
ପିପିଲି: ମିଳିଲା ଆଶୀର୍ବାଦର ମୃତଦେହ। ଡେଲାଙ୍ଗ ରତନପୁର ଗାଁରେ ୭ ଦିନ ହେଲା ନିଖୋଜ ଥିଲା ଆଶୀର୍ବାଦ। ଜଣକର ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟପଟେ ହତ୍ୟା ସନ୍ଦେହରେ ଜଣକୁ ଅଟକ ରଖିଛି ପୋଲିସ। ପୂର୍ବ ଶତ୍ରୁତାରୁ ନାବାଳକକୁ ହତ୍ୟା ସନ୍ଦେହ କରାଯାଉଛି !
ସୂଚନା ଥାଉକି, ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ । ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲା । ଘର ବାରଣ୍ଡାରେ ଖେଳୁ ଖେଳୁ ଆଉ ପତ୍ତା ମିଳିନଥିଲା । ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ହୋଇଥିବା ବେଳେ ପୋଲିସ ଛାନଭିନ୍ନ ପରେ ମଧ୍ୟ କିଛି ଖବର ମିଳି ନଥିବା ବେଳେ ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀ ମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିବା ବେଳେ ରାଜ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରେ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ ।
ତେବେ ରତନପୁର ଗାଁର ପାଇଖାନା ଟାଙ୍କିରୁ ନଗ୍ନ ଓ ଅତି ମୁର୍ମୁଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଉଦ୍ଧାର କରିଛି ପୋଲିସ । କହିବାକୁ ଗଲେ ଆର୍ଶୀବାଦ ସାହୁଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ତାକୁ ହତ୍ୟା କରିଥିବା ଗ୍ରାମବାସୀ ଅନୁମାନ କରିଛନ୍ତି । ପୋଲିସ ପୂର୍ବରୁ ବାପି ସାହୁଙ୍କୁ ଥାନାରେ ଅଟକ ରଖି ଛାଡିଥିଲା ।
ରବିବାର ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ପରେ ବିଳମ୍ବିତ ରାତିରେ ଗ୍ରାମରେ ଥିବା ବାପି ସାହୁଙ୍କ ପରିତ୍ୟକ୍ତ ଘର ପଛ ପଟରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦଙ୍କ ଗଳିତ ଶବ ଉଦ୍ଧାର କରିଛି ପୋଲିସ । ତେବେ ବାପି ସାହୁଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।