Monday, May 20, 2024
HomeUTKAL PRATIDINକ୍ରିକେଟ ମ୍ୟାଚ ଦେଖିବା ହେଲା କାଳ; ଖୋଲିଲା ଦୁର୍ଘଟଣା ପଛର ରହସ୍ୟ...

କ୍ରିକେଟ ମ୍ୟାଚ ଦେଖିବା ହେଲା କାଳ; ଖୋଲିଲା ଦୁର୍ଘଟଣା ପଛର ରହସ୍ୟ…

ବିଶାଖାପାଟନାମ୍: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାୟଗଡ଼ା ପାସେଞ୍ଜର ଟ୍ରେନ ବିଶାଖାପାଟଣାମ ପଲାସା ମଧ୍ୟ ଦୁର୍ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଜିଲ୍ଲା କଣ୍ଟକପାଲ୍ଲୀ ରେଳ ଦୁର୍ଘଟଣାରେ ବଡ଼ ଖୁଲାସା । ଏହାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ l ସାମ୍ନାକୁ ଆସିଲା ବଡ଼ ଟ୍ରେନ୍ ଦୁର୍ଘଟଣାର କାରଣ । ରାୟଗଡ଼ା ପାସେଞ୍ଜର ଟ୍ରେନ ବିଶାଖାପାଟଣାମ ପଲାସା ମଧ୍ୟ ଦୁର୍ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

ଲୋକ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ୍ ଲୋକ ପାଇଲଟଙ୍କ ଖାମଖିଆଲି ଯୋଗୁ ଏହି ଦୁର୍ଘଟଣାଟି ଘଟିଛି । ୨ ଡ୍ରାଇଭର ଟ୍ରେନ୍ ଚାଲୁଥିବା ବେଳେ ମୋବାଇଲରେ କ୍ରିକେଟ୍ ମ୍ୟାଚ ଦେଖୁଥିଲେ । ସେମାନଙ୍କ ଅସାବଧାନତା କାରଣରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କୁହାଯାଇଛି । ତେବେ ଆଗକୁ ଏଭଳି ଭୁଲର ପୁନରାବୃତ୍ତି କିଭଳି ନହେବ ସେ ଉପରେ ରେଳବାଇ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସମାଚାର ଏଜେନ୍ସି ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି, ଆନ୍ଧ୍ର ପ୍ରଦେଶ କଣ୍ଟକପାଲ୍ଲୀ ରେଳ ଦୁର୍ଘଟଣା ବେଳେ ଲୋକୋ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ । ତେଣୁ ଏତେ ବଡ଼ ଦୁର୍ଘଟଣା ଘଟିଗଲା । ଏବେ ରେଳ ଦୁର୍ଘଟଣା ରୋକିବାକୁ ସିଷ୍ଟମକୁ ଅତ୍ୟାଧୁନିକ କରାଯାଉଛି ।

ସୂଚାନୁଯାୟୀ, ଅକ୍ଟୋବର ୨୯, ୨୦୨୩ ମସିହା ସଂନ୍ଧ୍ୟା ୭ଟାରେ ଏହି ଟ୍ରେନ ଦୁର୍ଘଟଣା ଘଟିଥିଲା । ବିଜୟନଗରମ ଜିଲ୍ଲାର କଣ୍ଟାକାପଲ୍ଲୀରୀ ଏହି ଦୁର୍ଘଟଣା ଘଟିଥିଲା । ଯଦିଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ ତଥାପି ଅକାଳରେ ୧୪ ଜଣଙ୍କ ଜୀବନ ଚାଲିଯାଇଥିଲା । ସେପଟେ ରେଳବାଇର ନୂଆ ନିୟମ ସମ୍ପର୍କରେ ଆଲୋକପାତ କରିଛନ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିଛନ୍ତି କି, ଆଗାମୀ ଦିନରେ ଏଭଳି କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଆମେ ସଚେତନ ହୋଇଯିବୁ । ଏଭଳି ଅଘଟଣକୁ ଏଡ଼ାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments