Monday, May 20, 2024
HomeTechnologyଏଆଇ ପାଇଁ ଚାଲିଯିବ କି ଚାକିରି?

ଏଆଇ ପାଇଁ ଚାଲିଯିବ କି ଚାକିରି?

ବର୍ତ୍ତମାନ ଏଆଇ ବା ଆର୍ଟିଫିସିୟଲ ଇଂଟେଲିଜେନ୍ସକୁ ନେଇ ଚାରିଆଡେ ଚର୍ଚ୍ଚା । ବଡ ବଡ କମ୍ପାନୀ ଏବେ ନୂଆ ଜେନେରେସନର ଏଆଇକୁ ଗ୍ରହଣ କରିବାରେ ଲାଗିଲେଣି । ତେଣୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାକୁ ଲାଗିଲାଣି । ଏଆଇ ପ୍ରତି ବଢୁଥିବା ଲୋକପ୍ରିୟତା ପାଇଁ ମଣିଷ ବିପରେ ପଡିବନିତ? ମଣିଷର ଚାକିରି ଉପରେ ଏଆଇର ପ୍ରଭାବ ପଡିବନି ତ? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ବଡ ଖୁଲାସା କରିଛି ୟୁଏନ।

ୟୁନାଇଟେଡ୍ ନେସନ ବା ୟୁଏନର ଇଂଟରନ୍ୟାସନାଲ ଲେବର ଅରଗାନାଇଜେସନ୍ ବା (ଆଇଓଏଲ୍) ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ରଖିଛି । ଆଇଓଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ଏଆଇ ମଣିଷ ପ୍ରତି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ଏଆଇ ପାଇଁ କୌଣସି ବ୍ୟକ୍ତିର ଚାକିରି ଯିବ ନାହିଁ । କିନ୍ତୁ ଏଆଇ ଦ୍ୱାରା ମଣିଷର କାମ କରିବାର ତରିକା ବଦଳିବା ସହ ଅନେକ କାମ ସହଜ ଏବଂ ଉନ୍ନତମାନର ହୋଇପାରିବ । ଅନ୍ୟପଟେ କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି କି, ବର୍ତ୍ତମାନ ଅନେକ ବଡ ବଡ କମ୍ପାନୀ କାମକୁ ସହଜ କହିବା ପାଇଁ ଏଆଇକୁ ପସନ୍ଦ କରିବାକୁ ଲାଗିଲେଣି । ତେଣୁ ଆଗାମୀ ଦିନରେ ଅଟୋମେସନ୍ କାରଣରୁ କିଛି ଜବ୍ ଏବଂ ଇଣ୍ଡଷ୍ଟ୍ରି ଉପରେ ଆଶିଂକ ପ୍ରଭାବ ପଡିପାରେ l ହେଲେ ମଣିଷର କାମକୁ ସମ୍ପୂର୍ଣ୍ଣରୂପ ଏଆଇ କରିବା ଅସମ୍ଭବପର ନୁହେଁ ବୋଲି ମଧ୍ୟ କୁହାଯାଉଛି l

ବିଶ୍ୱର ସବୁଠୁ ଧନୀ ଏଲନ୍ ମସ୍କ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିସାରିଛନ୍ତି । ଏଆଇ ଦ୍ୱାରା ଆଗାମୀ ଦିନରେ ଅନେକ ଲୋକଙ୍କ ଚାକିରି ଚାଲିଯାଇପାରେ ବୋଲି ସେ କହିଛନ୍ତି । କେବଳ ଏଲନ ମସ୍କ ନୁହଁନ୍ତି, ଚାଟ୍ ଜିପିଟି କମ୍ପାନୀର ସିଇଓ ମଧ୍ୟ ଏଆଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏଆଇ ଦ୍ୱାରା ଅନେକ ଲୋକ ଜବ୍ ଲେସର ଶିକାର ହୋଇପାରନ୍ତି ବୋଲି ସେ କହିଛନ୍ତି । ତେବେ ଏବେ ସମସ୍ତ କ୍ଷେତ୍ରରେ ଏଆଇ କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି l

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments