ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଥମ ଥର ପାଇଁ ଲଣ୍ଡନ ଗସ୍ତରେ ଯିବେ ।ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଲଣ୍ଡନ ଗସ୍ତରେ ଯିବେ ।ଉପମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀମତୀ ପରିଡ଼ା ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରୁଛନ୍ତି। ଏଠାରେ ସେ ଓଡ଼ିଶା ପର୍ଯ୍ୟଟନ ପ୍ରବାସୀ ଏବଂ ଇଣ୍ଡଷ୍ଟ୍ରି ଲିଡରଙ୍କ ସହ ସମ୍ପର୍କକୁ ମଜବୁତ କରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ବିଦେଶ ମାଟିରେ ଶ୍ରୀମତୀ ପରିଡା ଓଡ଼ିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ ଅଧିକ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବ ବୋଲି ଦୃଢ଼ ଆଶା କରାଯାଉଛି। ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀମତୀ ପରିଡ଼ା ସାତଦିନିଆ ଲଣ୍ଡନ ଗସ୍ତ କରିବେ ବୋଲି ଲୋକ ସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।