଟି କମ୍ପାନୀ ମଧ୍ୟରୁ ଗୋଟିଏ ଥିଲା ଯାହା ଦେଶରେ ସେଲୁଲାର୍‌ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ଥିଲା।

ସାବଧାନ! ପାକିସ୍ତାନ ଗୁପ୍ତଚର ଭାବରେ ଆପଣ ବି ହୋଇପାରନ୍ତି ଗିରଫ….

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ପରେ ଆଜିକାଲି ଦେଶରେ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଏପ୍ରିଲ୍ ମାସରେ ଜମ୍ମୁ ଏବଂ କଶ୍ମୀରରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଇତି ମଧ୍ୟରେ ମାସେ ପୁରିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ ଦେଶରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଏନେଇ ଏଜେନ୍ସିଗୁଡ଼ିକ ମଧ୍ୟ ସଜାଗ ଅଛନ୍ତି। ଏଥିସହ ଆକ୍ରମଣ ପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପାଇଁ ଭାରତ ବିରୋଧରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଯେଉଁଥିରେ ଜଣେ ପ୍ରସିଦ୍ଧ YouTuber ମଧ୍ୟ ସାମିଲ ଅଛନ୍ତି।

ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ଏବେ ଭାରତ ଉପରେ ସୁରକ୍ଷାକର୍ମୀଙ୍କ ନଜରକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଏଜେନ୍ସିଗୁଡ଼ିକ ଇଣ୍ଟେଲିଜେନ୍ସ ବ୍ୟୁରୋ, ଜାତୀୟ ତଦନ୍ତ ଏଜେନ୍ସି ଏବଂ ସାଇବର କ୍ରାଇମ ସେଲ ସାଧାରଣ ଲୋକଙ୍କ ଫୋନ କଲ ଏବଂ ଇଣ୍ଟରନେଟ ଟ୍ରାଫିକ ଉପରେ ନଜର ରଖୁଛନ୍ତି। ତେବେ କହିରଖୁଛୁ ଯେ ଏବେ ସୁରକ୍ଷାକର୍ମୀଙ୍କ ନଜର ସମସ୍ତ ମୋବାଇଲ୍ ଉପଭୋକ୍ତାଙ୍କ ଉପରେ । ଯଦି ଆପଣ ଫୋନ୍‌ରେ କଥାବାର୍ତ୍ତା ସମୟରେ କିଛି ଏପରି ଶବ୍ଦ ବ୍ୟବହାର କରୁଛନ୍ତି ତେବେ ଏ ଖବର ଆପଣଙ୍କ ପାଇଁ । କାରଣ ସେହି ଶବ୍ଦ ଆପଣଙ୍କ ପାଇଁ ପଡିପାରେ ମହଙ୍ଗା । ବର୍ତ୍ତମାନ ସୁରକ୍ଷା ଏଜେନ୍ସିଗୁଡ଼ିକର ରାଡାରରେ ପ୍ରତ୍ୟକ ଭାରତୀୟ । ଯଦି ଆପଣ ଫୋନ କଲ କିମ୍ବା ମେସେଜ ମାଧ୍ୟମରେ ସମ୍ବେଦନଶୀଳ ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି।

ଯଦି ଆପଣ କୌଣସି ଦେଶ ବିରୋଧୀ କିମ୍ବା ହିଂସା ସମ୍ବନ୍ଧୀୟ କିମ୍ବା ଆତଙ୍କବାଦ ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣ ଏଜେନ୍ସିଙ୍କ ଚକ୍ରବ୍ୟୁହରେ ଫସିପାରନ୍ତି । ଯଦି ଆପଣ ହ୍ୟାକିଂ, ବ୍ଲାଷ୍ଟ, RDX, ଆକ୍ରମଣ, ବୋମା ଭଳି ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣ ସୁରକ୍ଷା ଏଜେନ୍ସିଗୁଡ଼ିକର ରାଡାରରେ ଆସିପାରନ୍ତି। ଯଦି ଆପଣ ସାଧାରଣ କଥାବାର୍ତ୍ତା ସମୟରେ ଥରେ କିମ୍ବା ଦୁଇଥର ମଜାରେ ଏପରି ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସରକାର ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ନାଗରିକଙ୍କ ଗୋପନୀୟତାକୁ ସମ୍ପୂର୍ଣ୍ଣ ସମ୍ମାନ କରାଯାଏ।  ଯଦି ତୁମେ ଏପରି ଶବ୍ଦ ବାରମ୍ବାର ବ୍ୟବହାର କରୁଛ ତେବେ ପୋଲିସ ତୁମକୁ ପଚରାଉଚରା କରିପାରିବ। ତଥାପି, ଏପରି ମାମଲାରେ ଗିରଫଦାରୀର କୌଣସି ସିଧାସଳଖ ବ୍ୟବସ୍ଥା ନାହିଁ।

ମାଲାମାଲ୍ କରିଦେବ ଆପଣଙ୍କ ପାଖେ ଥିବା ଏହି ୧୦୦ ଟଙ୍କିଆ ନୋଟ୍, ଜାଣନ୍ତୁ….

ଭୁବନେଶ୍ଵର: ୧୦୦ ଟଙ୍କା । ଦିନ ଥିଲା ଏହି ୧୦୦ ଟଙ୍କାର ମୁଲ୍ୟ ବହୁତ ଥିଲା । ମାତ୍ର ଏବେ ….ଦେଖିବାକୁ ଗଲେ ୧୦୦ ଟଙ୍କା ଆମକୁ ବହୁତ କମ୍ ଲାଗେ କିନ୍ତୁ ଯଦି ଆମେ କହିବୁ ଏହି ମାତ୍ର ୧୦୦ ଟଙ୍କାରେ ଆପଣ କୋଟିପତି ହୋଇଯିବେ ତେବେ କଣ ଆପଣ ବିଶ୍ଵାସ କରିବେ । ଆପଣଙ୍କ ଉତ୍ତର ନିଶ୍ଚୟ ନାଁ ହେବ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେମିତି ଏହା ସମ୍ଭବ ହେବ । କେମିତି ଆପଣ ମାତ୍ର ୧୦୦ ଟଙ୍କାରେ କୋଟିପତି ହେବେ । ୧୦୦ ଟଙ୍କିଆ ନୋଟ୍ ର ମୂଲ୍ୟ ସେତେବେଳେ ବଢିଯାଏ ଯେତେବେଳେ ଏହାର କିଛି ବିଶେଷ ବୈଶିଷ୍ଟ୍ୟ ଥାଏ।

କେବଳ ୧୦୦ ଟଙ୍କିଆ ନୋଟ୍ ହେବା ଯଥେଷ୍ଟ ନୁହେଁ, ଏହାର କିଛି ବିଶେଷତ୍ବ ରହିବା ମଧ୍ୟ ଉଚିତ। ଆଉ ଠିକ୍ ସେତେବେଳେ ହିଁ ତା’ର ମୂଲ୍ୟ ଲକ୍ଷ ଲକ୍ଷକୁ ଯାଇପାରିବ। ୧୦୦ ଟଙ୍କିଆ ନୋଟ୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର କ୍ରମିକ ସଂଖ୍ୟା। ଯଦି ନୋଟ୍ ର ​​ପଛ ଭାଗରେ ୭୮୬ ସଂଖ୍ୟା ଲେଖାଯାଏ, ତେବେ ଏହା ବହୁତ ମୂଲ୍ୟବାନ ହୋଇପାରେ। ଆହୁରି ମଧ୍ୟ, ଏହି ନୋଟରେ ମହାତ୍ମା ଗାନ୍ଧୀ କିମ୍ବା ଅଶୋକା ସ୍ତମ୍ଭର ଫଟୋ ଥିବା ଆବଶ୍ୟକ । ବିଶେଷକରି ମୁସଲମାନ ସମ୍ପ୍ରଦାୟର ଲୋକମାନେ ୭୮୬ ସଂଖ୍ୟାକୁ ବହୁତ ଶୁଭ ବୋଲି ଭାବନ୍ତି ଏବଂ ଏହିପରି ଜିନିଷ କିଣିବାକୁ ଆଗ୍ରହୀ ଅଟନ୍ତି। ୭୮୬ ସଂଖ୍ୟା ଶାନ୍ତି, ବିକାଶ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ଅନେକ ଲୋକ ନିଜ ଘରେ ସୁଖ ଏବଂ ସମୃଦ୍ଧତା ଆଣିବା ପାଇଁ ଏହିପରି ନୋଟ୍ କିଣନ୍ତି।

ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏପରି ୧୦୦ ଟଙ୍କିଆ ନୋଟ୍ ଅଛି, ତେବେ ଏହାର ମୂଲ୍ୟ ୬ ଲକ୍ଷ ଟଙ୍କା ହୋଇପାରେ। ଯଦି ଆପଣଙ୍କର ତିନୋଟି ନୋଟ୍ ଅଛି, ତେବେ ଆପଣ ସମୁଦାୟ ୧୮ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ତେବେ ଏହାକୁ ବିକ୍ରୟ କରିବା ମଧ୍ୟ ବହୁତ ସହଜ। ଯଦି ଆପଣ ସେହି ନୋଟ୍ ବିକ୍ରୟ କରିବାକୁ ଚାହାଁନ୍ତି, ସର୍ବପ୍ରଥମେ ଆପଣଙ୍କୁ OLX ୱେବସାଇଟ୍ ରେ ଏକ ଆକାଉଣ୍ଟ୍ ସୃଷ୍ଟି କରିବାକୁ ପଡିବ। ଏହା ପରେ ଆପଣଙ୍କୁ ନୋଟର ଏକ ସ୍ୱଚ୍ଛ ଏବଂ ଭଲ ଫଟୋ ଅପଲୋଡ୍ କରିବାକୁ ପଡିବ। ଏହା ପରେ କ୍ରେତାମାନେ ସ୍ୱୟଂଚାଳିତ ଭାବରେ ଆପଣଙ୍କ ସହିତ ଯୋଗାଯୋଗ କରିବେ। ଏହି ପ୍ରକ୍ରିୟା ବହୁତ ସରଳ। ତେବେ କହିରଖୁଛୁ ଯେ ଏହି ସୂଚନା କେବଳ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ପୁରୁଣା ଏବଂ ବିରଳ ନୋଟ୍ ପାଇଁ ଆଗ୍ରହୀ। କୌଣସି କାରବାର କରିବା ପୂର୍ବରୁ ନିଜକୁ ସତର୍କ ଓ ନିଶ୍ଚିତ କରିବା ଜରୁରୀ ଅଟେ।

କରୋନାର ବିପଦରୁ ବଞ୍ଚିବା ପାଇଁ ଏହି ଖାଦ୍ୟରେ ସାମିଲ୍ କରନ୍ତୁ ଏହି ସବୁ ଜିନିଷ…

ଭୁବନେଶ୍ଵର: ବେଶ୍‌ କିଛି ଦିନ ବ୍ୟବଧାନରେ ପୁଣି ଓଡ଼ିଶାକୁ ଫେରିଛି ମହାମାରୀ କୋରୋନା । ରାଜଧାନୀ ଭୁବନେଶ୍ବରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପୂର୍ବ ଲହରରେ ଏହି ଭାଇରସ ଦୁର୍ବଳ ଇମ୍ୟୁନିଟି ଲୋକଙ୍କୁ ସବୁଠୁ ଅଧିକ ଆକ୍ରାନ୍ତ କରିଥିଲା । କିନ୍ତୁ ବର୍ତ୍ତମାନର ମୁଣ୍ଡ ଟେକିଥିବା ଭାଇରସର ଭୟ ଛୁଆ, ବୟସ୍କ ଓ ଦୁର୍ବଳ ଇମ୍ୟୁନ ଥିବା ଲୋକଙ୍କ ସଂକ୍ରମିତ କରିବାର ଆଶଙ୍କା ରହିଛି ।ଏହି ଭାଇରସରୁ ବର୍ତ୍ତିବା ପାଇଁ ଷ୍ଟ୍ରଙ୍ଗ ଇମ୍ୟୁନିଟି ବେଶ ଜରୁରୀ । ଛିଙ୍କିବା, ଜ୍ୱର, ଗଳା ବଥା, ଦେହ ହାତ ଫଳିବା ଏହି ରୋଗର ଲକ୍ଷଣ । ଏହି ରୋଗର ଲକ୍ଷଣ ନିମୋନିଆ ଭଳି ।

ଏଥିରୁ ବର୍ତ୍ତିବା ପାଇଁ ଡାଏଟ ଓ ଲାଇଫଷ୍ଟାଇଲ ଉପରେ ଧ୍ୟାନ ରଖିବା ବେଶ ଜରୁରୀ । ତେବେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ଚାହୁଁଥିଲେ ତୁରନ୍ତୁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ । କିନ୍ତୁ ଡାଏଟରେ ଭିଟାମିନ ସି ନିହାତି ସାମିଲ କରନ୍ତୁ । ଭିଟାମିନ ସି ପାଇଁ ଆପଣ କମଳା, ଲେମ୍ୱୁ, ପିଜୁଳି, କୋବି ଓ ଅଁଳା ଖାଇପାରିବେ । ଏହି ଫଳ ଇମ୍ୟୁନିଟି ମଜବୁତ କରିବା ସହ ଶରୀରକୁ ହେଲଦି ରଖିବ । ଜିଙ୍କ ଓ ଆଣ୍ଟିଅକ୍ସିଡାଣ୍ଟ ବି ବେଶ ଜରୁରୀ । ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଓ ରୋଗରୁ ମୁକ୍ତି ପାଇଁ ଜିଙ୍କ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ସେବନ କରନ୍ତୁ । ଡାଏଟରେ କଖାରୁ ମଞ୍ଜି, ବାଦାମ ଓ ଡାଲି ଖାଆନ୍ତୁ । ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଖାଦ୍ୟ ଯେପରିକି ବ୍ଲୁବେରୀ, ଷ୍ଟ୍ରବେରୀ, ଟମାଟର ଓ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ ।

ପ୍ରୋଟିନ ଡାଏଟ ନିଅନ୍ତୁ ଓ ଶରୀରକୁ ଡିହ୍ରାଇଡେଟ ରଖନ୍ତୁ । ଡାଏଟରେ ପ୍ରୋଟିନ ସେବନ ବଡାନ୍ତୁ । ସର୍ଦ୍ଦିରେ ପ୍ରୋଟିନରେ ଭରପୂର ଖାଦ୍ୟ ଅଣ୍ଡା, ଡାଲି ଓ ଦହି ଖାଆନ୍ତୁ । ଏସବୁ ଖାଦ୍ୟ ଶୀରରକୁ ଏନର୍ଜି ଦେବ ଓ ଶରୀରକୁ ସୁସ୍ଥ ରଖିବ । ଶୀତଦିନେ ଶରୀରକୁ ହାଇଡ୍ରେଟ ରଖନ୍ତୁ । ଏଥିପାଇଁ ଗରମ ପାଣି ପିଅନ୍ତୁ । ଗ୍ରିନ ଟି ଓ ତୁଳସୀ ଚାହା ପିଅନ୍ତୁ । ଏହି ଡ୍ରିଙ୍କ୍ସ ଶରୀରକୁ ହାଇଡ୍ରେଟ ରଖିବା ସହ ଇମ୍ୟୁନିଟି ମଧ୍ୟ ଦେବ । ସୁପ୍, ହର୍ବାଲ ଟି ଓ ଗରମ ପାଣି ପିଅନ୍ତୁ । ଏହା ଗଳାକୁ ଆରାମ ଦେବାରେ ସାହାଯ୍ୟ କରିବ । ପ୍ରୋବାୟୋଟିକ ଫୁଡ୍ ବି ଶରୀର ପାଇଁ ନିହାତି ଜରୁରୀ ।

କରୋନା ଭାଇରସରୁ ବର୍ତ୍ତିବା ପାଇଁ ଆପଣ ଡାଏଟରେ ଦହି ଓ କିମଚି ଭଳି ଖାଦ୍ୟ ଖାଇପାରିବେ । ଏସବୁ ଇମ୍ୟୁନିଟି ବୁଷ୍ଟ କରେ ଓ ଶରୀରକୁ ସୁସ୍ଥ ରଖେ । ଶରୀର ପାଇଁ ଆଣ୍ଟି-ଇନଫ୍ଲାମେଣ୍ଟରୀ ଡାଏଟି ବି ଆବଶ୍ୟକ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ଡାଏଟରେ ହଳଦୀ କ୍ଷୀର ସେବନ କରିପାରିବେ । ଅଦା ଚାହା ମଧ୍ୟ ବେଶ ଲାଭକାରୀ । ତେବେ ତେଲିଆ ଜିନିଷ, ମସଲା ଖାଦ୍ୟ, ପ୍ରୋସେସ ଫୁଡ, ସୁଗାର ଜାତୀୟ ଖାଦ୍ୟ ସେବନଠୁ ଦୂରରେ ରୁହନ୍ତୁ ।

ଆରବ ସାଗର ପରେ ବଙ୍ଗୋପସାଗରରେ ହେବ ଲଘୁଚାପ, ବଢିଲା ବାତ୍ୟା ଭୟ

ଭୁବନେଶ୍ଵର: ଆସୁଛି ବଡ ଲଘୁଚାପ। ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୭ ଓ ୨୮ ଦୁଇଦିନ ରାଜ୍ୟରେ ଅଧିକ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ରାୟଗଡା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ, ସଅଳ ମୌସୁମୀ ପାଇଁ ଏହି ଲଘୁଚାପ ସହାୟକ ହେବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ । ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଭାଗର କହିବା ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଲଘୁଚାପ । ୨ ଦିନ ପରେ ଘନୀଭୂତ ହେବାର ସମ୍ଭାବନା ରହିଛି । କେତେ ଅବପାତ ତୀବ୍ର ହେବ କି ନାହିଁ ଏବଂ କେଉଁ ଉପକୂଳ ଛୁଇଁବ ସେ ନେଇ କିଛି ସ୍ପଷ୍ଟ ହୋଇନି । ତେବେ କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ, ଲଘୁଚାପର ଗତିବିଧି ଏବଂ ଉପକୂଳ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି । ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର କହିବା ଅନୁସାରେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେବାର ୨ ଦିନ ଭିତରେ ଏହା ଅଧିକ ଘନୀଭୂତ ହେବ। ରାଜ୍ୟରେ ଆଜି ଗୋଟିଏ ଦିନ ଖରା ହେବ, କାଲିଠୁ ବଦଳିବ ପାଗ। ଆଜି ଅପରାହ୍ନ ପରେ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା।

ଆଜି ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଲେ ସାରା ରାଜ୍ୟକୁ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର କଟକ, ଅନୁଗୁଳ, ଢେଙ୍କାନାଳ , ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୯ ତାରିଖ ବେଳକୁ ସେହି ସିଷ୍ଟମ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ସେତେବେଳେ ତାହା କେତେ ଘନୀଭୂତ ହୋଇଥିବ ଏବଂ ଅବପାତ କି ସାମୁଦ୍ରିକ ଝଡ଼ର ରୂପ ନେଇଥିବ, ସେ ସଂପର୍କରେ ଏହି ମଡେଲ କୌଣସି ତଥ୍ୟ ସ୍ପଷ୍ଟ କରିନାହିଁ । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ କେବଳ ଅବପାତ ଯାଏଁ ଆକଳନ କରିପାରିଛି । ସେହିପରି IMD ସ୍ପଷ୍ଟ କରିଛି ଯେ ଆସନ୍ତା ୩ ଦିନ ମଧ୍ୟରେ ମୌସୁମି ବାୟୁ କେରଳରେ ପ୍ରବେଶ କରିବ।

ମନ୍ଦିରରୁ ଫେରିବା ସମୟରେ କାହିଁକି ବଜାନ୍ତିନି ଘଣ୍ଟି? ବଜାଇଲେ କଣ ହେବ 

ଭୁବନେଶ୍ଵର: ସାଧାରଣତଃ ମନ୍ଦିର ଯିବା ପୂର୍ବରୁ ଆମେମାନେ ଘଣ୍ଟି ବଜାଇଥାଉ । ଏହାର ପଛରେ ଅନେକ ଧାର୍ମିକ ମହତ୍ତ୍ଵ ମଧ୍ୟ ରହିଛି । ତେବେ କ’ଣ ଆପଣ ଜାଣନ୍ତି ଯେ, ମନ୍ଦିରରୁ ଫେରିବା ସମୟରେ କେବେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ କାହିଁକି ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ମନ୍ଦିରରୁ ଫେରିବା ସମୟରେ କାହିଁକି ଘଣ୍ଟି ବଜାଇବା ଅନୁଚିତ୍‌.. ଧାର୍ମିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଆମେ ମନ୍ଦିରରେ ପ୍ରବେଶ କରିବା

ସମୟରେ ଘଣ୍ଟି ବଜାଇଥାଉ ସେତେବେଳେ ଆମ ଶରୀରର ସମ୍ପୂର୍ଣ୍ଣ ନକରାତ୍ମକ ଶକ୍ତି ଘଣ୍ଟି ଧ୍ୱନି ଦ୍ୱାରା ନଷ୍ଟ ହୋଇଯାଏ ଏବଂ ସେହି ସମୟରେ ଲୋକଙ୍କ ସୁଖ ଏବଂ ସମୃଦ୍ଧିର ଦ୍ୱାର ମଧ୍ୟ ଖୋଲିଯାଏ। ଏହା ମଧ୍ୟ କୁହାଯାଏ ଯେ, ଘଣ୍ଟିର ଶବ୍ଦ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଘଣ୍ଟି ବଜାଇ ଭକ୍ତ ମନ୍ଦିରରେ ପ୍ରବେଶ କରିବା ପାଇଁ ଭଗବାନଙ୍କ ଅନୁମତି ଲୋଡ଼ନ୍ତି ଏବଂ ଦେବାଦେବୀଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରୀଭୂତ କରନ୍ତି। ଏହାପରେ ତାଙ୍କୁ ପୂଜାର୍ଚ୍ଚନା କରନ୍ତି। ଘଣ୍ଟିର ଧ୍ବନି ଦ୍ବାରା ଶରୀର ଓ ଏହାର ଆଖପାଖ ପରିବେଶରେ ଥିବା ସମସ୍ତ ଜୀବାଣୁ, ଭୂତାଣୁ ନଷ୍ଟ ହୋଇଯାଆନ୍ତି, ଫଳରେ ମନ୍ଦିର ଏବଂ ଏହାର ଆଖପାଖ ପରିବେଶ ମଧ୍ୟ ଶୁଦ୍ଧ ହୋଇଯାଏ। ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଆମେ ମନ୍ଦିରକୁ ଯାଉ ସେତେବେଳେ ଆମ ମନରେ ବିଭିନ୍ନ ପ୍ରକାରର ଭାବନା ଚାଲିଥାଏ, ଏଥିସହ ନକରାତ୍ମକ ଭାବନା ମଧ୍ୟ ଆସେ। ଯାହା ମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟି ବଜାଇବା ମାତ୍ରେ ନଷ୍ଟ ହୋଇଯାଏ। ଶଙ୍ଖ, ଘଣ୍ଟି ଏବଂ ଘଣ୍ଟାର ଦିବ୍ୟ ଧ୍ବନି ଶରୀରରୁ ସମସ୍ତ ନକରାତ୍ମକ ଶକ୍ତି ଏବଂ ଚିନ୍ତାଧାରାକୁ ଦୂର କରିଥାଏ। ଏହାପରେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପରେ ମନରେ ସକରାତ୍ମକ ଶକ୍ତି ଏବଂ ଚିନ୍ତାଧାରା ଜାଗ୍ରତ ହୋଇଥାଏ।

ଏହାପରେ ଆମେ ପ୍ରେମ ଭାବରେ ଭକ୍ତି ଭଜନ କରି ଫେରିଥାଉ, ଏବଂ ତା’ପରେ ଘଣ୍ଟି ବଜାଇବା ଦ୍ବାରା ସମସ୍ତ ସକରାତ୍ମକ ଶକ୍ତି ଘଣ୍ଟି ଧ୍ୱନି ଦ୍ୱାରା ନଷ୍ଟ ହୋଇଯାଇଥାଏ। ତେଣୁ ସକରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ମନ୍ଦିରରେ ଲାଗିଥିବା ଘଣ୍ଟିକୁ ନେଇ ବିଶ୍ୱାସ ରହିଛି ଯେ, ଯେତେବେଳେ ସୃଷ୍ଟି ଆରମ୍ଭ ହୋଇଥିଲା ସେତେବେଳେ ଯେଉଁ ଧ୍ବନି ଶୁଭିଥିଲା ତାହା ଘଣ୍ଟିର ଶବ୍ଦ ଥିଲା। ଏହା ମଧ୍ୟ କୁହାଯାଏ ଯେ, ଘଣ୍ଟି ବଜାଇବା ଦ୍ବାରା ଓଁକାର ମନ୍ତ୍ରର ଉଚ୍ଚାରଣ ପୂର୍ଣ୍ଣ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଘଣ୍ଟି ବଜାଇବା ଦ୍ବାରା ମୂର୍ତ୍ତିମାନଙ୍କରେ ଚେତନା ଜାଗ୍ରତ ହୁଏ ଏବଂ ପୂଜାର୍ଚ୍ଚନାର ପ୍ରଭାବ ବଢିଥାଏ।

ହନୁମାନ ବିବାହିତ ଥିଲେ ! ଜାଣନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମ…

ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅନେକ ଜାଣିଛନ୍ତି କି ହନୁମାନ ହେଉଛନ୍ତି ବାଳ ବ୍ରହ୍ମଚାରୀ । ତେଣୁ ବ୍ରହ୍ମଚାରୀ ପାଳନ କରିଥିବା ଲୋକମାନେ ହନୁମାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଆମେ ଅପଣଙ୍କୁ ଯଦି କହିବୁ ହନୁମାନ କୁମାର ନଥିଲେ, ସେ ବିବାହିତ ଥିଲେ ତେବେ ଆପଣଙ୍କୁ ଏହା ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ୟ୍ୟ ଲାଗିପାରେ । ଭାରତର ତେଲେଙ୍ଗାନାରେ ହନୁମାନଙ୍କର ବିବାହିତ ଜୀବନର ପ୍ରଥା ପ୍ରଚଳିତ । ତେଲେଙ୍ଗାନାର ଖମ୍ମାମ୍ ଜିଲ୍ଲାରେ ହନୁମାନ ଏବଂ ତା’ଙ୍କ ଧର୍ମପତ୍ନୀ ସୁବର୍ଚ୍ଚଳାଙ୍କର ଏକ ପୁରାତନ ମନ୍ଦିର ରହିଛି ।

ପରାସର ସାହିତ୍ୟରେ ମଧ୍ୟ ହନୁମାନଙ୍କର ବିବାହିତ ଜୀବନ ବିଷୟରେ ଲେଖାଯାଇଛି । ଏଠିକାର ଲୋକମାନେ ପ୍ରତି ବର୍ଷ ଜୈଷ୍ଠ ଶୁଭ ଦଶମୀରେ ହନୁମାନଙ୍କର ବିବାହ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । ସତକଥା ହେଉଛି ଅଧିକାଂଶ ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ୟ୍ୟ ଠାରୁ କମ୍ ନୁହେଁ । କାରଣ ହନୁମାନଙ୍କୁ ବାଳ ବ୍ରହ୍ମଚାରୀ କୁହାଯାଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ତାଙ୍କ ବିବାହ ପଛର କାହାଣୀ । କୁହାଯାଏ ଯେ, ହନୁମାନ ଅବିବାହିତ ନଥିଲେ ବଂର ବିବାହିତ । ତାଙ୍କର ବିବାହ ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା । ସାହିତ୍ୟ ଅନୁସାରେ ହନୁମାନ ସୂର୍ୟ୍ୟ ଦେବଙ୍କୁ ତାଙ୍କର ଗୁରୁଭାବେ ସ୍ବୀକାର କରିଥିଲେ । ସୂର୍ୟ୍ୟ ଦେବଙ୍କ ପାଖରେ ୯ଟି ଦିବ୍ୟ ବିଦ୍ୟା ରହିଥିଲା ।

