
ବୌଦ୍ଧ: ଗାଁରେ ବୁଲୁଛି ବାଘ । ଆତଙ୍କିତ ଗାଁର ଲୋକ । ବାରିଙ୍ଗି ଗାଁରେ ମହାବଳ ବାଘ ବୁଲୁଥିବା ନେଇ ଭୟ ବଢିଯାଇଛି । ମୁଣ୍ଡେଶ୍ୱର ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡିଛି । ଜଙ୍ଗଲ ନିକଟରେ ଏକ ପୋଖରୀ ଖୋଳା ଚାଲିଥିବା ବେଳେ ଜଙ୍ଗଲ ଭିତରୁ ବାହାରିଲା ବାଘ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ।
ସୂଚନା ଅନୁସାରେ, ଗତ କିଛିଦିନ ହେବ ବୌଦ୍ଧ ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ମୁଣ୍ଡେଶ୍ୱର ଜଙ୍ଗଲରେ ବାଘ ବୁଲୁଥିବା ଦେଖି ବାରିଙ୍ଗି ଗାଁର ଲୋକେ ଭୟଭୀତ ଓ ଆତଙ୍କିତ ଥିବା ପ୍ରକାଶ କରିଛନ୍ତି। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ମଣ ନଜର ରଖାଯାଇଥିବାବେଳେ ଗ୍ରାମବାସୀ ସତର୍କ ରହିବା ସହିତ ଭୟଭୀତ ଓ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।