
ରାଜଧାନୀରେ ପ୍ରେମକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାଙ୍କ ଜୀବନ ନେଡିଗଲେ ପାଗଳ ପ୍ରେମୀ ଯୁବକ ।ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା ।ମୃତକଙ୍କ ନାଁ ଜଗା ମଲ୍ଲିକ ବୋଲି ଜଣାପଡିଛି।ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ ।
ମିଳିଥିବା ସୂଚନା ଅନୁସାରେ, ଜଗାଙ୍କ ଝିଆରୀଙ୍କ ସହ ସେହି ସାହିର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କର ପ୍ରେମ ସମ୍ପର୍କ ଥିଲା । ଯାହାକୁ ବିରୋଧ କରିଥିଲେ ଜଗା। ଏପରିକି ଝିଆରୀକୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।ବିରୋଧ କରୁଥିବାରୁ ପ୍ରେମିକ ରକ୍ତମୁଖା ପାଲଟିଯାଇ ଦାଦାକୁ ବିଭତ୍ସ ଭାବେ ହତ୍ୟା କରିଥିବା ସୂଚନା ମିଳିଛି ।ଏହି ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ଘଟିଛି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।