ଏହି ସବୁ ବିଦ୍ୟାର ଜ୍ଞ୍ୟାନ ହନୁମାନ ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ । ୯ ଟି ଜ୍ଞ୍ୟାନ ମଧ୍ୟରୁ ସୂର୍ୟ୍ୟ ଦେବ ହନୁମାନଙ୍କୁ ୫ଟି ବିଦ୍ୟା ଦେଇଦେଇଥିଲେ କିନ୍ତୁ ଅନ୍ୟ ୪ଟି ବିଦ୍ୟା କେବଳ ବିବାହିତ ପୁଅ ମାନେ ହିଁ ଜାଣିପରିବେ । ହନୁମାନ ବ୍ରହ୍ମଚାରୀ ଥିଲେ ତେଣୁ ସୂର୍ୟ୍ୟ ଦେବଙ୍କୁ ଏହି ୪ଟି ବିଦ୍ୟା ଦେବା ପାଇଁ ଅସମର୍ଥ ହୋଇଥିଲେ । ଏହି ସମସ୍ୟାର ନିରାକାରଣ ପାଇଁ ସୂର୍ୟ୍ୟ ଦେବ ହନୁମାନଙ୍କୁ ବିବାହ ପାଇଁ ପରାର୍ଶମ ଦେଲେ । ତେଣୁ ବହୁତ ବୁଝାଇବା ପରେ ହନୁମାନ ବିବାହ ପାଇଁ ରାଜି ହୋଇଥିଲେ । ଯେତେବେଳେ ମନୁମାନ ବିବାହ ପାଇଁ ରାଜି ହୋଇ ଗଲେ ସେତେବେଳେ ତାଙ୍କ ଉପଯୁକ୍ତ ପାତ୍ରୀ ଖୋଜା ଗଲା ଏବଂ ସନ୍ଧାନ ଶେଷ ହେଲା ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ପାଖରେ ।

ସୂର୍ୟ୍ୟ ଦେବ କହିଲେ ତାଙ୍କ ପୁତ୍ରୀ ସୁବର୍ଚ୍ଚଳାଙ୍କ ତେଜ ଖୁବ୍ ଅଧିକ ଏହାକୁ କେବଳ ହନୁମାନ ତମେ ହିଁ ସମ୍ଭାଳି ପରିବ ତେଣୁ ମୋ ପୁତ୍ରୀ ହିଁ ତୁମ ପାଇଁ ଉପଯୁକ୍ତ । ଏହା ମଧ୍ୟ କହିଲେ ବିବାହର ତୁରନ୍ତ ସେ ପୁଣିଥରେ ତପସ୍ୟା ମଗ୍ନ ହୋଇଯିବେ ତେଣୁ ତୁମ ବ୍ରହ୍ମଚାର୍ୟ୍ୟ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ବିବାହ ପରେ ସୁବର୍ଚ୍ଚଳା ତପସ୍ୟାରେ ଲିନ ହୋଇଗଲେ ଏବଂ ହନୁମାନ ମଧ୍ୟ ସୂର୍ୟ୍ୟ ଦେବଙ୍କ ଠାରୁ ଅନ୍ୟ ୪ଟି ବିଦ୍ୟା ଶିକ୍ଷା କରିନେଲେ । ଏହି ପ୍ରକାରରେ ବିବାହ ପରେ ମଧ୍ୟ ହନୁମାନ ସର୍ବଦା ବ୍ରହ୍ମଚାରୀ ହୋଇ ରହିଛନ୍ତି ।

ଓଠ କଳା ପଡ଼ିଯାଉଛି କି ? ଆପଣାନ୍ତୁ ଏହି ଟିପ୍ସ…

ଭୁବନେଶ୍ଵର: ସୁସ୍ଥ ରହିବା ସହ ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଯୁବବର୍ଗ ଏଥିପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି। ଅନ୍ୟଙ୍କୁ ଆକର୍ଷିତ କରିବାକୁ ନିଜକୁ ସଜାଇଥାନ୍ତି। ଝିଅମାନେ ମେକ୍‌ଅପ୍‌କୁ ବହୁତ ଗୁରୁତ୍ୱ ଦେଇଥାନ୍ତି। ବିଶେଷ କରି ଓଠରେ ବିଭିନ୍ନ ରଙ୍ଗ ଓ ଫ୍ଲେବରର ଲିପ୍‌ଷ୍ଟିକ ଲଗାଇଥାନ୍ତି। ହେଲେ ଜୀବନରେ ଲୋକେ ଏମିତି କିଛି ଅଭ୍ୟାସ କରି ବସୁଛନ୍ତି ଯାହା ଦ୍ୱାରା ଓଠ କଳା ପଡି ଯାଉଛି। ଏହି ଅଭ୍ୟାସକୁ ଛାଡି ଦେଲେ ଓଠ ଆପେ ଆପେ ସୁନ୍ଦର ଦିଶିବ ଓ କୌଣସି ଲିପ୍‌ଷ୍ଟିକ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏପରି କିଛି ଅଭ୍ୟାସ ଯାହା ଓଠ କଳା ପଡିବାର କାରଣ।

