
ଆସନ୍ତାକାଲି ରାତି ପ୍ରାୟ ୧୧ଟା ସମୟରେ ୩୦ରୁ ୪୦ଯୁବକ ସଂଘବଦ୍ଧ ଭାବେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରରେ ଫୁଟିଲା ବୋମା ।ବୋମା ମାଡ଼ରେ ଗୋଟିଏ କାର୍, ଗୋଟିଏ ବାଇକ୍ ନଷ୍ଟ ହୋଇଯାଇଛି ।ବୋମା ମାଡ଼ପରେ ଯୁବକମାନେ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ଚାଲିଯାଇଛନ୍ତି।
ସହିଦନଗର ପୁଲିସ ଘଟଣାର ଛାନଭିନ୍ ଚଳାଇଛି। ସିସିଟିଭି ଫୁଟେଜରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।ଦୁର୍ବୃତ୍ତମାନେ କେଉଁ କାରଣ ପାଇଁ ବୋମାମାଡ଼ କଲେ ତାହାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ଗତ ଗୁରୁବାର ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।