
ଭୁବନେଶ୍ଵର: ବେଶ୍ କିଛି ଦିନ ବ୍ୟବଧାନରେ ପୁଣି ଓଡ଼ିଶାକୁ ଫେରିଛି ମହାମାରୀ କୋରୋନା । ରାଜଧାନୀ ଭୁବନେଶ୍ବରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପୂର୍ବ ଲହରରେ ଏହି ଭାଇରସ ଦୁର୍ବଳ ଇମ୍ୟୁନିଟି ଲୋକଙ୍କୁ ସବୁଠୁ ଅଧିକ ଆକ୍ରାନ୍ତ କରିଥିଲା । କିନ୍ତୁ ବର୍ତ୍ତମାନର ମୁଣ୍ଡ ଟେକିଥିବା ଭାଇରସର ଭୟ ଛୁଆ, ବୟସ୍କ ଓ ଦୁର୍ବଳ ଇମ୍ୟୁନ ଥିବା ଲୋକଙ୍କ ସଂକ୍ରମିତ କରିବାର ଆଶଙ୍କା ରହିଛି ।ଏହି ଭାଇରସରୁ ବର୍ତ୍ତିବା ପାଇଁ ଷ୍ଟ୍ରଙ୍ଗ ଇମ୍ୟୁନିଟି ବେଶ ଜରୁରୀ । ଛିଙ୍କିବା, ଜ୍ୱର, ଗଳା ବଥା, ଦେହ ହାତ ଫଳିବା ଏହି ରୋଗର ଲକ୍ଷଣ । ଏହି ରୋଗର ଲକ୍ଷଣ ନିମୋନିଆ ଭଳି ।
ଏଥିରୁ ବର୍ତ୍ତିବା ପାଇଁ ଡାଏଟ ଓ ଲାଇଫଷ୍ଟାଇଲ ଉପରେ ଧ୍ୟାନ ରଖିବା ବେଶ ଜରୁରୀ । ତେବେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ଚାହୁଁଥିଲେ ତୁରନ୍ତୁ ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ । କିନ୍ତୁ ଡାଏଟରେ ଭିଟାମିନ ସି ନିହାତି ସାମିଲ କରନ୍ତୁ । ଭିଟାମିନ ସି ପାଇଁ ଆପଣ କମଳା, ଲେମ୍ୱୁ, ପିଜୁଳି, କୋବି ଓ ଅଁଳା ଖାଇପାରିବେ । ଏହି ଫଳ ଇମ୍ୟୁନିଟି ମଜବୁତ କରିବା ସହ ଶରୀରକୁ ହେଲଦି ରଖିବ । ଜିଙ୍କ ଓ ଆଣ୍ଟିଅକ୍ସିଡାଣ୍ଟ ବି ବେଶ ଜରୁରୀ । ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଓ ରୋଗରୁ ମୁକ୍ତି ପାଇଁ ଜିଙ୍କ ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ସେବନ କରନ୍ତୁ । ଡାଏଟରେ କଖାରୁ ମଞ୍ଜି, ବାଦାମ ଓ ଡାଲି ଖାଆନ୍ତୁ । ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଖାଦ୍ୟ ଯେପରିକି ବ୍ଲୁବେରୀ, ଷ୍ଟ୍ରବେରୀ, ଟମାଟର ଓ ସବୁଜ ପତ୍ରଯୁକ୍ତ ପନିପରିବା ଖାଆନ୍ତୁ ।
ପ୍ରୋଟିନ ଡାଏଟ ନିଅନ୍ତୁ ଓ ଶରୀରକୁ ଡିହ୍ରାଇଡେଟ ରଖନ୍ତୁ । ଡାଏଟରେ ପ୍ରୋଟିନ ସେବନ ବଡାନ୍ତୁ । ସର୍ଦ୍ଦିରେ ପ୍ରୋଟିନରେ ଭରପୂର ଖାଦ୍ୟ ଅଣ୍ଡା, ଡାଲି ଓ ଦହି ଖାଆନ୍ତୁ । ଏସବୁ ଖାଦ୍ୟ ଶୀରରକୁ ଏନର୍ଜି ଦେବ ଓ ଶରୀରକୁ ସୁସ୍ଥ ରଖିବ । ଶୀତଦିନେ ଶରୀରକୁ ହାଇଡ୍ରେଟ ରଖନ୍ତୁ । ଏଥିପାଇଁ ଗରମ ପାଣି ପିଅନ୍ତୁ । ଗ୍ରିନ ଟି ଓ ତୁଳସୀ ଚାହା ପିଅନ୍ତୁ । ଏହି ଡ୍ରିଙ୍କ୍ସ ଶରୀରକୁ ହାଇଡ୍ରେଟ ରଖିବା ସହ ଇମ୍ୟୁନିଟି ମଧ୍ୟ ଦେବ । ସୁପ୍, ହର୍ବାଲ ଟି ଓ ଗରମ ପାଣି ପିଅନ୍ତୁ । ଏହା ଗଳାକୁ ଆରାମ ଦେବାରେ ସାହାଯ୍ୟ କରିବ । ପ୍ରୋବାୟୋଟିକ ଫୁଡ୍ ବି ଶରୀର ପାଇଁ ନିହାତି ଜରୁରୀ ।
କରୋନା ଭାଇରସରୁ ବର୍ତ୍ତିବା ପାଇଁ ଆପଣ ଡାଏଟରେ ଦହି ଓ କିମଚି ଭଳି ଖାଦ୍ୟ ଖାଇପାରିବେ । ଏସବୁ ଇମ୍ୟୁନିଟି ବୁଷ୍ଟ କରେ ଓ ଶରୀରକୁ ସୁସ୍ଥ ରଖେ । ଶରୀର ପାଇଁ ଆଣ୍ଟି-ଇନଫ୍ଲାମେଣ୍ଟରୀ ଡାଏଟି ବି ଆବଶ୍ୟକ । କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ଡାଏଟରେ ହଳଦୀ କ୍ଷୀର ସେବନ କରିପାରିବେ । ଅଦା ଚାହା ମଧ୍ୟ ବେଶ ଲାଭକାରୀ । ତେବେ ତେଲିଆ ଜିନିଷ, ମସଲା ଖାଦ୍ୟ, ପ୍ରୋସେସ ଫୁଡ, ସୁଗାର ଜାତୀୟ ଖାଦ୍ୟ ସେବନଠୁ ଦୂରରେ ରୁହନ୍ତୁ ।