
ବଲିଉଡ଼ର ସୁପରହିଟ ଫିଲ୍ମ ‘ଦିଲ୍ ବାଲେ ଦୁଲହନିଆ ଲେ ଜାଏଙ୍ଗେ’ ବା ‘ଡିଡିଏଲଜେ’କୁ ବଲିଉଡର ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ବଲିଉଡ ପାଇଁ ଏକ ଖୁବ ବଡ଼ ସଫଳତା ଥିଲା l ଏଥିରେ ସୁପରହିଟ ଯୋଡି ଅଭିନେତ୍ରୀ କାଜୋଲ ଓ ଅଭିନେତା ଶାହାରୁଖ ଖାନ୍ କାମ କରିଥିଲେ l ଦୁହିଁଙ୍କର ସେ ଦମଦାର ଅଭିନୟ ଦର୍ଶକଙ୍କ ହୃଦୟରେ ଏବେ ବି ରହିଛି। କିନ୍ତୁ ଏହାରି ଭିତରେ ଏହି ଚଳଚ୍ଚିତ୍ରକୁ ୨୮ବର୍ଷ ବିତି ସାରିଲାଣି ।
ଦର୍ଶକଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ସିନେ-ନିର୍ମାତା ମୁକେଶ ଛାବ୍ରା ଡିଡିଏଲଜେର ରିମେକ୍ ଆଣିବାକୁ ଯାଉଛନ୍ତି । କିନ୍ତୁ ଏଥିରେ ଶାହରୁଖ ଆଉ କାଜୋଲ ଙ୍କ ପରିବର୍ତ୍ତେ ନଜର ଆସେବେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଓ କାଜୋଲଙ୍କ ଝିଅ ନ୍ୟସା ଦେବଗନ । ତେବେ ରାଜ ଭୂମିକାରେ ଆରିୟାନଙ୍କୁ ଦେଖିବାକୁ ମିଳିବ ଓ ଶିମ୍ରନ ଭୂମିକାରେ ନ୍ୟସାଙ୍କୁ ଦେଖିବାକୁ ମିଳିବ l
ଡିଡିଏଲଜେର ରିମେକ୍ ଫିଲ୍ମ ଜରିଆରେ ନ୍ୟସା ବଲିଉଡରେ ଡେବ୍ୟୁ କରିବେ । ନ୍ୟସା ଏହି ଫିଲ୍ମରେ କାମ କରିବା ପାଇଁ ମା’ କାଜୋଲଙ୍କ ଠାରୁ ଅଭିନୟ ଶିକ୍ଷା ନେଉଥିବା ଜଣାଯାଇଛି । ଏହି ଲୋକପ୍ରିୟ ଫିଲ୍ମର ରିମେକ୍ ଆସୁଥିବା ଶୁଣି ସିନେପ୍ରେମୀ ଉତ୍ସାହିତ ହୋଇ ପଡ଼ିଛନ୍ତି । କିନ୍ତୁ ଲୋକେ ଏବେ ବି ଶାହରୁଖ ଆଉ କାଜୋଲ ଙ୍କର ସେଇ ସୁପରହିଟ ଯୋଡିକୁ ଦେଖିବା ପାଇଁ ଆଗ୍ରହୀ l ତେବେ ଆରିୟାନ ଓ ନ୍ୟାସାଙ୍କ ଯୋଡିକୁ ଦର୍ଶକ କେତେ ପସନ୍ଦ କରିବେ ତାହା ଆଗାମୀ ଭବିଷ୍ୟତ କହିବ l