
ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ହେଉଛି ଦୁନିଆର ଅନ୍ୟତମ ସମ୍ମାନଜନକ ପୁରସ୍କାର, ଯାହାକୁ ସମସ୍ତଙ୍କ ନଜର ରହିଥାଏ । ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏହି ୯୭ତମ ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା…
- ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
- ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
- ଶ୍ରେଷ୍ଠ ଅଭିନେତ୍ରୀ – ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
- ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
- ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍
- ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର
- ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ
- ମୂଳ ସ୍କୋର – ଦି ବ୍ରୁଟାଲିଷ୍ଟ
- ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ
- ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
- ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
- ଶ୍ରେଷ୍ଠ ମୌଳିକ ଗୀତ – ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
- ଶ୍ରେଷ୍ଠ ସହାୟକ ଅଭିନେତା – କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
- ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ – ଫ୍ଲୋ
- ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର – ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
- ଶ୍ରେଷ୍ଠ ପୋଷାକ ଡିଜାଇନ୍ – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
- ଶ୍ରେଷ୍ଠ ଚିତ୍ରନାଟ୍ୟ – ଆନୋରା
- ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)
- ଚଳଚ୍ଚିତ୍ର ସମ୍ପାଦନା – ଆନୋରା
- ଶ୍ରେଷ୍ଠ ଶବ୍ଦ – ଡୁନ୍: ପାର୍ଟ 2
- ଶ୍ରେଷ୍ଠ VFX – ଡୁନ୍: ପାର୍ଟ 2
ଆଜି ସାରା ବିଶ୍ୱରେ ଲୋକମାନେ ଏହି ପୁରସ୍କାରକୁ ଓସ୍କାର ପୁରସ୍କାର ନାମରେ ଜାଣିଛନ୍ତି, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ‘ଏକାଡେମୀ ପୁରସ୍କାର ଅଫ୍ ମେରିଟ୍’ । ଏହି ପୁରସ୍କାର ଶୋ’ ପ୍ରଥମେ ୧୬ ମଇ ୧୯୨୯ରେ ଆୟୋଜିତ ହୋଇଥିଲା । ପ୍ରଥମ ଓସ୍କାର ସମାରୋହ ଆମେରିକାର ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଯାହାକି ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏକାଡେମୀ ପୁରସ୍କାର ଟ୍ରଫି ‘ଓସ୍କାର’ ନାମରେ ଏକାଡେମୀ ଲାଇବ୍ରେରିଆନ ମାର୍ଗେଟ ହେରେକଙ୍କ ସମ୍ମାନାର୍ଥେ କରାଯାଇଛି । ଏହି ଟ୍ରଫି ତାଙ୍କ ମାମୁଁ ଓସ୍କାର ଭଳି ଲାଗୁଥିବା ନେଇ ସେ ଏହାର ନାମ ଓସ୍କାର ରଖିଥିଲେ ।