
ନୂଆଦିଲ୍ଲୀ: ଅନେକ ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ବେଳେ ପାଖରେ ଅଧିକ ଟଙ୍କା ରଖିବାକୁ ଭୟ ଲାଗିଥାଏ । ବିଶେଷ କରି ଟ୍ରେନ୍ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି । କିନ୍ତୁ ଏବେ ଆଉ ସେ ଭୟ ରହିବ ନାହିଁ। ଭାରତର ପ୍ରଥମ ଟ୍ରେନ୍ ଭାବେ ମୁମ୍ବାଇ-ମନମାଡ ପଞ୍ଚବଟି ଏକ୍ସପ୍ରେସ୍ ATM ସେବା ଆରମ୍ଭ ହୋଇଛି । ଏହି ATM ଟ୍ରେନର ଏକ ଏୟାରକଣ୍ଡିସନଡ୍(ଏସି) କୋଚ୍ରେ ସ୍ଥାପନ କରାଯାଇଛି ଏବଂ ଏହାର ପରୀକ୍ଷାମୂଳକ ପ୍ରଦର୍ଶନ ସଫଳତାର ସହ ସମାପ୍ତ କରିଛି । ଏହି ମେସିନ୍ ଯାତ୍ରୀମାନଙ୍କୁ ଟ୍ରେନ ଚାଲୁଥିବା ସମୟରେ ମଧ୍ୟ ଟଙ୍କା ଉଠାଇବାକୁ ଅନୁମତି ଦିଏ । ଏହାକୁ ଭାରତୀୟ ରେଳବାଇର ଅଭିନବ ଏବଂ ଅଣ-ଭଡ଼ା ରାଜସ୍ୱ ଧାରଣା ଯୋଜନା (INFRIS) ର ଅଂଶ ଭାବରେ ପ୍ରଚଳନ କରାଯାଇଛି ।
ପରୀକ୍ଷାମୂଳକ ଭାବେ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମୁମ୍ବାଇ-ମନମାଡ଼ ପଞ୍ଚବଟୀ ଏକ୍ସପ୍ରେସରେ ପ୍ରଥମ କରି ଆରମ୍ଭ ହେଲା ଏଟିଏମ୍ ବ୍ୟବସ୍ଥା । ନାସିକରୁ ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିବା ପଞ୍ଚଭତୀ ଏକ୍ସପ୍ରେସ୍ର ଏକ ଶୀତତାପ ନିୟନ୍ତ୍ରିତ ବଗିରେ ଲଗାଯାଇଛି ଏଟିଏମ । ଖୁବଶୀଘ୍ର ଯାତ୍ରୀଙ୍କୁ ଏହାର ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନ ଏହା ପରୀକ୍ଷାମୂଳକ ଭାବେ କରାଯାଇଛି । ଏ ନେଇ କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଲା ସୂଚନା ଦେଇଛନ୍ତି । ରେଳ ଅଧିକାରୀଙ୍କ ଅନୁଯାୟୀ, ଏଟିଏମ୍ କୁ କୋଚ୍ର ପଛ ପାର୍ଶ୍ୱରେ ଏକ କ୍ୟୁବିକେଲ୍ରେ ରଖାଯାଇଛି, ଯାହା ପୂର୍ବରୁ ଏକ ଅସ୍ଥାୟୀ ପାଣ୍ଟ୍ରି ଭାବରେ ବ୍ୟବହୃତ ହେଉଥିଲା । ଟ୍ରେନ୍ ଚାଲୁଥିବା ସମୟରେ ଯେମିତି କୌଣସି ଅଘଟଣ ନ ଘଟେ ତାହାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ସଟର୍ ଡୋର୍ ମଧ୍ୟ ଲଗାଯାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଏହି ଏଟିଏମ୍ ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (BOM) ମଧ୍ୟରେ ଏକ ସହଭାଗୀତା ହୋଇଛି । ଏହା ଅଭିନବ ଏବଂ ନନ-ଫେୟାର ରାଜସ୍ୱ ଧାରଣା ଯୋଜନା (INFRIS) ଅଧୀନରେ କରାଯାଇଛି । ପାଣ୍ଡେ କହିଛନ୍ତି ଯେ ଟ୍ରେନରେ ATM ସ୍ଥାପନ କରିବାର ଚିନ୍ତାଧାରା ପ୍ରଥମେ ଭୁସାଭଲ ଡିଭିଜନ ଦ୍ୱାରା ଆୟୋଜିତ INFRIS ର ଏକ ବୈଠକରେ ଆସିଥିଲା । ଯେତେବେଳେ ଏହି ପ୍ରସ୍ତାବ ଆସିଲା ସମସ୍ତେ ତୁରନ୍ତ ଏହା ଉପରେ ଆଲୋଚନା କରିଥିଲେ । ପଞ୍ଚବଟୀ ଏକ୍ସପ୍ରେସର ଯାତ୍ରୀମାନେ ଏହି ସୁବିଧା ଆରମ୍ଭ ହେବା ପରେ କହିଛନ୍ତି ଯେ ଟ୍ରେନରେ ଏଟିଏମ୍ ଥିବାରୁ ସେମାନେ ବହୁତ ଖୁସି । ଏହି ମେସିନ୍ ଏକ ଏସି କୋଚ୍ରେ ସ୍ଥାପିତ ହୋଇଛି କିନ୍ତୁ ଟ୍ରେନ୍ର ସମସ୍ତ ୨୨ଟି କୋଚ୍ ପରସ୍ପର ସହିତ ଜଡିତ ହୋଇଥିବାରୁ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ ।