
ଭୁବନେଶ୍ଵର: ଆମମାନଙ୍କ ମଧ୍ୟରୁ ଅନେକ ଜାଣିଛନ୍ତି କି ହନୁମାନ ହେଉଛନ୍ତି ବାଳ ବ୍ରହ୍ମଚାରୀ । ତେଣୁ ବ୍ରହ୍ମଚାରୀ ପାଳନ କରିଥିବା ଲୋକମାନେ ହନୁମାନଙ୍କୁ ପୂଜା କରିଥାନ୍ତି । କିନ୍ତୁ ଆମେ ଅପଣଙ୍କୁ ଯଦି କହିବୁ ହନୁମାନ କୁମାର ନଥିଲେ, ସେ ବିବାହିତ ଥିଲେ ତେବେ ଆପଣଙ୍କୁ ଏହା ଶୁଣିବା ପରେ ନିଶ୍ଚୟ ଆଶ୍ଚର୍ୟ୍ୟ ଲାଗିପାରେ । ଭାରତର ତେଲେଙ୍ଗାନାରେ ହନୁମାନଙ୍କର ବିବାହିତ ଜୀବନର ପ୍ରଥା ପ୍ରଚଳିତ । ତେଲେଙ୍ଗାନାର ଖମ୍ମାମ୍ ଜିଲ୍ଲାରେ ହନୁମାନ ଏବଂ ତା’ଙ୍କ ଧର୍ମପତ୍ନୀ ସୁବର୍ଚ୍ଚଳାଙ୍କର ଏକ ପୁରାତନ ମନ୍ଦିର ରହିଛି ।
ପରାସର ସାହିତ୍ୟରେ ମଧ୍ୟ ହନୁମାନଙ୍କର ବିବାହିତ ଜୀବନ ବିଷୟରେ ଲେଖାଯାଇଛି । ଏଠିକାର ଲୋକମାନେ ପ୍ରତି ବର୍ଷ ଜୈଷ୍ଠ ଶୁଭ ଦଶମୀରେ ହନୁମାନଙ୍କର ବିବାହ ଖୁବ୍ ଧୁମଧାମରେ ପାଳନ କରିଥାନ୍ତି । ସତକଥା ହେଉଛି ଅଧିକାଂଶ ଲୋକଙ୍କ ପାଇଁ ଏହା କୌଣସି ଆଶ୍ଚର୍ୟ୍ୟ ଠାରୁ କମ୍ ନୁହେଁ । କାରଣ ହନୁମାନଙ୍କୁ ବାଳ ବ୍ରହ୍ମଚାରୀ କୁହାଯାଇଥାଏ । ଆସନ୍ତୁ ଜାଣିବା କ’ଣ ରହିଛି ତାଙ୍କ ବିବାହ ପଛର କାହାଣୀ । କୁହାଯାଏ ଯେ, ହନୁମାନ ଅବିବାହିତ ନଥିଲେ ବଂର ବିବାହିତ । ତାଙ୍କର ବିବାହ ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ସହିତ ହୋଇଥିଲା । ସାହିତ୍ୟ ଅନୁସାରେ ହନୁମାନ ସୂର୍ୟ୍ୟ ଦେବଙ୍କୁ ତାଙ୍କର ଗୁରୁଭାବେ ସ୍ବୀକାର କରିଥିଲେ । ସୂର୍ୟ୍ୟ ଦେବଙ୍କ ପାଖରେ ୯ଟି ଦିବ୍ୟ ବିଦ୍ୟା ରହିଥିଲା ।
ଏହି ସବୁ ବିଦ୍ୟାର ଜ୍ଞ୍ୟାନ ହନୁମାନ ପ୍ରାପ୍ତ କରିବା ପାଇଁ ଚାହୁଁଥିଲେ । ୯ ଟି ଜ୍ଞ୍ୟାନ ମଧ୍ୟରୁ ସୂର୍ୟ୍ୟ ଦେବ ହନୁମାନଙ୍କୁ ୫ଟି ବିଦ୍ୟା ଦେଇଦେଇଥିଲେ କିନ୍ତୁ ଅନ୍ୟ ୪ଟି ବିଦ୍ୟା କେବଳ ବିବାହିତ ପୁଅ ମାନେ ହିଁ ଜାଣିପରିବେ । ହନୁମାନ ବ୍ରହ୍ମଚାରୀ ଥିଲେ ତେଣୁ ସୂର୍ୟ୍ୟ ଦେବଙ୍କୁ ଏହି ୪ଟି ବିଦ୍ୟା ଦେବା ପାଇଁ ଅସମର୍ଥ ହୋଇଥିଲେ । ଏହି ସମସ୍ୟାର ନିରାକାରଣ ପାଇଁ ସୂର୍ୟ୍ୟ ଦେବ ହନୁମାନଙ୍କୁ ବିବାହ ପାଇଁ ପରାର୍ଶମ ଦେଲେ । ତେଣୁ ବହୁତ ବୁଝାଇବା ପରେ ହନୁମାନ ବିବାହ ପାଇଁ ରାଜି ହୋଇଥିଲେ । ଯେତେବେଳେ ମନୁମାନ ବିବାହ ପାଇଁ ରାଜି ହୋଇ ଗଲେ ସେତେବେଳେ ତାଙ୍କ ଉପଯୁକ୍ତ ପାତ୍ରୀ ଖୋଜା ଗଲା ଏବଂ ସନ୍ଧାନ ଶେଷ ହେଲା ସୂର୍ୟ୍ୟ ଦେବଙ୍କ ପୁତ୍ରୀଙ୍କ ପାଖରେ ।
ସୂର୍ୟ୍ୟ ଦେବ କହିଲେ ତାଙ୍କ ପୁତ୍ରୀ ସୁବର୍ଚ୍ଚଳାଙ୍କ ତେଜ ଖୁବ୍ ଅଧିକ ଏହାକୁ କେବଳ ହନୁମାନ ତମେ ହିଁ ସମ୍ଭାଳି ପରିବ ତେଣୁ ମୋ ପୁତ୍ରୀ ହିଁ ତୁମ ପାଇଁ ଉପଯୁକ୍ତ । ଏହା ମଧ୍ୟ କହିଲେ ବିବାହର ତୁରନ୍ତ ସେ ପୁଣିଥରେ ତପସ୍ୟା ମଗ୍ନ ହୋଇଯିବେ ତେଣୁ ତୁମ ବ୍ରହ୍ମଚାର୍ୟ୍ୟ ଉପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ବିବାହ ପରେ ସୁବର୍ଚ୍ଚଳା ତପସ୍ୟାରେ ଲିନ ହୋଇଗଲେ ଏବଂ ହନୁମାନ ମଧ୍ୟ ସୂର୍ୟ୍ୟ ଦେବଙ୍କ ଠାରୁ ଅନ୍ୟ ୪ଟି ବିଦ୍ୟା ଶିକ୍ଷା କରିନେଲେ । ଏହି ପ୍ରକାରରେ ବିବାହ ପରେ ମଧ୍ୟ ହନୁମାନ ସର୍ବଦା ବ୍ରହ୍ମଚାରୀ ହୋଇ ରହିଛନ୍ତି ।