November 4, 2025

ଦୀଘା ଜଗନ୍ନାଥ ମନ୍ଦିର ଏକ ପର୍ଯ୍ୟଟନସ୍ଥଳୀ ହୋଇପାରେ କିନ୍ତୁ ଜଗନ୍ନାଥ ଧାମ ହୋଇପାରିବନି

ପୁରୀ: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ପାଇଛି ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ଦୀଘା ମନ୍ଦିରକୁ ନେଇ ଦେଖିବାକୁ ମିଳୁଛି ଅନେକ ଅସନ୍ତୋଷ । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଦୀଘା ସମୂଦ୍ରକୂଳବର୍ତ୍ତୀ ଅଞ୍ଚଳ, ପୁରୀରୁ ପ୍ରାୟ ୩୫୦ କିଲୋମିଟର ଦୂର, ୨୪ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ମମତା ସରକାର ନିର୍ମାଣ କରିଛନ୍ତି ଏକ ନୂଆ ଜଗନ୍ନାଥ ମନ୍ଦିର । ପୁରୀ ମନ୍ଦିର ନହେଲେ ମଧ୍ୟ ଅବିକଳ ପୁରୀ ମନ୍ଦିର ପରି ଦେଖାଯାଉଛି ଏହି ମନ୍ଦିରଟି ।

ଦୀଘା ମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଦେବୀ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ୨୧୩ ଫୁଟ ଉଚ୍ଚ ଏହି ମନ୍ଦିରଟି ବିଶ୍ୱ ପ୍ରସିଦ୍ଧ ପୁରୀ ମନ୍ଦିରର ଏକ ପ୍ରତିକୃତି । ଏଥିସହିତ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ବାଲିପଥରରେ ମଧ୍ୟ ନିର୍ମିତ ହୋଇଛି ଏହି ମନ୍ଦିରଟି । ୨୦୧୯ ମସିହାରେ ଏହି ମନ୍ଦିର ନେଇ ଘୋଷଣା କରିଥିଲେ ମମତା । ପଶ୍ଚିମବଙ୍ଗ ହାଉସିଂ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଦ୍ୱାରା ତଦାରଖ କରାଯାଇ ୨୦୨୨ ମେ ମାସରେ ଏହି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଅକ୍ଷୟ ତୃତୀୟା ଅବସରରେ ଏହାକୁ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ସରକାର । ତେବେ ଜଗନ୍ନାଥଧାମ ନାମକରଣକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ଏଥିସହିତ ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ବିରୋଧର ହୋଇଛି ।

ସେବାୟତଙ୍କ କହିବାନୁଯାୟୀ, ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ । ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି । କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ ବୋଲି ସେବାୟତଙ୍କର ଦାବି ରହିଛି । ସେପଟେ ପୁରୀ ମନ୍ଦିରର ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମରେ କେବଳ ଚାରୋଟି ଧାମ ଅଛି – ବଦ୍ରିନାଥ, ଦ୍ୱାରକା, ପୁରୀ ଏବଂ ରାମେଶ୍ୱରମ୍ । ଏଥିସହିତ  ଦୀଘା ମନ୍ଦିରର ମୂର୍ତ୍ତିଗୁଡ଼ିକ ପଥରରେ ତିଆରି, ଯାହା ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ହୋଇପାରିବ ନାହିଁ ।

ସେହିପରି ପୁରୀ ସେବକମାନଙ୍କର କହିବାନୁଯାୟୀ, ବଙ୍ଗଳା ପର୍ଯ୍ୟଟକ ଏବଂ ଭକ୍ତଙ୍କ ପାଇଁ ଦୀଘା ମନ୍ଦିର ପୁରୀର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇପାରେ । ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ବଡ ଅଂଶ ପଶ୍ଚିମବଙ୍ଗରୁ ଆସିଥାନ୍ତି । ଆଉ ସେଠି ଜଗନ୍ନାଥ ମନ୍ଦିର ହେଲେ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି ।

ପ୍ରକାଶ ପାଇଲା ମାଟ୍ରିକ୍ ଫଳାଫଳ, ଚଳିତବର୍ଷ ୯୪.୯୩ % ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ୍ ଫଳାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି। ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଘୋଷଣା କରିଛନ୍ତି।  ଛାତ୍ରଛାତ୍ରୀମାନେ  bseodisha.ac.in  ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ।  SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ। ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ମେସେଜ୍ କରନ୍ତୁ ।  ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍‌ ଓ୍ବେବ୍‌ସାଇଟରୁ ନିଜ ନିଜର ପରୀକ୍ଷା ଫଳ ଦେଖିପାରିବେ।  ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେସାଇଟ୍ ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ।

ଚଳିତ ବର୍ଷ ୯୪.୯୩ % ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ମୋଟ ୪,୮୪,୮୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ରାଜ୍ୟରେ ମୋଟ୍‌ ୨, ୪୦, ୯୫୧ଜଣ ଛାତ୍ର ମାଟ୍ରିକ୍‌ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।  ଯାହାକି ସେମାନଙ୍କ ପାସ୍‌ ହାର ୯୪ ପ୍ରତିଶତ ରହିଛି । ସେହିପରି ୨, ୪୪, ୬୧୨ ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଆଉ ଛାତ୍ରୀ ମାନଙ୍କ ପାସ୍‌ ହାର ୯୯ ପ୍ରତିଶତ ରହିଛି ବୋଲି ସୂଚନା ଦିଆଯାଇଛି ।

ଏ-୧ ଗ୍ରେଡରେ ମୋଟ ୧୮୧୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିଭଳି ଏ-୨ ଗ୍ରେଡରେ ମୋଟ ୧୨, ୨୦୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ବି-୧ ରେ ୩୮,୮୩୧ ଜଣ ପିଲା ପାସ୍‌ କରିଥିବା ବେଳେ ବି-୨ରେ ୮୪,୯୭୧ ଜଣ ପାସ୍ କରିଛନ୍ତି । ସେହିପରି ସି ଗ୍ରେଡରେ ୧,୩୩,୮୨୨ ଜଣ ପିଲା ପାସ୍‌ କରିଛନ୍ତି । ଡି ଗ୍ରେଡରେ ୧,୪୦,୧୫୪ ଏବଂ ଇ ଗ୍ରେଡରେ ୬୭,୦୧୩ ପିଲା ରହିଛନ୍ତି । କୌଣସି ବିଦ୍ୟାଳୟରେ ୦ ରେଜଲ୍ଟ ହୋଇନାହିଁ । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଛି  । ୧୭,୩୮୪ ଜଣ ଚଳିତବର୍ଷ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇନାହାଁନ୍ତି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ମୋଟ ୫ ଲକ୍ଷ ୨ ହଜାର ୪୧୭ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ମାତ୍ର ୨ ହଜାର ନିବେଶ କରି ଆପଣ ପାଇ ପାରିବେ ଦେଢ ଲକ୍ଷ

ଭୁବନେଶ୍ଵର: ପୋଷ୍ଟ ଅଫିସ ସ୍କିମ୍‌ ଏକ ସୁରକ୍ଷିତ, ସରକାର-ସମର୍ଥିତ ଏବଂ ସ୍ଥିର ରିଟର୍ଣ୍ଣ ଯୋଜନା । ଯାହା ଛୋଟ ନିବେଶକଙ୍କ ପାଇଁ ଭଲ ବିକଳ୍ପ। ଯଦି ଆପଣ ସୁରକ୍ଷିତ ଏବଂ ସ୍ଥିର ରିଟର୍ଣ୍ଣ ସହିତ ଏକ ନିବେଶ ବିକଳ୍ପ ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସ ରିକରିଂ ଡିପୋଜିଟ୍ ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ବିଶେଷକରି ଯେତେବେଳେ ଆପଣ ପ୍ରତି ମାସରେ ୨୦୦୦ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ, ଏହି ଯୋଜନା ଆପଣଙ୍କୁ ୫ ବର୍ଷ ମଧ୍ୟରେ ଭଲ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦିଏ – ତାହା ମଧ୍ୟ ସରକାରୀ ସମର୍ଥିତ ସୁରକ୍ଷା ସହିତ। 

ପୋଷ୍ଟ ଅଫିସ ରିକରିଂ ଡିପୋଜିଟ୍ ସ୍କିମ୍ ଏକ ମାସିକ ନିବେଶ ଯୋଜନା ଯେଉଁଥିରେ ଜଣେ ସର୍ବନିମ୍ନ ୧୦୦ରୁ ଆରମ୍ଭ କରିପାରିବେ। ଏହି ଯୋଜନା ମୁଖ୍ୟତଃ ସେହି ଲୋକଙ୍କ ପାଇଁ ପ୍ରସ୍ତୁତ ଯେଉଁମାନେ ନିୟମିତ ଭାବରେ ଛୋଟ ସଞ୍ଚୟ କରିବାକୁ ଚାହାଁନ୍ତି ଏବଂ ଦୀର୍ଘକାଳୀନ ଭାବରେ ଏକ ବଡ଼ ପାଣ୍ଠି ସୃଷ୍ଟି କରିବାକୁ ଚାହାଁନ୍ତି। ଏହି ଯୋଜନାର ଅବଧି ୫ ବର୍ଷ ଏବଂ ସୁଧ ତ୍ରୈମାସିକ ଚକ୍ରୀକରଣ ଆଧାରରେ ପ୍ରଦାନ କରାଯାଏ । ଯଦି ଜଣେ ନିବେଶକ ଏହି ଯୋଜନାରେ ପ୍ରତି ମାସରେ ୨୦୦୦ ଜମା କରନ୍ତି, ତେବେ ୫ ବର୍ଷ ଶେଷରେ ତାଙ୍କୁ ପ୍ରାୟ ୧,୪୨,୭୩୨ ପରିପକ୍ୱତା ରାଶି ମିଳିବ । ଏହି ସଂଖ୍ୟା ସେହି ନିବେଶକମାନଙ୍କ ପାଇଁ ବହୁତ ପ୍ରାସଙ୍ଗିକ ଯେଉଁମାନେ ବଜାର ବିପଦରୁ ଦୂରରେ ରହି ନିଶ୍ଚିତ ଆୟ ଚାହାଁନ୍ତି।

ଏହି ଯୋଜନାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ସରକାରଙ୍କ ଦ୍ୱାରା ସମର୍ଥିତ, ଯାହାର ଅର୍ଥ ଏଥିରେ ନିବେଶ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହା ସହିତ, ଏଥିରେ କୌଣସି ପ୍ରକାରର ବଜାର ବିପଦ ନାହିଁ, ଯାହା ଏହାକୁ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ସେୟାର ବଜାର ଅପେକ୍ଷା ଅଧିକ ସ୍ଥିର କରିଥାଏ। ଏହା ବ୍ୟତୀତ, ଯଦି ଆପଣ ସମୟ ପୂର୍ବରୁ ଟଙ୍କାର ଆବଶ୍ୟକତା ଅନୁଭବ କରନ୍ତି, ତେବେ ଆପଣ ୧୨ଟି କିସ୍ତି ଜମା କରିବା ପରେ ମଧ୍ୟ ଋଣ ପାଇପାରିବେ। ୩ ବର୍ଷ ପରେ ଆଂଶିକ ପ୍ରତ୍ୟାହାରର ସୁବିଧା ମଧ୍ୟ ଉପଲବ୍ଧ। ସୁଧ ତ୍ରୈମାସିକ ଆଧାରରେ ଗଣନା କରାଯାଏ, ଯାହା ଚକ୍ରବୃଦ୍ଧି ସୁଧର ଲାଭ ଦିଏ।

୨ ରାଶିର ଦୁର୍ଲଭ ଯୋଗ, ମେ ୧୪ରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ!

ଭୁବନେଶ୍ଵର: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଚଳିତ ମାସ ୧୪ ତାରିଖରେ ଦେବଗୁରୁ ବୃହସ୍ପତି ସକାଳ ୧୦ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଚଳନ କରିବେ। ଗୋଟିଏ ରାଶିରେ ଶନି-ବୃହସ୍ପତିଙ୍କ ମିଳନ ଗୁରୁ ଅତିଚାରି ଯୋଗ ବା ଶନି-ଗୁରୁ ୟୁତି ଯୋଗ ସୃଷ୍ଟି କରୁଛି। ଏହି ଗୁରୁ ଅତିଚାରି ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯଦି ଜାତକରେ ଶନି ଓ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ସମସ୍ତ ସୁଖ ସମୃଦ୍ଧିର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଶନି-ବୃହସ୍ପତିଙ୍କ ଚଳନ କେଉଁସବୁ ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ।

ବୃଷ ରାଶି: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ବୃଷ ରାଶିର ଲୋକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ବହୁ ଦିନ ଧରି ପଡି ରହିଥିବା କାର୍ଯ୍ୟ ଓ ଇଚ୍ଛା ପୂରଣ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ହେବାକୁ ଯାଉଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଧନ ଏବଂ ସମୃଦ୍ଧିରେ ଦ୍ରୁତ ବୃଦ୍ଧି ହେବ ।

କର୍କଟ ରାଶି: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କର୍କଟ ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଜମି, କୋଠା ଏବଂ ଯାନବାହାନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଅପାର ସଫଳତା ମିଳିବ । ଚାକିରି କରୁଥିବା ବ୍ୟକ୍ତଙ୍କୁ ବରିଷ୍ଠ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ ଯାହାକି ଆପଣଙ୍କ ଲାଗି ଲାଭଦାୟକ ହେବ ।

ତୁଳା ରାଶି: ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ତୁଳା ରାଶି ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଯାଉଛି । ଆଧ୍ୟତ୍ମିକତା ପ୍ରତି ଆକର୍ଷିତ ହେବେ । ଯାହା ଯୋଗୁଁ ଆପଣ ଅନେକ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ବ୍ୟବସାୟରେ ଆପଣଙ୍କୁ ଏକ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ମକର ରାଶି: ସେହିପରି ମକର ରାଶିରେ ସକାରାତ୍ମକ ପ୍ରଭାବ ପଡିବ । ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବୃଦ୍ଧି ପାଇବ । ହଠାତ୍ ଆର୍ଥିକ ଲାଭର ସମ୍ଭାବନା ରହିବ । ଆପଣଙ୍କ ପିଲାମାନଙ୍କଠାରୁ କିଛି ଭଲ ଖବର ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ବଡ ଲାଭ ପାଇବେ ।

ଏମିତି ଏକ ଗାଁ; ଭାରତରେ ଖାଆନ୍ତି, ମିଆଁମାରରେ ଶୁଅନ୍ତି

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ରେଳ ଷ୍ଟେସନ କିମ୍ବା ସ୍ଥାନ ଅଛି ଯାହା ଦୁଇଟି ଭିନ୍ନ ରାଜ୍ୟର ଅଂଶ ଅଟେ । ଏହି ସ୍ଥାନଗୁଡିକର ଅଧା ଅଞ୍ଚଳ ଗୋଟିଏ ରାଜ୍ୟରେ ଥିବାବେଳେ ଅନ୍ୟ କିଛି ଅଞ୍ଚଳ ଅନ୍ୟ ରାଜ୍ୟରେ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଗାଁ ଅଛି ଯାହା ଭାରତ ବ୍ୟତୀତ ଅନ୍ୟ ଏକ ଦେଶର ମଧ୍ୟ ଅଂଶ ଅଟେ? ଯେଉଁ କାରଣରୁ ସେଠାରେ ବସବାସ କରୁଥିବା ଲୋକମାନଙ୍କର ଦ୍ୱିଦେଶ ନାଗରିକତା ଅଛି । ଏହି ଗ୍ରାମରେ ଅନନ୍ୟ ଜନଜାତି ନିଜର ଜୀବନ ଜାପନ କତନ୍ତି । ବର୍ତ୍ତମାନ । ସନ୍ତୁ ଜାଣିବା ଆଗରତ ଏହି ନିାରା ଗାଁ ବିଷୟରେ । ଯେଉଁଠାରେ ଦୁଇଟି ଦେଶର ଅଂଶ ରହିଛି ।

ଭାରତର ନାଗାଲାଣ୍ଡରେ ଅବସ୍ଥିତ ଏକ ଗାଁ,ଯାହାର ନାମ ହେଉଛି ଲୋଙ୍ଗୱା (Longwa village) ଯାହାର କିଛି ଅଶଂ ମିଁଆମାରରେ ରହିଛି । ନାଗାଲାଣ୍ଡର ଏହି ଗାଁ ତାର ଅନନ୍ୟ ବିଶେଷତ୍ତ୍ୱ ପାଇଁ ବେଶ୍ ପ୍ରସିଦ୍ଧ । ଏହି ଗାଁରେ କୋନିଆକ୍ (Konyak tribe) ଜନଜାତି ର ଲୋକେ ବସବାସ କରନ୍ତି । ଏହି ଗ୍ରାମ ଭାରତ ସହିତ ମିଆଁମାରର ମଧ୍ୟ ଅଂଶ ଅଟେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସୀମା ସେପଟ ଗାଁର ମୁଖିଆ ଏବଂ ଜନଜାତିର ମୁଖ୍ୟ ଅର୍ଥାତ୍ ରାଜାଙ୍କ ଘର ଦେଇ ଯାଇଥାଏ। ଏହି କାରଣରୁ କୁହାଯାଏ ଯେ ମିଆଁମାରର ରାଜା ନିଜ ଘରେ ଖାଆନ୍ତି ଏବଂ ଭାରତରେ ଶୁଅନ୍ତି ।

ରିପୋର୍ଟ ଅନୁଯାୟୀ, ରାଜାଙ୍କୁ ‘ଅଙ୍ଘ’ (Angh) କୁହାଯାଏ,ଯାହାର ୬୦ ଜଣ ପତ୍ନୀ ଅଛନ୍ତି। ତେବେ ରାଜା ‘ଅଙ୍ଘ’ ନିଜ ଗ୍ରାମ ବ୍ୟତୀତ ସେ ମିଆଁମାର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ୧୦୦ ଟି ଗାଁର ରାଜା ଅଟନ୍ତି। ତେବେ ଏହି କୋନିଆକ୍ ଜନଜାତିଙ୍କୁ ହେଡହଣ୍ଟର୍ ବୋଲି କୁହାଯାଉଥିଲା । କାରଣ ଏହି ଜନଜାତିର ଲୋକମାନେ ପରସ୍ପରର ମୁଣ୍ଡ କାଟି ନେଇ ନେଇ ନିଜ ଘରେ ସଜାଉଥିଲେ । କିନ୍ତୁ ୧୯୬୦ ମସିହାରୁ ଯେତେବେଳେ ଏହି ଗ୍ରାମରେ ଖ୍ରୀଷ୍ଟିଆନ ଧର୍ମର ଲୋକେ ରହିବାକୁ ଲାଗିଲେ ତାହା ପରଠାରୁ ଏହି ପ୍ରଥାକୁ ଧୀରେ ଧୀରେ ଶେଷ କରି ଦିଆଗଲା । ଏହି ଲୋଙ୍ଗୱା ଗାଁରେ ପ୍ରାୟ ୭୦୦ ଘର ଅଛି ଏବଂ ଏହି କୋନିଆକ୍ ଜନଜାତିର ଜନସଂଖ୍ୟା ଅନ୍ୟ ଜନଜାତିଙ୍କ ଅପେକ୍ଷା ଅଧିକ ରହିଛି ।

