Site icon UTKAL PRATIDIN

ଘୋଷଣା ହେଲା ୯୭ତମ ଓସ୍କାର ପୁରସ୍କାର

Oscars-2025-Where-to-watch-live-streaming-in-India-best-movies-actors-nominations-list

ନୂଆଦିଲ୍ଲୀ: ଓସ୍କାର ପୁରସ୍କାର ହେଉଛି ଦୁନିଆର ଅନ୍ୟତମ ସମ୍ମାନଜନକ ପୁରସ୍କାର, ଯାହାକୁ ସମସ୍ତଙ୍କ ନଜର ରହିଥାଏ । ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୫ ଅର୍ଥାତ ୯୭ତମ ଓସ୍କାର ପୁରସ୍କାର ଘୋଷଣା ହୋଇଛି । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏହି ୯୭ତମ ଓସ୍କାର ପୁରସ୍କାର ମାର୍ଚ୍ଚ ୩ରେ ଭାରତୀୟ ସମୟ ସକାଳ ୫:୩୦ ରେ ଆମେରିକାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି  । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । 

ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା…

ଆଜି ସାରା ବିଶ୍ୱରେ ଲୋକମାନେ ଏହି ପୁରସ୍କାରକୁ ଓସ୍କାର ପୁରସ୍କାର ନାମରେ ଜାଣିଛନ୍ତି, କିନ୍ତୁ ଏହାର ପ୍ରକୃତ ନାମ ହେଉଛି ‘ଏକାଡେମୀ ପୁରସ୍କାର ଅଫ୍ ମେରିଟ୍’ । ଏହି ପୁରସ୍କାର ଶୋ’ ପ୍ରଥମେ ୧୬ ମଇ ୧୯୨୯ରେ ଆୟୋଜିତ ହୋଇଥିଲା । ପ୍ରଥମ ଓସ୍କାର ସମାରୋହ ଆମେରିକାର ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଯାହାକି ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏକାଡେମୀ ପୁରସ୍କାର ଟ୍ରଫି ‘ଓସ୍କାର’ ନାମରେ ଏକାଡେମୀ ଲାଇବ୍ରେରିଆନ ମାର୍ଗେଟ ହେରେକଙ୍କ ସମ୍ମାନାର୍ଥେ କରାଯାଇଛି । ଏହି ଟ୍ରଫି ତାଙ୍କ ମାମୁଁ ଓସ୍କାର ଭଳି ଲାଗୁଥିବା ନେଇ ସେ ଏହାର ନାମ ଓସ୍କାର ରଖିଥିଲେ ।

Exit mobile version