
ଆରମ୍ଭ ହୋଇସାରିଛି ଚଳିତ ବର୍ଷର ଦଶମ ମାସ ଅକ୍ଟୋବର l ଏହି ଅକ୍ଟୋବର ମାସ ଆରମ୍ଭରୁ ଅନେକ ସରକାରୀ ଓ ଅନ୍ୟାନ୍ୟ ନିୟମ ବଦଳିବ ଯାହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ ।
ତେବେ ଚଳିତ ମାସରୁ କେଉଁ ସବୁ ନିୟମ ବଦଳୁଛି ଆସନ୍ତୁ ଜାଣିବା :
- ନୂଆ ନିୟମ ଅନୁଯାୟୀ ଏବେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛିl
କାରଣ ଆଜିଠାରୁ ଜନ୍ମ ମୃତ୍ୟୁ ପଞ୍ଜିକରଣ ଅଧିନିୟମ, ୨୦୨୩ ପ୍ରଚଳନ ଜରାଯାଉଛି l - ଶିକ୍ଷାନୁଷ୍ଠାନରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି ତିଆରି, ବିବାହ ପଞ୍ଜିକରଣ ଏସବୁ ପାଇଁ ଏକମାତ୍ର ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ l
- ବିଦେଶୀ ଭ୍ରମଣ ପ୍ୟାକେଜ୍ ଓ ଲିବରାଇଜ୍ଡ୍ ରିମିଟାନ୍ସ ସ୍କିମରେ ୭ ଲକ୍ଷରୁ ଅଧିକ ଖର୍ଚ୍ଚ କଲେ ୨୦ ପ୍ରତିଶତ ହାରରେ ଟିସିଏସ୍ ଆଦାୟ ହେବ l ପୂର୍ବରୁ ୭ ଲକ୍ଷ ଟଙ୍କାରୁ ଅଧିକ ଏଲ୍ଆରଏସରେ ୫ ପ୍ରତିଶତ ଟିସିଏସ୍ ଆଦାୟ ହେଉଥିଲା ଯାହା ବର୍ତ୍ତମାନ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି l କିନ୍ତୁ ଯଦି ବିଦେଶ ଭ୍ରମଣ ଶିକ୍ଷା କିମ୍ବା ଚିକିତ୍ସା ଉଦେଶ୍ୟରେ ହୋଇଥାଏ ଟିସିଏସ ସେହି ୫ ପ୍ରତିଶତ ହିଁ ନିଆଯିବ l
- ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀମାନେ ନିଜସ୍ୱ ନେଟୱର୍କ ଚୟନ କରିବାର ସୁଯୋଗ ପାଇବେ l
- ଅକ୍ଟୋବର ୭ ତାରିଖରୁ ୨୦୦୦ ଟଙ୍କିଆ ନୋଟ ସମ୍ପୂର୍ଣରୂପେ ଅଚଳ ହୋଇଯିବ l ୭ ତାରିଖ ପରେ ବ୍ୟାଙ୍କ ମଧ୍ୟ ଆଉ ଏହି ନୋଟ ଗ୍ରହଣ କରିବ ନାହିଁ l