କନିଆକ୍ ଲୋକମାନେ ସେମାନଙ୍କ ମୁହଁରେ ଏବଂ ଶରୀରର ଅନ୍ୟ ଅଙ୍ଗରେ ଟାଟୁ ତିଆରି କରନ୍ତି । ଯାହା ସେମାନଙ୍କୁ ଅନ୍ୟ ଆଦିବାସୀମାନଙ୍କଠାରୁ ଭିନ୍ନ କରିଥାଏ । ଟାଟୁ ଏବଂ ହେଡହଣ୍ଟିଂ ସେମାନଙ୍କର ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତେବେ ଜନଜାତିର ରାଜାଙ୍କ ପୁଅ ମିଆଁମାର ସେନାରେ ନିଯୁକ୍ତ । ତେବେ ଏଠାରେ ବସବସାସ କରୁଥିବା ଲୋକମାନଙ୍କର ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ-ଭିସାର ଆବଶ୍ୟକତା ପଡେନାହିଁ। ଏତତ୍ ବ୍ୟତୀତ କନିଆକ୍ ଜନଜାତିର ଲୋକେ ନାମିସ ଭାଷା କହିଥାନ୍ତି । ଯାହାକି ନାଗା ଏବଂ ଆସାମ ଭାଷା ଦ୍ୱାରା ଗଠିତ ।

ଆଜି ଆସିବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ଵର: ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ଫଳ । ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ । www.bseodisha.ac.in ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ସବୁଠାରୁ ବଡ଼ କଥା ହେଉଛି, ଯେଉଁଠାରେ ଇଣ୍ଟରନେଟ ସୁବିଧା ନଥିବ, ସେଠାରେ ନିଜର ମୋବାଇଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଜାଣି ପାରିବେ । ମୋବାଇଲ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ହେଲେ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବର ଲେଖି 5676750କୁ ଟାଇପ କଲେ ରେଜଲ୍ଟ ଜାଣିପାରିବେ ।

ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍‌ ଓ୍ବେବ୍‌ସାଇଟ୍ www.bseodisha.ac.in , www.orissaresults.nic.in ରେ  ନିଜ ନିଜର ପରୀକ୍ଷା ଫଳ ଦେଖିପାରିବେ। ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓ୍ବେସାଇଟ୍ ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ। ଏହାସହ ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ।

ତେବେ ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇଥିଲା। ୩୦ ଜିଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ଟି ନୋଡାଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଥିଲା। ସବୁ ସେଣ୍ଟରରେ ସିସିଟିଭି ଲାଗିଥିବା ବେଳେ ୬୦୦ ସେଣ୍ଟରରେ ଲାଇଟ୍‌ ବ୍ୟବସ୍ଥା କରାଯାଇଥିଲା। ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କେଦାରନାଥ ଧାମ

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା କେଦାରନାଥ ଧାମ । ଏକାଠି ହେଲେ ଭକ୍ତ ଓ ଭଗବାନ । ଆକାଶମାର୍ଗରୁ ଶ୍ରଦ୍ଧାଳୁଙ୍କ ଉପରେ ହେଲା ଫୁଲ ବର୍ଷା । ଆଜି ସକାଳୁ ରୀତିନୀତି ଅନୁସାରେ କେଦାରନାଥ ପୀଠର ଦ୍ବାର ଫିଟାଯାଇଛି । ପାରମ୍ପାରିକ ବାଦ୍ୟ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ବାବାଙ୍କ ଧାମ । ଶ୍ରଦ୍ଧାଳୁଙ୍କ ଜୟ କେଦାର, ହର ହର ସମ୍ଭୁ, ବମ ଭୋଲେ ନାରାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ମନ୍ଦିରକୁ ୧୦୮ କୁଇଣ୍ଟାଲ ଫୁଲ ସାଜସଜ୍ଜା କରାଯାଇଛି । ଦ୍ବାର ଫିଟା ନୀତି ପାଇଁ ସକାଳ ୫ଟାରୁ ହିଁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । କେଦାରନାଥ ପୀଠକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜା ଯାଇଥିଲା ।

ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ। ଦ୍ୱାର ଖୋଲିବା ପ୍ରକ୍ରିୟାରେ ବିଭିନ୍ନ ପାରମ୍ପରିକ ରୀତିନୀତି ସାମିଲ ଅଛି, ଯେଉଁଥିରେ ବାବା କେଦାରଙ୍କ ଶୀତକାଳୀନ ବାସସ୍ଥାନ, ଉଖିମଠର ଓଁକାରେଶ୍ୱର ମନ୍ଦିରରୁ କେଦାରନାଥ ଧାମକୁ ଚଳନ୍ତି ପ୍ରତିମା ଯାତ୍ରା କରିଥାନ୍ତି ।

ଦ୍ୱାର ଖୋଲିବା ମାତ୍ରେ ହଜାର ହଜାର ଭକ୍ତ ବାବା କେଦାରଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚି ଯାଆନ୍ତି । ଏହି ପବିତ୍ର ଅବସର ପାଇଁ ମନ୍ଦିର ଏବଂ ଏହାର ଆଖପାଖ ପରିସରକୁ ମହାନ ଭାବରେ ସଜାଯାଇଛି । ଧାମକୁ ସଜାଇବା ପାଇଁ ପ୍ରାୟ ୧୦୮ କ୍ୱିଣ୍ଟାଲ ଫୁଲ ବ୍ୟବହୃତ ହୋଇଛି । କେଦାରନାଥ ଧାମ ରୁଦ୍ରପ୍ରୟାଗ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୧,୦୦୦ ଫୁଟରୁ ଅଧିକ ଉଚ୍ଚତାରେ ଅବସ୍ଥିତ ।

ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏବଂ ପୋଲିସ ସହ ସୁରକ୍ଷା ବଳ ଉପସ୍ଥିତ ଥିଲେ । ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା । ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି।  ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ ।

ଏହି ରାଶିର ବ୍ୟକ୍ତି ବିଶେଷମାନେ ସୁନା ପିନ୍ଧିଲେ ଆସେ ସୌଭାଗ୍ୟ

ଭୁବନେଶ୍ଵର: ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ ଅନୁସାରେ ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ ଲାଭବାନ ହୋଇଥା’ନ୍ତି । ସେମାନଙ୍କୁ ଏହା ଶୁଭ ଫଳ ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସଂପର୍କରେ…

ସିଂହ ରାଶି: ବାସ୍ତୁ ଅନୁସାରେ ଏହା ହେଉଛି ଅଗ୍ନି ତତ୍ତ୍ୱର ରାଶି । ଏହାର ସ୍ୱାମୀ ସୂର୍ଯ୍ୟଙ୍କ ସହିତ ସୁନାର କାରକ ଗୁରୁ ଗ୍ରହର ମିତ୍ର ଭଳି ସଂପର୍କ ରହିଥାଏ । ତେଣୁ ଏହି ରାଶିର ବ୍ୟକ୍ତିମାନେ ସୁନା ଅଳଙ୍କାର ପିନ୍ଧିଲେ ଭଲ । ଅତିକମ୍‌ରେ ଆଙ୍ଗୁଠିରେ ସୁନା ମୁଦିଟିଏ ପିନ୍ଧିଲେ ବି ଶୁଭଫଳ ପ୍ରାପ୍ତି ହୁଏ ।

କନ୍ୟା ରାଶି: ଏହି ରାଶିର ଲୋକଙ୍କ ଇଚ୍ଛା ପୂରଣ କରିବାରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସୁନା ଧାରଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ତୁଳା ରାଶି: ସୁନା ମୁଦି, ଚେନ୍ ଆଦି ପିନ୍ଧିଲେ ଏହି ରାଶି ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ । ରୋଗ ଓ ଶତ୍ରୁଙ୍କଠାରୁ ବି ସୁରକ୍ଷା ମିଳେ । ସୁନାର ଅନ୍ୟାନ୍ୟ ଆଭୂଷଣ ଅପେକ୍ଷା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କୁ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ ।

ଧନୁ ରାଶି: ବାସ୍ତୁ ଅନୁସାରେ ଧନୁ ରାଶିର ବ୍ୟକ୍ତିମାନେ ସୁନାର ଆଭୂଷଣ ଧାରଣ କଲେ ସବୁ କାର୍ଯ୍ୟ ଶୀଘ୍ର ହୋଇଥାଏ । କିନ୍ତୁ ଏହି ରାଶିର ବ୍ୟକ୍ତିମାନେ ପାଦରେ କୌଣସି ସୁନା ଆଭୂଷଣ ଧାରଣ କରିବା ଉଚିତ ନୁହେଁ ।

ଅଚ୍ୟୁତାନନ୍ଦଙ୍କ ଭବିଷ୍ୟବାଣୀ, କଟକରୁ ଭୁବନେଶ୍ଵର ବୋହିବ ରକ୍ତର ନଦୀ

ଭୁବନେଶ୍ଵର: ହିନ୍ଦୁ ଧର୍ମ ଏବଂ ପରମ୍ପରାରେ ଅନେକ ପୁରାଣ ଶାସ୍ତ୍ର ରହିଛି । ଯାହାକୁ ଆଧାର କରି ଆମେ ଏ ସଂସାର ଏବଂ ଏ ସୃଷ୍ଟି ବିଷୟରେ ଅନେକ କଥା ଜାଣିଥାନ୍ତି । ତେବେ ଏହି ପୁରାଣ ଶାସ୍ତ୍ର ମଧ୍ୟରେ ଗୋଟିଏ ହେଉଛି ମାଳିକା, ଯେଉଁଥିରେ ସମଗ୍ର ପୃଥିବୀରେ ଆଗକୁ ହେବାକୁ ଥିବା ଅନେକ ଘଟଣା ଦୁର୍ଘଟଣା ବିଷୟରେ ଭବିଷ୍ୟବାଣୀ ଉଲ୍ଲେଖ ଅଛି । ଯାହାର ଭବିଷ୍ୟବାଣୀ ଶ୍ରୀ ଅଚ୍ୟୁତାନନ୍ଦ କରିଛନ୍ତି । ଏଥିସହିତ ଏହି ଭବିଷ୍ୟବାଣୀଗୁଡିକ ଧିରେ ଧିରେ ସତ ମଧ୍ୟ ପ୍ରମାଣିତ ହେଉଛି । ତେବେ ଏହି ମାଳିକାରେ ରାଜ୍ୟର ପୁରାତନ ସହର କଟକକୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ ହୋଇଛି । ଯାହାକୁ ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଓଡିଶାର ମୁଖ୍ୟ ବ୍ୟବସାୟ ସ୍ଥଳୀ କଟକ ସହରକୁ ନେଇ ମାଳିକାରେ ଏକ ବଡ ଘଟଣା ସାମ୍ନାକୁ ଆସିଛି ।

କଟକରେ ଆଗକୁ କାଳ ଲୀଳା କରିବେ । କଳିଯୁଗ ଶେଷ ସମୟରେ କଟକରେ ନୂଆ ରେଳ ରାସ୍ତା ତିଆରି ହେବ । ଆଉ ରେଳ ରାସ୍ତା କାମ କେଉଁଠାରୁ ଆରମ୍ଭ ହେବ ତାହା ବି ମାଳିକାରେ କୁହାଯାଇଛି । ତେବେ କଟକର ସବୁଠାରୁ ବଡ ନଦୀ ମହାନଦୀରେ ଯେତେବେଳେ ନୂଆ ରେଳ ରାସ୍ତା ହେବ ତାହା କଳିଯୁଗର ଅନ୍ତ ସମୟ ବୋଲି ମାଳିକାରେ କୁହାଯାଇଛି । ଏହାପରେ କଟକରେ ହିଂସା ଆରମ୍ଭ ହେବ ଏବଂ ଦିନରେ ଆକାଶରୁ ଉଲ୍କା ପଡିବ । ମାଳିକାରେ ଉଲ୍ଲେଖ ଅଛି ଯେ, ରାଣିହାଟଠାରୁ ତୁଳଶୀପୁର ପର୍ଯ୍ୟନ୍ତ ରକ୍ତର ନଦୀ ବୋହିବ । ଏଥିସହିତ କଟକର ଚାନ୍ଦୀନି ଚୌକର ଏକ ସ୍ଥାନରେ ହିନ୍ଦୁ ମୁସଲମାନଙ୍କ ଭିତରେ ଯୁଦ୍ଧ ଆରମ୍ଭ ହେବ । ଆଉ ଏହି ଘଟଣା ମଙ୍ଗଳବାରେ ଘଟିବ ବୋଲି ମଧ୍ୟ ମାଳିକାରେ ଉଲ୍ଲେଖ ରହିଛି ।

ସେହି ସମୟରେ ହନୁମାନ ଗର୍ଜନ କରି ଉଠିବା ସହ କଟକରେ ମହାସମର ଲାଗିବ । ଏତତ୍ ବ୍ୟତୀତ ପଶ୍ଚିମ ଦିଗରୁ ସୈନ ଆସି କଟକରେ ପ୍ରବେଶ କରିବେ । ଆଉ ସେହି ଦିନ କିଛି ଛଦ୍ମବେଶୀ ମୁସଲମାନ ସୈନ କଟକରେ ପ୍ରବେଶ କରିବେ । ପ୍ରଥମେ ସେମାନେ ହଣାକଟା ଆରମ୍ଭ କରିବେ । ଆଉ ସେହି ସମୟରେ ହନୁମାନ ଗର୍ଜନ କରି ଉଠିବେ । ତେବେ ମାଳିକା ଶାସ୍ତ୍ର ଅନୁଯାୟୀ କଟକର ବଳଦା ଶାସନରେ ପ୍ରଭୁ ହନୁମାନ ଜନ୍ମ ନେଇ ସାରିଛନ୍ତି । ଭକ୍ତମାନେ ସେଠାରେ ମହାସଂଗ୍ରାମ ଦେଖିବେ । ତେବେ ୨୦୨୬ ମସିହାରେ ଏହି ଘଟଣା ଘଟିବ ବୋଲି ମହାପୁରୁଷ କହିଛନ୍ତି ।

କେବଳ କଟକ ନୁହେଁ ଏ ଯୁଦ୍ଧ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ବ୍ୟାପିବ । ଏହି ଯୁଦ୍ଧ ୩ ପକ୍ଷ ଏବଂ ୩ ମାସ ଚାଲିବ । ଯାହାର ଅର୍ଥ ହେଉଛି ୩ ପକ୍ଷ କହିଲେ ୪୫ ଦିନ ଏବଂ ତିନି ମାସର ଅର୍ଥ ୯୦ ଦିନ । ତେବେ ଏହି ଯୁଦ୍ଧ ସର୍ବମୋଟରେ ୧୩୫ ଦିନ ଚାଲିବ ବୋଲି କୁହାଯାଇଛି । ଯୁଦ୍ଧ ଏତେ ଭୟଙ୍କର ହେବ ଯେ,ଖୋର୍ଦ୍ଧା ପର୍ଯ୍ୟନ୍ତ ରକ୍ତର ନଦୀ ବ୍ୟାପିବ । ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରିବେ । ତେବେ ମୀନ ରାଶିରେ ଶନି ଚଳନ ଯୋଗୁଁ ଏଭଳି ସମସ୍ୟା ଉପୁଯିବ ବୋଲି ଉଲ୍ଲେଖ କରିଛି ମାଳିକା ।

ବାଥ୍‌ରୁମ୍‌ରେ ଫୋନ୍‌ ବ୍ୟବହାର, ଶୀଘ୍ର ହୋଇଯାଆନ୍ତୁ ସାବଧାନ! 

ଭୁବନେଶ୍ଵର: ଯଦି ଆପଣ ନିଜ ମୋବାଇଲ୍ ଫୋନକୁ ଶୌଚାଳୟକୁ ନେଇଯାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏପରି କରିବା ଦ୍ବାରା ଜୀବାଣୁଙ୍କ ପାଇଁ ଏହା ଏକ ପ୍ରଜନନ ସ୍ଥାନ ହୋଇପାରେ ।ଶୌଚାଳୟରେ ଆପଣ ଫୋନ୍ ବ୍ୟବହାର କରିବା ଦ୍ବାରା ମୂତ୍ରାଶୟ ସଂକ୍ରମଣ, ଅର୍ଶ  ଏବଂ ଅନ୍ତନଳୀ ସଂକ୍ରମଣ ପରି ସଂକ୍ରମଣ ହେବାର ଆଶଙ୍କା ବୃଦ୍ଧି ପାଇପାରେ। ଏହି ସଂକ୍ରମଣ ଇ. କୋଲି, ସାଲମୋନେଲା ଏବଂ ସି ଡିଫିସାଇଲ ପରି ଜୀବାଣୁ କାରଣରୁ ହୋଇପାରେ ଯାହା ଶୌଚାଳୟ ଭିତରେ ଆପଣଙ୍କ ଫୋନରେ ଜମା ହୋଇଥାଏ  ।

ମୋବାଇଲ୍ ଫୋନକୁ ଶୌଚାଳୟକୁ ନେବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ‌ଶୌଚାଳୟରେ ଫୋନ ବ୍ୟବହାର ଦ୍ବାରା ସେଥିରେ ଜୀବାଣୁ ଜମା ହୋଇଯାଆନ୍ତି।  ଉକ୍ତ ଫୋନକୁ ନେଇ ଯେତେବେଳେ ଆପଣ ଶୌଚାଳୟ ବାହାରକୁ ଆସନ୍ତି ସେଥିରେ ଉକ୍ତ ଜୀବାଣୁ ବି ଆସିଥାଆନ୍ତି। ଏଭଳି କ୍ଷେତ୍ରରେ  ଯଦି ଆପଣ କି ଅନ୍ୟ କେହି ଫୋନକୁ ସ୍ପର୍ଶ କରନ୍ତି, ତେବେ  ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି। ଦୀର୍ଘ ସମୟ ଧରି ଟଏଲେଟରେ ଫୋନ ବ୍ୟବହାର ଯୋଗୁ କୋଷ୍ଠକାଠିନ୍ୟ ହେବାର ଆଶଙ୍କା ରହିଥାଏ।  ଏହା ବ୍ୟତୀତ ଅର୍ଶ ହେବାର ସମ୍ଭାବନା  ମଧ୍ୟ ବୃଦ୍ଧି ପାଇଥାଏ ।

ଏହା ବ୍ୟତୀତ ଅଧିକ ସମୟ ଶୌଚାଳୟରେ ବସିବା ଫଳରେ  ମାଂସପେଶୀରେ କଠିନତା, ଆଣ୍ଠୁରେ ଯନ୍ତ୍ରଣା ହେବାର ଆଶଙ୍କା ରହିଥାଏ। ଏହାସହିତ ବେକ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇପାରେ। ସେହିପରି ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ। ଏହା ଦ୍ୱାରା ଶୋଇବା ମଧ୍ୟ ବ୍ୟାହତ ହୋଇଥାଏ। ଆଶ୍ଚର୍ଯ୍ୟଜନକ କଥା ହେଉଛି କିଛି ଅଧ୍ୟୟନରୁ ଜଣାପଡିଛି ଯେ ଫୋନରେ ଟଏଲେଟ୍ ସିଟ୍ ଅପେକ୍ଷା ଅଧିକ ବ୍ୟାକ୍ଟେରିଆ ରହିପାରେ।