
କରୋନା ପରେ ଏବେ ପୁଣି ଏକ ବିପଜ୍ଜନକ ରୋଗର ଆତଙ୍କ ସାରା ବିଶ୍ୱରେ ସୃଷ୍ଟି ହୋଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି । ଏହି ନୂତନ ରୋଗକୁ ଏକ୍ସ ବୋଲି କୁହାଯାଉଛି ।
ଡବ୍ଲ୍ୟୁଏଚଓ ଅନୁଯାୟୀ ଏହି ରୋଗ କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ଅଧିକ ବିପଜ୍ଜନକ ଅଟେ । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡକ୍ଟର ଟେଡ୍ରୋସ ଆଧାନୋମ ଗେବ୍ରେୟସସ୍ କହିଛନ୍ତି ଏହା ଏପରି ଏକ ରୋଗ ଯେଉଁଥିରେ କୋଟି କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ସେ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏଥିରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଟିକା ତିଆରି କରିବା କାମ ଆରମ୍ଭ କରିଦେଇଛନ୍ତି ।
ଡବ୍ଲ୍ୟୁଏଚଓ ଅନୁଯାୟୀ, କରୋନା ମହାମାରୀ ହେତୁ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ ଲୋକ ମୃତ୍ୟୁବରଣ କରିଛନ୍ତି l କିନ୍ତୁ ଏହି ନୂତନ ରୋଗ କରୋନା ଅପେକ୍ଷା ଅଧିକ ମାରାତ୍ମକ ଅଟେ । ଏହି କାରଣରୁ ଏଥିରେ ପ୍ରାୟ ୫ କୋଟି ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି ।
ଏଥି ସହିତ, ବିଶ୍ୱର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ନୂତନ ରୋଗ ବିଷୟରେ କହିଛନ୍ତି ଏକ୍ସ ସ୍ପେନୀୟ ଫ୍ଲୁ ପରି ବିନାଶ ଘଟାଇପାରେ । ସୂଚନାଯୋଗ୍ୟ, ୧୯୧୮-୨୦ ମସିହାରେ ସ୍ପେନ ଫ୍ଲୁ ଯୋଗୁ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ନୂତନ ରୋଗ ସେହିପରି କ୍ଷତିକାରକ ହୋଇପାରେ l
ତେବେ କରୋନା ମହାମାରୀରୁ ସମଗ୍ର ବିଶ୍ୱ ଅନେକ କିଛି ଶିକ୍ଷା ପ୍ରାପ୍ତ କରିଛି l ଏହି ରୋଗ ଯଦି ମହାମାରୀର ରୂପ ଧାରଣ କରେ ତେବେ କରୋନାରୁ ପ୍ରାପ୍ତ ଅଭିଜ୍ଞତା ଏହା ସହ ଲଢ଼ିବାରେ ଅଧିକ ସାହାଯ୍ୟ କରିବ l