
ନୂଆଦିଲ୍ଲୀ: ସାରା ବିଶ୍ବକୁ ସ୍ତବ୍ଧ କରିଛି ପହଲଗାମ ଆତଙ୍କବାଦୀ ହମଲା । ୨୮ଜଣଙ୍କ ଜୀବନ ନେଇଛନ୍ତି ନୃଶଂସ ଆତଙ୍କୀ । କାଶ୍ମୀର ରାଜନୀତି ସହ ଆଦୌ ସଂପର୍କ ନଥିବା ଲୋକଙ୍କୁ ଏଥର ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି । ତେବେ ଆତଙ୍କବାଦୀଙ୍କ ଏହି ସଂହାରଲୀଳା ପରେ ମୁହାଁମୁହିଁ ସ୍ଥିତିରେ ଏବେ ଭାରତ-ପାକିସ୍ତାନ। ପାକିସ୍ତାନକୁ ପାନେ ଦେବାକୁ ବଳ ଲଗାଇଛି ଭାରତ। ପହଲଗାମରେ ବର୍ବୋରଚିତ ଆକ୍ରମଣ ପରେ ବଡ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ। ପ୍ରଥମେ ନିଆଁ ପାଣି ବନ୍ଦ କରି ପାକିସ୍ତାନକୁ ପଙ୍ଗୁ କରିବ ଭାରତ। ଆଉ ଲୋକ ସଂପର୍କ ଛିନ୍ନ କରାଯିବ ପରେ ହୋଇପାରେ ସାମରିକ ଆକ୍ସନ। ଭାରତ ବଡ଼ ପଦକ୍ଷେପ ନେଇ ସମସ୍ତ ପାକିସ୍ତାନୀଙ୍କ ଭିସା ରଦ୍ଦ କରିଛି। ୭୨ ଘଣ୍ଟା ଭିତରେ ଭାରତ ଛାଡ଼ିବାକୁ ପାକିସ୍ତାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସିନ୍ଧୁ ଜଳ ଚୁକ୍ତି ଉପରେ ରୋକ୍ ଲଗାଇଛି ଭାରତ। ମାନେ ରକ୍ତ ଓ ପାଣି ଗୋଟିଏ ସମୟରେ ବୋହିବ ନାହିଁ ବୋଲି ଚେତାଇ ଦେଇଛି ଭାରତ ।
ଅନ୍ୟପଟେ ଏହି ଆକ୍ରମଣ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନାମକ ଆତଙ୍କବାଦୀ ସଂଗଠନ ଭିଆଇଛି ବୋଲି ସ୍ବୀକାର କରିଛି। ତେବେ ଏହି ଆକ୍ରମଣ ପରେ ଜମ୍ମୁ ଓ କଶ୍ମୀରରୁ ପର୍ଯ୍ୟଟକମାନେ ଫେରୁଥିବାରୁ ବିମାନ ଭଡା ଅସ୍ଥାୟୀ ବୃଦ୍ଧି ଦେଖାଦେଇଛି। ସରକାର ବିମାନ ସେବା ମୂଲ୍ୟ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି। ତଥାପି, ସୀମାରେ ବଢୁଥିବା ଉତ୍ତେଜନା ଓ ବାଣିଜ୍ୟ ବାଧା ଯୋଗୁ ଇନ୍ଧନ ଓ ପରିବହନ ଖର୍ଚ୍ଚ ବିପାରେ, ଯାହା ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷର ମୂଲ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ ଯୁଦ୍ଧ ପାଇଁ ଅର୍ଥନୈତିକ ଅସ୍ଥିରତା ଏବଂ ମୂଲ୍ୟ ବୃଦ୍ଧିର ଆଶଙ୍କା ସାଧାରଣ ଜନତାଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ଭାରତ ପାକିସ୍ତାନରୁ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ କରୁଛି। ଯାହା ଗ୍ରାହକଙ୍କୁ ଗୁରୁତର ଭାବରେ ପ୍ରଭାବିତବି କରିବାର ସମ୍ଭାବନା ଅଛି।
ପାକିସ୍ତାନ ଭାରତକୁ ଶୁଖିଲା ଫଳର ଏକ ପ୍ରମୁଖ ରପ୍ତାନିକାରୀ। ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଯୋଗୁଁ ଶୁଖିଲା ଫଳ ଯଥେଷ୍ଟ ମହଙ୍ଗା ହୋଇପାରେ। ଭାରତରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ରକ ଲୁଣର ଯୋଗାଣ ପାକିସ୍ତାନରୁ ହୋଇଥାଏ। ବାଣିଜ୍ୟ ବନ୍ଦ ହେବା ସହିତ ମୂଲ୍ୟ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଆଶା କରାଯାଉଛି। ସେହିପରି ଭାରତ ପାକିସ୍ତାନରୁ ଫଳ, ସିମେଣ୍ଟ, ମୁଲତାନି ମାଟି, ଇସ୍ପାତ ଏବଂ ଚମଡା ସାମଗ୍ରୀ ମଧ୍ୟ ଆଣେ। ଏସବୁ ଏବେ ମହଙ୍ଗା ହୋଇପାରେବୋଲି କୁହାଯାଉଛି।