Sunday, May 19, 2024
HomeSPORTSଇତିହାସ ରଚିଲେ ଶବନିମ ଇସମାଇଲ; ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ କରିଥିଲେ ବୋଲିଂ

ଇତିହାସ ରଚିଲେ ଶବନିମ ଇସମାଇଲ; ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ କରିଥିଲେ ବୋଲିଂ

ନୂଆଦିଲ୍ଲୀ: ଇତିହାସ ରଚିଲେ ସାଉଥ୍ ଆଫ୍ରିକାର ଦ୍ରୁତ ବୋଲର୍‌ ଶବନିମ ଇସମାଇଲ l ଘଣ୍ଟାପ୍ରତି ୧୩୦ କିଲୋମିଟର ସ୍ପିଡ୍‌ରେ ବୋଲିଂ କରି ସାଜିଲେ ବିଶ୍ୱର ପ୍ରଥମ ମହିଳା ବୋଲର୍‌ l ଇସମାଇଲ ମଙ୍ଗଳବାରରେ ଏହି ଐତିହାସିକ ରେକର୍ଡ ନିଜ ନାଁରେ କରିଛନ୍ତି । ଇସମାଇଲ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ ମଧ୍ୟରେ WPL 2024ରେ ଘଣ୍ଟାପ୍ରତି ୧୩୨.୧ କିଲୋମିଟର ସ୍ପିଡ୍‌ରେ ବୋଲିଙ୍ଗ୍‌ କରିଥିଲେ ।

ମ୍ୟାଚର ତୃତୀୟ ଓଭରର ଦ୍ୱିତୀୟ ବଲ୍‌ରେ ଏହି ବୋଲିଙ୍ଗି କରିଥିଲେ ଶବନିମ୍‌ । ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ୍‌ ମେଗ ଲାନିଙ୍ଗଙ୍କୁ ଏହି ବଲ୍‌ ପକାଇଥିଲେ ଇସମାଇଲ । ମୁମ୍ବାଇ ଇଣ୍ଡିଆନ୍ସ ଏଲବିଡବ୍ଲୁ ପାଇଁ ଆବେଦନ କରିଥିଲେ, କିନ୍ତୁ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

ମ୍ୟାଚ୍‌ ପରେ ଯେତେବେଳେ ଇସମାଇଲଙ୍କୁ ତାଙ୍କ ରେକର୍ଡ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ କି ସେ ବୋଲିଂ କଲା ବେଳେ ବଡ ପରଦାକୁ ଧ୍ୟାନ ଦିଅନ୍ତି ନାହିଁ । ତେଣୁ ସେ ତାଙ୍କ ରେକର୍ଡ ବିଷୟରେ ଜାଣିନଥିଲେ । ୨୩ ବର୍ଷୀୟ ଏହି ଖେଳାଳି ପୂର୍ବରୁ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କ୍ୟାପିଟାଲ୍ସ ବିପକ୍ଷରେ WPL ୨୦୨୪ ସିଜନ ଓପନର୍‌ରେ ଘଣ୍ଟାପ୍ରତି ୧୨୮.୩ କିଲୋମିଟର ବେଗରେ ବୋଲିଂ କରିଥିଲେ ।

ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର୍‌ ଅନ୍ତରାଷ୍ଟ୍ରୀୟ ମହିଳା କ୍ରିକେଟରେ ସବୁଠାରୁ ଦ୍ରୁତ ବେଗରେ ବୋଲିଂ କରିବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି । ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘଣ୍ଟାପ୍ରତି ୧୨୮ କିଲୋମିଟର ଏବଂ ୨୦୨୨ ODI ବିଶ୍ୱକପରେ ଦୁଇଥର ଘଣ୍ଟାପ୍ରତି ୧୨୭ କିଲୋମିଟର ବେଗରେ ବୋଲିଂ କରିଥିଲେ । ୨୦୨୩ର ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ଗୋଟିଏ ଓଭରରେ ୧୧୯, ୧୨୨, ୧୨୬, ୧୨୦, ୧୨୫, ୧୨୮ ବେଗରେ ବୋଲିଂ କରିଥିଲେ ଇସମାଇଲ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments