
ରୁଷରେ ଭୟଙ୍କର ଭୂକମ୍ପ । ଋଷର ଶିବେଲୁଚର ଉପକୂଳରେ ଭୂମିକମ୍ପ ସହ ଆଗ୍ନେୟଗିରି ଉଦଗୀରଣ ହୋଇଛି ।ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି।TASSରୁ ମିଳିଥିବା ସୂଚନା ଅନୁଯାୟୀ ଆଗ୍ନେୟଗିରିରୁ ବିପୁଳ ପରିମାଣର ଲାଭା ବାହାରିଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।
ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ଋଷର ନ୍ୟୁଜ୍ ଏଜେନ୍ସି ଟାସ୍ କହିଛି ଯେ ଘରଗୁଡ଼ିକରେ ଥିବା ଆସବାବପତ୍ର ଖସି ପଡିଛି ।ରିପୋର୍ଟ ଅନୁସାରେ, ଆଗ୍ନେୟଗିରିରୁ ଲାଭ ବାହାରିବା ସହ ମାଇଲ ମାଇଲ ଉପରକୁ ପାଉଁଶ ଉଠୁଛି ।ଭୂକମ୍ପ ପରେ ସୁନାମି ବରିଂ ମଧ୍ୟ ଜାରି ହେଇନି ।