 
        ପ୍ୟାରିସ ଅଲମ୍ପିକସରେ ଭାରତୀୟ ହକି ଟିମ୍କୁ ବଡ଼ ଝଟକା।ହକି ଟିମ ସେମି ଫାଇନାଲ ମୁକାବିଲା ଖେଳି ପାରିବେ ନାହିଁ ଓଡ଼ିଆ ପୁଅ । ଟିମ୍ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସ।ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ହୋଇଛନ୍ତି ଅର୍ଥାତ ସେମି ଫାଇନାଲ ମ୍ୟାଚ ଖେଳିବେ ନାହିଁ ।ମଙ୍ଗଳବାର ଖେଳା ଯିବାକୁ ଥିବା ସେମି ଫାଇନାଲରେ ଅମିତଙ୍କ ବିନା ଖେଳିବ ଭାରତୀୟ ଦଳ।
ଏଫ୍ଏଚ୍ଆଇର ସୂଚନା ଅନୁସାରେ, ଏଫ୍ଆଇଏଚ୍ର ନିୟମ ଉଲ୍ଲଂଘନ କରିବା କାରଣରୁ ଅମିତ ରୋହିଦାସଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ ଲଗାଯାଇଛି। ସେ ମ୍ୟାଚ୍ ନମ୍ବର ୩୫ ଅର୍ଥାତ ୬ ଅଗଷ୍ଟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚ୍ ଖେଳି ପାରିବେ ନାହିଁ। ଭାରତୀୟ ଦଳକୁ ତାଙ୍କ ବିନା ବାକି ୧୫ ଖେଳାଳିଙ୍କ ମଧ୍ୟରୁ ଖେଳାଳି ଚୟନ କରି ସେମିଫାଇନାଲ ଟିମ୍ ତିଆରି କରିବାକୁ ପଡ଼ିବ। ହକି ଇଣ୍ଡିଆ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହିତ ଏଫ୍ଆଇଏଚ୍ ନିକଟରେ ଅପିଲ ମଧ୍ୟ କରିଛି। ଏଫ୍ଆଇଏଚ୍ର ଏକ ଜରୁରୀ କମିଟି ଏହି ଘଟଣାର ଶୁଣାଣି କରିବେ ବୋଲି କହିଛନ୍ତି ବରିଷ୍ଠ ଅଧିକାରୀ।
ସୂଚନାଅନୁଯାୟୀ , କ୍ବାର୍ଟର ଫାଇନାଲ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଭାରତ- ବ୍ରିଟେନ୍। କ୍ୱାର୍ଟର ଫାଇନାଲ ମ୍ୟାଚ୍ ଦ୍ବିତୀୟ କ୍ବାର୍ଟରରେ ରୋହିତ ଦାସଙ୍କ ହକି ଷ୍ଟିକ୍ ଗ୍ରେଟ୍ ବ୍ରିଟେନର ଖେଳାଳି ୱିଲ୍ କଲନାନଙ୍କ ମୁହଁରେ ବାଜିଥିଲା।ଯାହାଫଳରେ ଅମିତ ରୋହିଦାସଙ୍କୁ ରେଡ କାର୍ଡ ମିଳିଥିଲା ।
ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ କହିବା ମୁତାବକ ,ଅମିତ ଜାଣିଶୁଣି କିଛି ଭୁଲ କରିନଥିଲେ।ଅମ୍ପାୟାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ଥିଲା ।କିନ୍ତୁ ସେ ହଠାତ ରେଡ କାର୍ଡ ଦେଖାଇଥିଲେ ।ମାତ୍ର ଅମିତ କିଛି ଭୁଲ କରିନଥିଲେ ।କେବଳ ଦିଲ୍ଲୀପ ତିର୍କି ନୁହେଁ ଏକଥାକୁ ଅନେକ ବିରୋଧ କରୁଛନ୍ତି ।
 
         
         
         
         
         
        