
ମୁମ୍ବାଇ : ଶାହାରୁଖ୍ ଖାନଙ୍କ ଫିଲ୍ମ ‘ଜଓ୍ବାନ୍’ ବକ୍ସ ଅଫିସରେ ଚଞ୍ଚଲ୍ୟ ସୃଷ୍ଟି କରିଚାଲିଛି । ‘ଜଓ୍ବାନ୍’ ଚଳିତ ମାସ ୭ ତାରିଖରେ ରିଲିଜ ହୋଇଥିଲା l ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କ୍ରେଜ୍ କମିନି l ଫ୍ୟାନ୍ସମାନେ ଥରେ ନୁହେଁ ବାରମ୍ବାର ଏହି ସିନେମାଟିକୁ ଦେଖିବାକୁ ପସନ୍ଦ କରୁଛନ୍ତି । ତେବେ ଫିଲ୍ମଟିରେ ଶାହରୁଖଙ୍କ ସହ ନଜର ଆସିଛନ୍ତି ସାଉଥ ହେରୋଇନ ନୟନତାର l ‘ଜୱାନ’ରେ ଶାହାରୁଖ ଖାନ୍ ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
ଏହାରି ଭିତରେ ଫ୍ୟାନ୍ସ ମାନଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି ଶାହାରୁଖ୍ । ଶାହାରୁଖ୍ ଖାନଙ୍କ ଆଗାମୀ ଅଭିନୀତ ଫିଲ୍ମ ‘ଡଙ୍କି’ର ରିଲିଜ୍ ରାତିଖ ସାମ୍ନାକୁ ଆସିଛି । ଚଳିତ ବର୍ଷ ଡିସେମ୍ବର ୨୨ ରେ ରିଲିଜ୍ ହେବ ଡଙ୍କି ବୋଲି ସୂଚନା ମିଳିଛି । ତେବେ ଖ୍ରୀଷ୍ଟମାସ ଅବସରରେ କିଙ୍ଗ ଖାନଙ୍କ ଅଭିନୀତ ଏହି ଫିଲ୍ମ ପରଦାକୁ ଆସି ପୁଣି ଧମାଲ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏହି ସିନେମା ‘ଡଙ୍କି’କୁ ନିର୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀଙ୍କ l ଏହି ସିନେମାରେ ନଜର ଆସିବେ ଶାହାରୁଖଙ୍କ ସହ ତାପସି ପନୁ । ତେବେ ଫିଲ୍ମଟି କେବେ ରିଲିଜ ହେବ ସେନେଇ ଅନେକ ଆଲୋଚନା ହେଉଥିବା ବେଳେ ଶେଷରେ ଏହାର ରିଲିଜ ତାରିଖ ସାମ୍ନାକୁ ଆସିଯାଇଛି l ଚଳିତ ବର୍ଷ ଶାହରୁଖଙ୍କର ଦୁଇଟି ଫିଲ୍ମ ରିଲିଜ ହୋଇଥିବାରୁ ଏହି ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ ବୋଲି କୁହାଯାଉଥିଲା । ହେଲେ ଏ ସମସ୍ତ ଚର୍ଚ୍ଚାରେ ଏବେ ଅନ୍ତ ଘଟିସାରିଛି । ଶୁକ୍ରବାର ‘ଯବାନ’ର ସଫଳତାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ କିଙ୍ଗ୍ ଖାନ୍ ‘ଡଙ୍କି’ ଆସନ୍ତା ବର୍ଷ ନୁହେଁ ବରଂ ଏହି ବର୍ଷ ଶେଷ ଆଡକୁ ହିଁ ରିଲିଜ ହେବ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଖ୍ରୀଷ୍ଟମାସ ଅବସରରେ ଏହା ପରଦାକୁ ଆସିବ ବୋଲି ଶାହରୁଖ ସ୍ପଷ୍ଟ କହିଛନ୍ତି । ଫ୍ୟାନ୍ସମାନଙ୍କ ପାଇଁ ଏହା ନିହାତି ଭାବରେ ଏକା ଖୁସି ଖବର l