ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି l ଉଭୟ ପକ୍ଷରୁ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଏହି ବିବାଦକୁ ରୋକିବା ପାଇଁ ସମଗ୍ର ବିଶ୍ୱ ଆବେଦନ କରୁଛି l ତେବେ ଶନିବାର ହାମାସ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି।
ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ଏଜେନ୍ସି (UNRWA) ସହିତ କାର୍ଯ୍ୟ କରୁଥିବା 13,000 କର୍ମଚାରୀ ନିରନ୍ତର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ସେ ତାଙ୍କ ଜୀବନ ପ୍ରତି ବିପଦରେ ଅଛନ୍ତି। ଏହାର କାରଣ ହେଉଛି ମିଳିତ ଜାତିସଂଘର ଏକ ଡର୍ଜନରୁ ଅଧିକ କର୍ମଚାରୀ ପ୍ରାଣ ହରାଇଛନ୍ତି।
ଏଭଳି ପରିସ୍ଥିତିରେ ଏଜେନ୍ସିର ମୁଖପାତ୍ର ହାମାସ ଦ୍ୱାରା ପରିଚାଳିତ ଗାଜା ଷ୍ଟ୍ରିପରେ ପରିସ୍ଥିତିକୁ “ନର୍କ” ବୋଲି ବର୍ଣ୍ଣନା କରିଛନ୍ତି। ଘାଜାରେ ଥିବା 13,000 UNRWA କର୍ମଚାରୀଙ୍କ ମଧ୍ୟରେ ଶିକ୍ଷକ, ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଟେକ୍ନିସିଆନ ଏବଂ ଡ୍ରାଇଭର ଅଛନ୍ତି। UNRWA ଯୋଗାଯୋଗ ନିର୍ଦ୍ଦେଶକ ଜୁଲିଏଟ୍ ଟୁମା ଗାଜାର ମାନବିକ ପରିସ୍ଥିତି ଉପରେ ଭିଡିଓ କନଫରେନ୍ସ ମାଧ୍ୟମରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଗାଜା ଷ୍ଟ୍ରିପରେ ଏକ ବିରାଟ ଅପରେସନ୍ କରିଛୁ। ଆମେ ଆମର କର୍ମଚାରୀଙ୍କଠାରୁ ଯାହା ଶୁଣିଛୁ ତାହା ହେଉଛି … ସେମାନେ ଭୟଭୀତ ଏବଂ ସେମାନେ କ୍ଳାନ୍ତ ହୋଇଯାଇଛନ୍ତି l ସେମାନେ ଚାହୁଁଛନ୍ତି ଯେ ଏହା ସମାପ୍ତ ହେଉ l କିମ୍ବା ଆମକୁ ସେମାନଙ୍କୁ ଏହି ନର୍କରୁ ବାହାର କରିବାକୁ ଦିଅନ୍ତୁ l
ଇସ୍ରାଏଲର ଏକ ସପ୍ତାହ ଧରି ଅବରୋଧ ଏବଂ ବୋମା ବିସ୍ଫୋରଣ ମଧ୍ୟରେ ଏଠାରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି ବୋଲି ତୁମା କହିଛନ୍ତି। ସେ କହିଛନ୍ତି, “ମୁଁ ଭାବୁଛି ନିରାଶାର ସ୍ତର ବଢୁଛି, ପ୍ରତି ମିନିଟରେ ମୃତ୍ୟୁ ଭୟ ଆମକୁ ହନ୍ତସନ୍ତ କରୁଛି। ଏହା ଆମର କର୍ମଚାରୀମାନେ ଆମ ସହ ବାଣ୍ଟୁଛନ୍ତି”। ଗାଜାର ଖାନ ୟୁନିସରେ ଥିବା UNRWA ଆଶ୍ରୟସ୍ଥଳର ମୁଖ୍ୟ ରାୱିଆ ହାଲାସ ଏକ ଭିଡିଓରେ କହିଛନ୍ତି, ଦୟାକରି ଗାଜାକୁ ବଞ୍ଚାନ୍ତୁ। ମୁଁ ଆପଣଙ୍କୁ ଅନୁରୋଧ କରୁଛି , ଗାଜାକୁ ବଞ୍ଚାନ୍ତୁ”।
UNRWA ରବିବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏହି ଭିଡିଓ ସେୟାର କରିଛି l ସୂଚନାଯୋଗ୍ୟ ଯେ ଗତ ଶନିବାର ଦିନ ଉଗ୍ରବାଦୀ ଦଳ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଏବଂ ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ଗାଜା ଉପରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା। ଯାହା ପରେ ସଂଗ୍ରାମ ଜାରି ରହିଛି l