
କଟକ: କଟକରେ ଦୁଇ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର । ଅପରାଧୀ କଟାସ ରାଉତ ଓ ଶୁଭ୍ରଜିତ୍ ପରିଡ଼ାକୁ ଚୌଦ୍ବାର ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ର ଏନ୍କାଉଣ୍ଟର । ଚୌଦ୍ବାର ଇନ୍ଦ୍ରାଣୀପାଟଣାରେ ଏନ୍କାଉଣ୍ଟର କରିଛି ପୋଲିସ । ଏହି ଦୁଇ କୁଖ୍ୟାତ ଅପରାଧିକୁ ଧରିବାକୁ ଯାଇଥିବା ବେଳେ ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ସେମାନେ । ଏହାପରେ ପୋଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଦୁହେଁଙ୍କୁ SCBରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଉଭୟଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ । ଉଭୟଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସକୁ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ । ଏହାପରେ ପୋଲିସର ପାଲଟା ଗୁଳିରେ ଉଭୟ ଆହାତ ହୋଇଥିବା ସୂଚନା ରହିଛି । ଆହତ ଦୁଇ ଅଭିଯୁକ୍ତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଚୌଦ୍ୱାର ଇଦ୍ରାଣୀ ପାଟଣାରେ ଏହି ଏନକାଉଣ୍ଟର କରିଛି ପୋଲିସ । ତେବେ କହିରଖୁଛୁ ଯେ, କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । କଟାସ ନାଁରେ ୧୫ ଓ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ରହିଛି । ଉଭୟଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ କରିଛି ପୋଲିସ ।