
ମହିଳା ଏବଂ ପୁରୁଷଙ୍କ ଡ୍ରେସ୍ କୋର୍ଡକୁ ନେଇ ଏବେ ଇରାନରେ ଶକ୍ତ ହେବାକୁ ଯାଉଛି ନିୟମ । ଟାଇଟ୍ ଡ୍ରେସ୍ ପିନ୍ଧିଲେ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ନିୟମ ଯିଏ ଭାଙ୍ଗିବ ତ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଡ୍ରେସ୍ କୋର୍ଡକୁ ନେଇ ଇରାନରେ ଦେଖାଯାଇଥିବା ବିବାଦ ଭିତରେ ଇରାନର ସଂସଦରେ ମହିଳାଙ୍କ ଡ୍ରେସ୍ କୋର୍ଡକୁ ନେଇ ଏକ ବିଲ୍ ପାସ୍ କରାଯାଇଛି l
ଏହି ବିଲଟିରେ ମହିଳାମାନଙ୍କ ଡ୍ରେସ୍ ପିନ୍ଧିବାକୁ ନେଇ କଡା ନିୟମ ରହିଛି । ଏମିତି କି ମହିଳାଟିଏ ଯଦି ଟାଇଟ୍ ଡ୍ରେସ୍ ପିନ୍ଧିବେ, ତେବେ ସେଥିପାଇଁ ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ହେଇପାରେ । ଅନ୍ୟପଟେ ମହିଳାମାନେ ମୁଣ୍ଡରେ ହିଜାବ ପିନ୍ଧିବା ମଧ୍ୟ ବାଧ୍ୟ ବୋଲି ଏହି ବିଲରେ ଉଲ୍ଲେଖ କରାଯାଇଛି । ଯଦି କେହି ବି ଏହି ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ନିୟମ ମୁତାବକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯିବ । ଇରାନର ସଂସଦ ଏହି ବିଲକୁ ପାସ୍ କରିସାବା ପରେ ବର୍ତ୍ତମାନ ଏହାକୁ ଗାର୍ଡିୟନ୍ କାଉନସିଲ ପାଖକୁ ପଠାଯିବ । ଏହାର ଅନୁମୋଦନ ପରେ ହିଁ ଏହି ବିଲଟି ଆଇନରେ ପରିଣତ ହେବ ।
ଏବେ ସବୁ ସ୍ଥାନରେ ମହିଳାମାନଙ୍କୁ ସଶକ୍ତ କରିବା ସହ ମହିଳାମାନଙ୍କ ସ୍ୱାଧୀନତାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି l କିନ୍ତୁ ଇରାନରେ ଏକ ଛୋଟ ଡ୍ରେସ୍ କୋର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଚାଲିଛି । ମହିଳାମାନଙ୍କ ପାଇଁ ଏହି ଡ୍ରେସ୍ କୋର୍ଡ ନିୟମକୁ ସେଠାକାର ମହିଳାମାନେ ବିରୋଧ କରୁଛନ୍ତି । ହେଲେ ବି ସେଠାକାର ସରକାର ମହିଳାଙ୍କୁ ନେଇ ଏପରି ନିୟମ ଆଣିଛନ୍ତି । ତେବେ କେବଳ ମହିଳା ନୁହେଁ ବରଂ ପୁରୁଷଙ୍କ ପାଇଁ ମଧ୍ୟ ସେଠାରେ ଡ୍ରେସ୍ କୋର୍ଡ ନିୟମ ଲାଗୁ ହେବ ଚର୍ଚ୍ଚା ହେଉଛି ।