
ଏବେ ପୁରୁଣା ସିନେମାଗୁଡିକର ସୀକ୍ୱେଲ ସିରିଜ ବାହାର କରିବା ଏକ ଟ୍ରେଣ୍ଡ ଚାଲିଛି l ତେବେ ଏହି ଟ୍ରେଣ୍ଡକୁ ଲକ୍ଷରେ ରଖି ଖୁବ ଶୀଘ୍ର ଦର୍ଶକଙ୍କ ନିକଟକୁ ଆସିପାରେ ବୋହୁ ପ୍ରତିକ୍ଷୀତ ଚଳଚିତ୍ର ଧଡକନର ସୀକ୍ୱେଲ l
ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀ ଓ ଶିଳ୍ପା ଶେଟ୍ଟୀଙ୍କ ଅଭିନୀତ ରୋମାଂଟିକ ଡ୍ରାମା ଧଡକନ ବକ୍ସ ଅଫିସରେ ସେ ସମୟରେ ବି ଖୁବ ଭଲ ବ୍ୟବସାୟ କରିଥିଲା । ଏହି ଫିଲ୍ମଟି ୨୦୦୦ ମସିହାରେ ରିଲିଜ ହୋଇଥିଲା l ଫିଲ୍ମର ଗୀତ ଏବଂ କଳାକାରଙ୍କ ଜୀବନ୍ତ ଅଭିନୟ ଏବେ ବି ଫିଲ୍ମକୁ ସ୍ମରଣୀୟ କରି ରଖିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମେକର୍ସ ଏବେ ଏହି ସିନେମାର ସୀକ୍ୱେଲ ପାଇଁ ଉଦ୍ୟମ ଆରମ୍ଭ କରି ସାରିଛନ୍ତି ।

ନିର୍ଦ୍ଦେଶକ ଧର୍ମେଶ ଦର୍ଶନଙ୍କ କହିବା ଅନୁସାରେ ନିର୍ମାତା ରତନ ଜୈନ ଧଡକନ ୨ ପାଇଁ ପ୍ରସ୍ତୁତ ହେବାକୁ ତାଙ୍କୁ କହିଛନ୍ତି । ତେବେ ସେ କହିଛନ୍ତି ଯେ, ‘ମୁଁ ଏହାର ସିକ୍ୱେଲ ସପକ୍ଷରେ ନାହିଁ । ଏହା କୌଣସି ଆକ୍ସନ କିମ୍ବା କମିକ ଫିଲ୍ମ ନ ଥିଲା ଯେ, ତାର ସୀକ୍ୱେଲ କରାଯବ । ଗଦର ୨ର ସଫଳତା ପରେ ଏବେ ସେ ସମୟର ନିର୍ମାତାମାନେ ସେମାନଙ୍କ ଚର୍ଚ୍ଚିତ ଫିଲ୍ମର ସିକ୍ୱେଲ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି । ନିର୍ମାତା ବାରମ୍ବାର ଚାପ ପକାଇବା ପରେ ଏବେ ମୁଁ ଏହାର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିଛି । ଏହା ଶେଷ ହେବା ପରେ କଳାକାର ଚୟନ ନେଇ ବିଚାର କରାଯିବ l’

ତେବେ ନିକଟରେ ଗଦରର ସୀକ୍ୱେଲ ଗଦର 2 ରିଲିଜ ହୋଇଥିଲା ଯାହାକି ବକ୍ସ ଅଫିସରେ କମାଲ କରିବା ସହ ନୂଆ ନୂଆ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛି l ଏହାକୁ ଦେଖି ନିର୍ମାତାନନେ ସୀକ୍ୱେଲ ବାନେଇବାକୁ ଆଗ୍ରହୀ ହୋଇଥିଲେ ହେଁ ଏହା କେତେଦୂର ହିଟ ହେବ ତାହା ସମୟ କହିବ ।