Sunday, May 19, 2024
HomeNATIONALବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଜଘନ୍ୟ ଅପରାଧ: ହାଇକୋର୍ଟ

ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଜଘନ୍ୟ ଅପରାଧ: ହାଇକୋର୍ଟ

ଭୋପାଲ: ମଧ୍ୟପ୍ରଦେଶ ହାଇକୋର୍ଟ ବେଶ୍ୟାବୃତ୍ତି ମାମଲାରେ ଟ୍ରାଏଲ କୋର୍ଟ ଦ୍ଵାରା ହୋଇଥିବା ଅଭିଯୋଗ ବିରୋଧରେ ରୁଜୁ ହୋଇଥିବା ଏକ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଜିଏସ୍ ଅହଲୁୱାଲିଆଙ୍କ ବେଞ୍ଚ କହିଛି ଯେ, ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଅପରାଧ । ବେଶ୍ୟାବୃତ୍ତି ପାଇଁ ଆବେଦନକାରୀ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରିଥିବାର ଯଥେଷ୍ଟ ପ୍ରମାଣ ରହିଛି ।

ଜବଲପୁର ନିବାସୀ ଋଷଭଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା । ପିଟିସନରେ କୁହାଯାଇଥିଲା ଯେ, ଗୋରା ବଜାର ପୋଲିସ ତାଙ୍କୁ ବେଶ୍ୟାବୃତ୍ତି ଅଭିଯୋଗରେ ଗିରଫ କରିଛି । ଜବଲପୁର ଜିଲ୍ଲା କୋର୍ଟ ତାଙ୍କ ବିରୋଧରେ ଅନୈତିକ ବେଶ୍ୟାବୃତ୍ତି ଧାରା ୫/୬ ଅନୁଯାୟୀ ମାମଲା ରୁଜୁ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଥିଲା ଯେ ଆବେଦନକାରୀ ଅନୈତିକ କାର୍ଯ୍ୟରେ ଜଡିତ ନଥିଲେ ।

ଏହି ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ହାଜର ହୋଇଥିବା ଓକିଲ ହାଇକୋର୍ଟଙ୍କୁ କହିଛନ୍ତି ଯେ, ଚଢାଉ ସମୟରେ ଆବେଦନକାରୀ ଏକ କଠୋରୀରେ ଗୋଟେ ଝିଅ ସହ ଆପତ୍ତିଜନକ ସ୍ଥିତିରେ ଥିଲେ । ଏହା ବ୍ୟତୀତ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଉକ୍ତ ସ୍ଥାନରୁ ଉଦ୍ଧାର କରାଯାଇଥିଲା। ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ଯେ, ଅଭିଯୁକ୍ତ ବେଶ୍ୟାବୃତ୍ତି ପାଇଁ ସେ ଝିଅକୁ ଟଙ୍କା ଦେଇଥିଲା । ଏହାକୁ ଗୁରୁତର ସହ ନେଇ ଟ୍ରାଏଲ କୋର୍ଟ ଏହି ମାମଲା ରୁଜୁ କରିଥିଲେ ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜଷ୍ଟିସ ଜିଏସ ଅହଲୁୱାଲିଆଙ୍କ ଏକକ ବେଞ୍ଚ ସ୍ପଷ୍ଟ କରିଛନ୍ତି ଯେ, ବେଶ୍ୟାବୃତ୍ତି ପାଇଁ ଟଙ୍କା ଦେବା ଏକ ଅପରାଧ । ବେଶ୍ୟାବୃତ୍ତି ପାଇଁ ଆବେଦନକାରୀ ସେହି ଝିଅକୁ ଟଙ୍କା ଦେବାର ଯଥେଷ୍ଟ ପ୍ରମାଣ ରହିଛି । ଏହି କାରଣରୁ, ଟ୍ରାଏଲ କୋର୍ଟରେ ମାମଲା ରୁଜୁ କରିବା ଉଚିତ୍ ଅଟେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments