Monday, May 20, 2024
HomeINTERNATIONALବୈଷୟିକ ତୃଟି କାରଣରୁ ବନ୍ଦ ହେଲା ବ୍ରିଟେନ୍ ଏୟାର ସ୍ପେସ୍‌

ବୈଷୟିକ ତୃଟି କାରଣରୁ ବନ୍ଦ ହେଲା ବ୍ରିଟେନ୍ ଏୟାର ସ୍ପେସ୍‌

ନୂଆଦିଲ୍ଲୀ: ସୋମବାର ବ୍ରିଟେନ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌ ସିଷ୍ଟମରେ ତୃଟି ପରିଲକ୍ଷିତ ହେବା ପରେ ଏହାର ଏୟାର ସ୍ପେସ୍‌କୁ ବନ୍ଦ କରି ଦିଆଯାଇଛି । ଫଳରେ ନେଟୱାର୍କ ବ୍ୟବସ୍ଥାରେ ତୃଟି କାରଣରୁ ବିମାନ ଯିବା ଅସିବାରେ ପ୍ରଭାବିତ ହୋଇଛି। ସ୍କଟିସ୍ ଏୟାଲାଇନ୍ ‘ଲୋଗାନ ଏୟାର’ କହିଛି ଯେ, ଟ୍ରାଫିକ୍ କଣ୍ଟ୍ରୋଲ କମ୍ପ୍ୟୁଟର ସିଷ୍ଟମରେ ତୃଟି ଦେଖା ଦେଇଛି । ଏହି କାରଣରୁ ବିଭିନ୍ନ ଆନ୍ତର୍ଜାତୀୟ ବିମାନ ଉବାଣରେ ବିଳମ୍ବ ହୋଇପାରେ ବୋଲି ଘୋଷଣା କରାଯାଇଛି ।

ବ୍ରିଟେନ୍ ବିମାନ ସେବାର ଜଣେ ପ୍ରବକ୍ତା କହିଛନ୍ତି ଯେ, ବର୍ତ୍ତମାନ ଆମେ ଏକ ବୈଷୟିକ ସମସ୍ୟାର ସମ୍ମୁଖିନ କରିଛୁ, ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ସ୍ପେସ୍‌କୁ ବନ୍ଦ କରି ଦିଆଯାଇଛି । ଇଞ୍ଜିନିୟରମାନେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ ନ୍ୟାସନାଲ ଏୟାର ଟ୍ରାଫିକ୍ ସର୍ଭିସେସ୍ ଯାତ୍ରୀମାନଙ୍କୁ ହେଉଥିବା ସମସ୍ୟା ପାଇଁ କ୍ଷମା ମାଗି କହିଛି ଯେ, ଖୁବ୍‌ଶୀଘ୍ର ଏହାର ସମାଧାନ ପାଇଁ କାର୍ଯ୍ୟ କରାଯାଉଛି । ତେବେ ଏନ୍‌ଏଟିଏସ୍ ପକ୍ଷରୁ ଏ ସମ୍ପର୍କରେ କୌଣସୁ ସୂଚନା ଦିଆଯାଇନାହିଁ, କି ଏହାର କାରଣ କଣ ଏବଂ ଏହା ସମାଧାନ କେବେ ହେବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments