
ଆଠଗଡ:ଲୋକ କାହାଣୀ ତଅପୋଇରେ ଦିନେ ପଢିଥିଲେ ନଣଦ ଭାଉଜମାନଙ୍କ ନାକ କଟିଥିଲା | ସେହି ବୋହୁ ନାକ କାଟିବା କଥାର ଏବେ ପୁନରାବୃତି ଘଟିଛି | ହେଲେ ଏଠି ନଣନ୍ଦ ନୁହେଁ, ଶଶୂର କାଟି ଦେଛନ୍ତି ବୋହୂର ନାକ | ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ରେ |
ଝଗଡା ଆରମ୍ଭ ହୋଇଥିଲା ଘରୋଇ କଳିରୁ | ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଶ୍ୱଶୁର- ବୋହୂ ମଧ୍ୟରେ ସାମାନ୍ୟ କଥାକୁ ନେଇ କଳି ଲାଗିଥିଲା | ହେଲେ ଶେଷରେ ଶଶୂର ବୋହୁ ନୀନା ନାୟକଙ୍କ ନାକ କାଟି ଦେଇଥିଲେ |
ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତ ଶଶୂର ଅମର ନାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଘଟଣାଟି ଥିଲା ଏମିତି | ଆଜି ସକାଳେ ନୀନାଙ୍କ ଝିଅ ଏକ ଛୁରୀ ଧରି ଖେଳୁଥିବା ଦେଖି ଅମର ବାରଣ କରିଥିଲେ | ହେଲେ ନାତୁଣୀ ଶୁଣି ନ ଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଆମର ନାତୁଣୀକୁ ପିଟିଥିଲେ। ଏହାକୁ ନେଇ ଶଶୂର -ବୋହୂଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଉତ୍ତ୍ୟକ୍ତ ଅମର ରାଗରେ ସେହି ଛୁରୀରେ ବୋହୂଙ୍କ ନାକ କାଟି ଦେଇଥିଲେ। ନିନାଙ୍କୁ ଏବେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଠି କହି ରଖିବୁ, ନୀନାଙ୍କ ସ୍ୱାମୀ ବୋଲବମ୍ ଯାଇଛନ୍ତି | ଟଙ୍କା ଅନୁପସ୍ଥିତିରେ ଏପରି ଘଟଣା ଘଟିଛି |