Monday, May 20, 2024
HomeAutomobileପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କଲେ ଡଙ୍ଗରିଆ କନ୍ଧ

ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କଲେ ଡଙ୍ଗରିଆ କନ୍ଧ

ରାୟଗଡା : ଏକାଠି ହୋଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କଲେ ଡଙ୍ଗରିଆ କନ୍ଧ। ମାଓ ଇନଫର୍ମର ସନ୍ଦେହରେ ଶନିବାର ଦିନ ପୋଲିସ ଲାଞ୍ଜିଗଡ଼ ବଜାରରୁ ୨ କନ୍ଧ ବ୍ୟକ୍ତି ଙ୍କୁ ଉଠାଇ ନେଇଥିଲା । ଏହି ଘଟଣା ର ପ୍ରତିବାଦରେ ରବିବାର କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି ନିୟମଗିରି ସୁରକ୍ଷା କମିଟି ଓ ଡଙ୍ଗରିଆ ସମ୍ପ୍ରଦାୟ ଲୋକ । ଶତାଧିକ ଡଙ୍ଗରିଆ କନ୍ଧ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କରିବାକୁ ଆଗେଇ ଆସିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସେମାନଙ୍କୁ ବୁଝାସୁଝା କରୁଛନ୍ତି l ଚାପ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ , କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗାଁର କୃଷ୍ଣ ଶିକକା ଓ ବାରି ଶିକକାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଶନିବାର ଉଠାଇ ନେଇଥିଲା । ରବିବାର ଅର୍ଥାତ ଆଜି ସକାଳୁ ନିୟମଗିରି ଅଞ୍ଚଳର ୧୨୧ ଖଣ୍ଡ ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ସୁରକ୍ଷା ସମିତି ସଭାପତି ଶିକକା ଲଦଙ୍କ ନେତୃତ୍ୱରେ କଲ୍ୟାଣସିଂହପୁର ଥାନାରେ ଘେରାଉ ଉଦ୍ୟମ କରିଛନ୍ତି । ସେହି ଦୁଇ ଜଣକୁ ନ ଛାଡ଼ିବା ଯାଏ ସେଠାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଡଙ୍ଗରିଆ କନ୍ଧ । ଘଟଣା ସ୍ଥଳରେ ଅତିରିକ୍ତ ଏସପି, ୬ ଜଣ ଆଇଆଇସିଙ୍କ ସହ ପୋଲିସ ଫୋର୍ସ ମୁତୟନ କରିଛନ୍ତି । ୨ ଜଣଙ୍କୁ ପୋଲିସ ନ ଛାଡ଼ିଲେ ପରିସ୍ଥିତି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି ଡଙ୍ଗରିଆ କନ୍ଧ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ବୋଲି ସୂଚନା ମିଳିଛି ।

ହୋଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ …I

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments