
ନୂଆଦିଲ୍ଲୀ: ଜାତୀୟ ଜନଗଣନା ପ୍ରସଙ୍ଗକୁ ନେଇ ସଂସଦରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ଅନୁରାଗ ଠାକୁର ଏବଂ ରାହୁଲ ଗାନ୍ଧୀ | ଏହାକୁ ନେଇ ଉଭୟ ପରସ୍ପର ଉପରେ ବର୍ଷିଛନ୍ତି | ଉଭୟଙ୍କ ମଝିରେ ଅଖିଲେଶ ଯାଦବ ପଶି ରାହୁଲଙ୍କୁ ସମର୍ଥନ କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି | ସଂସଦରେ ଆଜି ଏହାକୁ ନେଇ ଏକ ପ୍ରକାର ହଂଗାମା ହୋଇଥିଲା |
ଆଜି ସଂସଦରେ ବଜେଟକୁ ନେଇ ଆଲୋଚନା ବେଳେ ଅନୁରାଗ ଠାକୁର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି | ସେ କଂଗ୍ରେସ ଏବିଂ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପ୍ରସଙ୍ଗ ଉଠାଇ ସେ ସମୟରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗ ପ୍ରତି ଆଙ୍ଗୁଳି ଉଠାଇଥିଲେ | ରାହୁଲଙ୍କ ନାଁ ନ ନେଇ ଅନୁରାଗ କହିଥିଲେ, ମୁଁ ପଚାରିବାକୁ ଚାହୁଁଛି, ଯେଉଁମାନେ OBC ପ୍ରସଙ୍ଗ ଉଠାଉଛନ୍ତି ତାଙ୍କ ପାଇଁ obcର ଅର୍ଥ କଣ? କେବଳ ବ୍ରଦର ଇନ ଲ କମିଶନ | ଯେଉଁମାନଙ୍କୁ ଜାତି ଜଣାନାହିଁ ସେମାନେ ଜାତି ଜନଗଣନା କଥା କହୁଛନ୍ତି |
ଏହାକୁ ନେଇ କଂଗ୍ରେସ ତୀବ୍ର ବିରୋଧ କରିଥିଲା | ରାହୁଲ କହିଥିଲେ, ଆପଣ ମୋତେ ବହୁତ ଅପମାନିତ କରୁଛନ୍ତି | ହେଲେ ଏଥିପାଇଁ ଆପଣ କ୍ଷମା ମାଗନ୍ତୁ ବୋଲି ମୁଁ ଚାହିଁବିନି | ଯେତେ ଅପମାନିତ କଲେ ବି ଆମେ ଏହାକୁ ପାସ କରାଇବୁ | ଉଭୟଙ୍କ ମଧ୍ୟରେ କଥା କଟାକଟି ବଢ଼ିବାରୁ ଅଧ୍ୟକ୍ଷ ଅନୁରାଗଙ୍କୁ ଉତ୍ତର ରଖିବା ପାଇଁ ସୁଯୋଗ ଦେବା ଲାଗି ରାହୁଲଙ୍କୁ କହିଥିଲେ |