ଓଠ କଳା ପଡିବାର କାରଣ

  • ଯଦି ସିଗାରେଟ୍‌ ଟାଣୁଛନ୍ତି ଶୀଘ୍ର ବନ୍ଦ କରନ୍ତୁ। ସିଗାରେଟ୍‌ରେ ଥିବା ନିକୋଟିନ୍‌ ଓଠକୁ କଳା ପକାଇ ଦେଇଥାଏ। ଏହାସହ କ୍ୟାନସର ଭଳି ମାରାତ୍ମକ ରୋଗରେ ପଡିବାର ଆଶଙ୍କା ବଢି ଯାଇଥାଏ। ଓଜନ କମିବାର ମଧ୍ୟ ଏକ କାରଣ ସିଗାରେଟ୍‌।
  • ଅଧିକ କଫି ପିଉଥିଲେ କମାଇ ଦିଅନ୍ତୁ। ଦିନକୁ ତିନି କପ୍‌ରୁ ଅଧିକ କଫି ପିଇବା ଓଠ ପାଇଁ କ୍ଷତିକାରକ। କାରଣ କଫିରେ ଥିବା କୈଫିନୋ ଓଠକୁ କଳା ପକାଇ ଦେଇଥାଏ।
  • ଅଧିକ ମାତ୍ରାରେ ଆଣ୍ଟି ବାୟୋଟିକ ଖାଇବା ଦ୍ୱାରା ଶରୀର ଉପରେ ପ୍ରଭାବ ପଡିଥାଏ। ଏହା ଧୀରେ ଧୀରେ ଓଠକୁ କଳା ପକାଇ ଦେଇଥାଏ।
  • ଅଧିକ କେମିକାଲ ଥିବା ଲିପ୍‌ବାମ୍‌ ବ୍ୟବହାର କରନ୍ତୁ ନାହିଁ। ଏହା ଓଠ କଳା ପଡିବାର କାରଣ ପାଲଟିବ। ଯଥା ସମ୍ଭବ କେମିକାଲ ଯୁକ୍ତ ଲିପ୍‌ବାମ୍‌ରୁ ଦୂରେଇ ରୁହନ୍ତୁ ଓ ପ୍ରାକୃତିକ ଜିନିଷର ବ୍ୟବହାର କରନ୍ତୁ।

ଓଠକୁ ପୁଣି ଗୋଲାପୀ କରିବାର ଘରୋଇ ଉପାୟ :

  • ବିଟ୍ ରସ : ବିଟରେ ପ୍ରାକୃତିକ ରଙ୍ଗ ଥାଏ ଯାହା ଓଠକୁ ଗୋଲାପୀ କରିଥାଏ । ଶୋଇବା ପୂର୍ବରୁ ବିଟର ରସକୁ ଓଠରେ ଲଗାନ୍ତୁ ଏବଂ ସକାଳେ ଓଠକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । 
  • ଲେମ୍ବୁ ଓ ମହୁ : ଲେମ୍ବୁର ବ୍ଲିଚିଙ୍ଗ୍ ଗୁଣ ଏବଂ ମହୁର ଆର୍ଦ୍ରତା ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ । ୧ ଚାମଚ ଲେମ୍ବୁ ରସରେ ୧ ଚାମଚ ମହୁ ମିଶାଇ ଓଠରେ ଲଗାନ୍ତୁ ଏବଂ ୧୫ ରୁ ୨୦ ମିନିଟ୍ ଛାଡ଼ି ଧୋଇ ନିଅନ୍ତୁ । ଏହି ଉପାୟକୁ ୨୦ ଦିନ ଧରି ଲଗାତାର କରନ୍ତୁ ଏବଂ ଫରକ ଜାଣନ୍ତୁ ।
  • ଆଲୋଭେରା ଜେଲ୍ : ଆଲୋଭେରା ଜେଲ୍ ଚର୍ମକୁ ଥଣ୍ଡା ରଖିବା ସହ ହଜିଯାଇଥିବା ରଙ୍ଗ ଫେରାଇ ଆଣିବାରେ ସହାୟକ ହୋଇଥାଏ । ଏଥିପାଇଁ ରାତି ସାରା ଓଠରେ ଆଲୋଭେରା ଜେଲ୍ ଲଗାଇ ଶୁଅନ୍ତୁ ସକାଳୁ ଏହାକୁ ଧୋଇନିଅନ୍ତୁ । 
  • ନଡ଼ିଆ ତେଲ ଓ ବାଦାମ ତେଲ : ଏହି ଦୁଇଟି ତେଲ ଓଠକୁ ପୋଷଣ ଦେବା ସହ କଳାପଣକୁ ମଧ୍ୟ ଦୂର କରିଥାଏ । ରାତିରେ ବିଛଣାକୁ ଯିବା ପୂର୍ବରୁ ଏ ଦୁଇଟି ତେଲ ମଧ୍ୟରୁ ଯେକୌଣସି ବି ତେଲ ନେଇ ଓଠରେ ମାଲିସ୍ କରିପାରିବେ । 
  • ମହୁ ଏବଂ ଚିନି : ମୃତ ଚର୍ମକୁ ସତେଜ ଏବଂ ନରମ କରିବାର ଶକ୍ତି ରଖେ ମହୁ ଏବଂ ଚିନିର ସ୍କ୍ରବ୍ । ଅଳ୍ପ ଚିନିରେ ମହୁ ମିଶାଇ ଓଠରେ ହାଲକା ମାଲିସ୍ କରନ୍ତୁ । ସପ୍ତାହରେ ୨ ରୁ ୩ ଥର ଏମିତି କଲେ ଫରକ ଜାଣିପାରିବେ ।